ତୃତୀୟ ଲହର ଆସୁଛି

କରୋନା ମହାମାରୀ ଜେପରି ଭାବରେ ଭାରତବର୍ଷରେ ଏହାର କାୟା ବିସ୍ଥାର କରିଚାଲିଛି, ସେଥିରେ କେବେ ଏହାର ସମ୍ପୂର୍ଣ୍ଣ ନିରାକରଣ ହୋଇପାରିବ ତାହା କହିବା ମୁସ୍କିଲ । ଦିଲ୍ଲୀ ଏମ୍ସ ନିଦେ୍ର୍ଧଶକ ଗୁଲେରିୟା କହିବା ଅନୁଯାୟୀ ଏହି ତୃତୀୟ ଲହର ୬ରୁ ୮ ସପ୍ତାହ ମଧ୍ୟରେ ଆସିବା ସ୍ଥିରନିଶ୍ଚିତ । ଏପରିକି ସମ୍ପ୍ରତି ମହାରାଷ୍ଟ୍ର ଓ କେରଳରେ କରୋନାର ତୃତୀୟ ଲହର ଉପସ୍ଥିତି ନେଇ ସୂଚନା ମିଳିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଦିଆଯାଇଥିବା ସୂଚନା ଯଦି ଠିକ୍, ତେବେ ପ୍ରତେକ ଭାରତୀୟ ମହାମାରୀ ନେଇ ସଜାଗ ରହିବା ଉଚିତ୍ କୁହାଯାଇଛି ଯେ, ଦୈନିକ ସଂକ୍ରମଣ ନିୟମିତ ଭାବେ ହ୍ରାସ ନପାଇ ବରଂ ଏହା ନିର୍ଦ୍ଧିଷ୍ଟ ସ୍ଥିତିରେ ଏକ ପ୍ରକାର ସ୍ଥିର ରହିଛି । ଦେଶର ୧୭ଟି ରାଜ୍ୟ ଅନ୍ତରର୍ଗତ ପ୍ରାୟ ୬୭ଜିଲ୍ଲାରେ ସଂକ୍ରମଣ ହାର ୧୦% ଉପରେ ରହୁଛି । ଗତ ଏକ ସପ୍ତାହକ ମଧ୍ୟରେ ଦେଶର ସଂକ୍ରମିତଙ୍କ ମଧ୍ୟରୁ ଅଧା ହେଉଛନ୍ତି କେବଳ କେରଳ ଓ ମହାରାଷ୍ଟ୍ରର । ସଂକ୍ରମିତଙ୍କ ସଂଖ୍ୟା ମହାରାଷ୍ଟ୍ରରେ ୨୧% ହୋଇଥିଲା ବେଳେ କେରଳରେ ଏହା ୩୨% ରହିଥିବା ପ୍ରକାଶ । ଉଭୟ ରାଜ୍ୟରେ କରୋନା ଗଣତ ସୂଚାଇ ଦେଇଛି ଯେ, ଏହା ତୃତୀୟ ଲହରର ଅୟମାରମ୍ଭ । କେରଳରେ ୧୪ଟି ଜିଲ୍ଲାରୁ ୭ଟିରେ ୧ ହଜାରରୁ ଏଧିକ ସଂକ୍ରମିତ ବ୍ୟକ୍ତି ପ୍ରତି ଜିଲ୍ଲାରୁ ଚିହ୍ନଟ ହୋଇଥିଲା ବେଳେ ୪୮ ଘଂଟା ପୂର୍ବରୁ କେରଳର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୫ ହଜାର ରହିଥିବା ପ୍ରକାଶ ଦେଶରେ ଏପର୍ଯ୍ୟନ୍ତ କରୋନା ମହାମାରୀ ଯୋଗୁ ମୋଟ ୪ ଲକ୍ଷ ୫ ହଜାରରୁ ଅଧିକ ବ୍ୟକ୍ତିଙ୍କ ମୃତୁ୍ୟ ଘଟିଲାଣି । ଏହା ବ୍ୟତିତ ୩ କୋଟି ୭ ଲକ୍ଷ ୫୨ ହଜାରରୁ ଅଧିକ ବ୍ୟକ୍ତି ଗତ ଦୁଇ ବର୍ଷ ମଧ୍ୟ ଏଯାବତ୍ ସଂକ୍ରମିତ ହୋଇଥିବା ପ୍ରକାଶା ଦେଶରେ କିନ୍ତୁ ଦୈନିକ ସଂକ୍ରମଣ ହାର ୨.୪୨% ଓ ସାପ୍ତାହିକ ସଂକ୍ରମଣ ହାର ୨.୩୬% ରହିଛି । ତେବେ ଭାରତରେ କରୋନା ଭାଇରସ ଯେପରି ଷ୍ଟେନ୍ ବଦଳାଇ ବାରୁ ପ୍ରଥମେ ଡେଲ୍ଟା ଓ ଡେଲ୍ଟା ପ୍ଲସ ପ୍ରଜାତିର ଭୂତାଣୁ ଦେଖାଦେଇଛି, ଠିକ୍ ସେହିପରି ଆଉ ଦୁଇପ୍ରକାରର ନୂଆ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା ବେଳେ ଏହାକୁ ‘କାପ୍ପା’ ଓ ‘ଲାମ୍ବଡା’ କୁହାଯାଉଛି । ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଚିନ୍ତା ପ୍ରକଟ କରିଛି । ତେବେ ଏଠାରେ ଆମର କହିବାର କଥା ହେଲା ଯେ, ଥରେ ମହାମାରୀ ମାଡୁଛି ମାନେ ଏହା ମାଡିଚାଲିବ । ଭାରତ ସମଗ୍ର ବିଶ୍ୱର ତୃିତୀୟ ଜନବହୁଳ ରାଷ୍ଟ୍ର ଓ ଏଠାରେ ଜନସଂଖ୍ୟା ପ୍ରାୟ ୧୪୦ କୋଟି ହୋଇଥିବାରୁ କରୋନା ପଜିଟିଭ ସଂକ୍ରମଣ ହାର ବଢ଼ିବା ଆଦୌ ବିଚିତ୍ର କଥା ନୁହେଁ । କିନ୍ତୁ କେନ୍ଦ୍ର ସରକାରଙ୍କ ସମେତ ସବୁ ରାଜ୍ୟ ସରକାର ପ୍ରଥମେ ଟିକାକରଣ ଉପରେ ଶତପ୍ରତିଶତ ଗୁରୁତ୍ୱ ଦେବା ଏବେ ଜରୁରି ହୋଇପଡିଛି । ଅତି କମ୍ରେ ୧୦୦ କୋଟି ଭାରତୀୟଙ୍କୁ ୨୦୨୨ ଜୁଲାଇ ସୁଦ୍ଧା ଟିକା ଦେବାର ପଦକ୍ଷେପ ନିଆଜିବା ଆବଶ୍ୟକ । ଏଥିଲାଗି ଟିକା ଯୋଗାଡ କରିବା ଓ ଆବଶ୍ୟକ ପଡିଲେ ଅଧିକ ଟିକା ପ୍ରସ୍ତୁତ କରିବା ଲାଗି ସ୍ୱଦେଶୀ ଫାର୍ମା କମ୍ପାନି ଗୁଡିକ ସହ ଆଲୋଚନା କରାଯିବା ଯରୁରି ହୋଇପଡିଛି । ଏହା ବ୍ୟତିିତ, ଆମେରିକା, ରୁଷୁ ଓ ବ୍ରିଟେନ୍ ଆଦି ରାଷ୍ଟ୍ରରୁ, ଏପରିକି ଉପଯୁକ୍ତ ପରୀକ୍ଷାନିରୀକ୍ଷା ସହିତ ଆବଶ୍ୟକ ପଡିଲେ ଚୀନ୍ରୁ ଟିକା ଆଣି ପ୍ରଥମେ ଟିକାକରଣ ସଂଖ୍ୟା ଦୃତଗତିରେ ବୃଦ୍ଧି କରାଯାଇପାରିଲେ କରୋନାର ଚତୁର୍ଥ ଲହର ଉପରେ ବ୍ରେକ୍ ଲଗାଯାଇପାରିବ ବୋଲି ଆମର ଆଶା ଓ ବିଶ୍ୱାସ ।

Leave A Reply

Your email address will not be published.

10 + 8 =