ଚିନ୍ତାଜନକ ଅବସ୍ଥାରେ ଏନ ଟି ପି ସି ଆସପଣ୍ଡ ପାଉଁଶ ପାଣି, କେତେ ପାଉଁଶ ଗିଳିଲେ ଚେତିବ ପ୍ରଶାସନ

କଣିହାଁ : ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଦେଶର ଉନ୍ନତି ପାଇଁ ଶିଳ୍ପ ଏକାନ୍ତ ଅପରିହାର୍ଯ୍ୟ। ଶିଳ୍ପ ଯେପରି ଅପରିହାର୍ଯ୍ୟ ଜୀବନ ମଧ୍ୟ ସେହିପରି ଅପରିହାର୍ଯ୍ୟ। ଜୀବନକୁ ଛାଡ଼ି ଶିଳ୍ପର କିଛି ମାନେ ନାହିଁ। ଜୀବନ ଓ ଶିଳ୍ପ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ପରି। ଜୀବନ କଥା ଛାଡି ଆମେ ଯଦି ଶିଳ୍ପ ଉପରେ ଜୋର୍ ଦେବା ତେବେ ଜୀବ ଜଗତ ଅଚିରେ ଧ୍ଵଂସ ମୁଖରେ ପଡ଼ିବ। ଜୀବ ଜଗତ କହିଲେ କେବଳ ଆମେ ମନୁଷ୍ୟକୁ ବୁଝିବା ଠିକ୍ ନୁହେଁ। ଗଛ ଲତା ଠାରୁ ଆରମ୍ଭ କରି ପଶୁ ପକ୍ଷୀ ଏ ସବୁ ହେଉଛି ଜୀବ ଜଗତ। ବର୍ତ୍ତମାନ ଯଦି କଣିହାଁ ତଥା ତାଳଚେରର ପରିବେଶ କଥା ଚିନ୍ତା କରିବା ତେବେ ସତେ ଯେପରି ସମଗ୍ର ପ୍ରଶାସନ କେବଳ ଖଣି ଖଦାନ ଶିଳ୍ପ ଉପରେ ଜୋର ଦେଉଛି। ଜୀବ ଜଗତ କିପରି ବଞ୍ଚିବ ସେ କଥା କେହି ବୁଝିବାକୁ ନାହିଁ। ଡେରଙ୍ଗ ଜିନ୍ଦଲ ଓ ଏନ୍ ଟି ପି ସି ର ପାଉଁଶ ପୋଖରୀର ପାଣି ବର୍ତ୍ତମାନ ଟିକିରା ନଦୀରେ ଉଭୟ ଶିଳ୍ପ ଛାଡ଼ିବା ଫଳରେ ତିକିରାର ଜଳ ନୀଳନୁହେଁ,ଏହା ବର୍ତ୍ତମାନ ଦୁଗ୍ଧ ପରି ଧଳା। ସତେ ଯେପରି ଏହା କ୍ଷୀର ସାଗର। ଏହି ବିଷାକ୍ତ ପାଣିକୁ ଗ୍ରହଣ କରି ମନୁଷ୍ୟ ହାର୍ଟ, ଯକୃତ, ଉଚ୍ଚ ରକ୍ତଚାପ ପରି ରୋଗରେ ପୀଡ଼ିତ ହେଉଅଛି।ଭୁବନେଶ୍ୱରର ବିଭିନ୍ନ ବେସରକାରୀ ଡାକ୍ତରଖନାରେ ବର୍ତ୍ତମାନ କଣିହାଁର ଏହି ସଂକ୍ରାନ୍ତୀୟ ରୋଗୀ ଏତେ ସଂଖ୍ୟାରେ ବୃଦ୍ଧି ପାଇଛନ୍ତି ଯେ ସତେ ଯେପରି କଣିହାଁର ଜନ ସାଧାରଣଙ୍କ ରୋଗ ସେମାନଙ୍କ ପାଇଁ ଆଶୀର୍ବାଦ। ଗାଈ ଗୋରୁ ଓ ଅନ୍ୟାନ୍ୟ ଗୃହ ପାଳିତ ପଶୁ ମାନେ ଏହି ପାଣିର ସଂସ୍ପର୍ଶରେ ଆସି ଚର୍ମ ବିଣ୍ଡି, ବଜ୍ ବଜିଆ ପରି ରୋଗରେ ପୀଡ଼ିତ ହୋଇ ଅଶେଷ କଷ୍ଟ ପାଉଛନ୍ତି। କଣିହାଁର ପଶ୍ଚିମ ପାଖରେ ଥିବା ଖୋଲା କୋଇଲା ଖଣି ଯୋଗୁଁ ଲୋକଙ୍କ ଅବସ୍ଥା ନ କହିବା ଭଲ। ସତେ ଯେପରି ଜିନ୍ଦଲ ଓ ଏନ୍ ଟି ପି ସି ଲୋକଙ୍କର ଗୋଟିଏ ଗାଲରେ ଚୂନ ଦେଉଛି ଓ କୋଇଲା ଖଣି ଅନ୍ୟ ଗାଲରେ କଳା ଲଗାଇଦେଉଛି। ସେ ଦୁଇ ଶିଳ୍ପ ଙ୍କ ଆଖିରେ ଲୋକ ମାନେ ହେଉଛନ୍ତି ଦାଗି। ଖୋଲା ଟ୍ରକ୍ ରେ ଉଭୟ ଶିଳ୍ପ କୋଇଲା ଓ ପାଉଁଶ ଦିନ ଦ୍ୱିପ୍ରହରରେ ଚାଲାଣ କରୁଛନ୍ତି। ରାସ୍ତା କଥା ନ କହିବା ଭଲ l ପ୍ରଶାସନ ସବୁ ଦେଖି ନ ଦେଖିଲା ପରି ରହୁଛି। ଏସବୁ ପ୍ରତି ପ୍ରଶାସନ ଧ୍ୟାନ ଦେଲେ ଭଲ ହୁଅନ୍ତା।

Leave A Reply

Your email address will not be published.

three × 5 =