ହାଇକୋର୍ଟରୁ ନ୍ୟାୟ ପାଇଲେ ବାରିପଦା ଅର୍ବାନ ବ୍ୟାଙ୍କ ଜମାକାରୀ

ବାରିପଦା: ସ୍ଥାନୀୟ ସମବାୟ ବ୍ୟାଙ୍କ ଭାବରେ ସାରା ଓଡିଶାରେ ବାରିପଦା ଅର୍ବାନ କୋପରେଟିଭ ବ୍ୟାଙ୍କର ସୁନାମ ଥିଲା ବେଶ ନିଆରା ତେବେ ୨୦୧୪ ମସିହାରେ ବାରିପଦା ଅର୍ବାନ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ କଟକଣା ଲଗାଇବା ପରେ ବ୍ୟାଙ୍କର ସମସ୍ତ କାରବାର ବନ୍ଦ ହୋଇଯାଇଥିଲା । ଫଳରେ ବ୍ୟାଙ୍କର ଛୋଟବଡ ୭୨ ହଜାର ଜମାକାରୀ ନିଜ ଗଚ୍ଛିତ ଅର୍ଥ ଫେରିପାଇବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଜମାକାରୀ ସଂଘ ମଧ୍ୟ ଦୀର୍ଘ ମାସ ଧରି ଜମା ଅର୍ଥ ଫେରିପାଇବା ନିମନ୍ତେ ଚଳାଇଥିଲା ଆନ୍ଦୋଳନ । ତେବେ ଗତ ୨୫ ତାରିଖ ମାନ୍ୟବର ହାଇକୋର୍ଟଙ୍କ ଆନ୍ତରୀଣ ଅର୍ଡର ଆସିବା ପରେ ଆଶ୍ୱସ୍ତ ହୋଇଛନ୍ତି ଜମାକାରୀ ମାନୋ କୋର୍ଟ ତାଙ୍କ ଅର୍ଡରରେ ଜମାକାରୀ ଚିହ୍ନଟ କରି ସେମାନଙ୍କୁ ଜମାଅର୍ଥ ଫେରସ୍ତ କରିବାକୁ ନିର୍ଦେଶ ଦେଇଛନ୍ତିା ଜମାକାରୀଙ୍କ ବହୁ ଦିନର ଦୁଃଖ ଲାଘବ ହୋଇଛି । ଅର୍ବାନ କୋପରେଟିଭ ବ୍ୟାଙ୍କ ଦାୟିତ୍ୱରେ ଥିବା ବାରିପଦା ଅତିରିକ୍ତ ଜିଲ୍ଲାପାଳ ଏଥି ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ବାରିପଦା ଅର୍ବାନ କୋପରେଟିଭ ବ୍ୟାଙ୍କର ତୁଟିପୂର୍ଣ୍ଣ ପରିଚାଳନା ପାଇଁ ଏହାର ଲାଇସେନ୍ସକୁ ରିଜର୍ଭ ବ୍ୟାଙ୍କ ୨୦୧୪ରେ ବାତିଲ କରି ଦେଇଥିଲା । ଏହାକୁ ଚାଲେଞ୍ଜ କରି ବ୍ୟାଙ୍କକୁ ବିଲୟ ନକରିବା ଓ ଜମାକାରଙ୍କୁ ସେମାନଙ୍କର ଅର୍ଥ ଫେରସ୍ତ ଦେବା ବାବଦରେ ଓଡିଶା ହାଇକୋର୍ଟରେ ଅର୍ବାନ କୋପରେଟିଭ ବ୍ୟାଙ୍କ ପରିଚାଳନା ପରିଷଦ ପକ୍ଷରୁ ଏକ ମାମଲା ଡବ୍ଲ୍ୟୁ. ପି. ସି. ନଂ-୭୮୬୬/୨୦୧୮ ରୁଜୁ କରାଯାଇଥିଲା । ବିଗତ ବ୍ୟାଙ୍କ ପରିଚାଳନା ପରିଷଦର କର୍ଯ୍ୟକାଳ ସରିଯାଉଥିବାରୁ ଜମାକାରୀଙ୍କ ଅର୍ଥ ତୁରନ୍ତ ଫେରସ୍ତ କରିବାକୁ ନିଦେ୍ର୍ଧଶ ଦେବା ନିମନ୍ତେ ଅନ୍ୟଏକ ଆଇ.ଏ. କେସ ନଂ୬୯୫/୨୦୨୦ ହାଇକୋର୍ଟରେ ଦାଖଲ କରାଯାଇଥିଲାା ପ୍ରକାଶ ଥାଉକି ବ୍ୟାଙ୍କ ଉପରେ କଟକଣା ଲଗାଇବା ସମୟରେ ବ୍ୟାଙ୍କର ଜମାରାଶି ଥିଲା ୩୮ କୋଟି ଟଙ୍କା ମାତ୍ର ତାହା ବର୍ତମାନ ବୃଦ୍ଧିପାଇ ୮୫ କୋଟିରେ ପହଂଚିଥିଲା । ଅପରପକ୍ଷରେ ବ୍ୟାଙ୍କର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ଆର୍ଥକ ସହାୟତା ଦେବାଲାଗି ପ୍ରତିଶ୍ରୁତି ଦେଇଥିଲେ । ଏ ସମ୍ପର୍କରେ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା । ହାଇକୋର୍ଟ ଏହି ଆଇ.ଏ. କେସର ଶୁଣାଣି କରି ୨୫ ତାରିଖ ଦିନ ଉପରୋକ୍ତ ନିର୍ଦେଶ ଦେଇଛନ୍ତି । ବାରିପଦା ଅର୍ବାନ ବ୍ୟାଙ୍କର ପୂର୍ବତନ ଶେଷ ପରିଚାଳନା ପରିଷଦର କାର୍ଯ୍ୟକାଳ ସରିଯାଇଥିିଲେ ମଧ୍ୟ ପରିଷଦର ସଭାପତି ଗିରିଧାରୀ ପୃଷ୍ଟି, ଓ କେତେଜଣ ନିର୍ଦେଶକ ଦେବୀଦତ ଦାଶ, ନରୋତମ ପାଣିଗ୍ରାହୀ, ଦ୍ରୌପଦୀ ସାହୁ, ନାରାୟଣ ପଟ୍ଟନାୟକ, ଜଗଦିଶ ମହାକୁଡ, ଉମାକାନ୍ତ ରାଉତ, ମହେନ୍ଦ୍ର ସାହୁ ପ୍ରମୁଖ ରାଜ୍ୟ ସରକାରଙ୍କ ସାହାର୍ଯ୍ୟ ତଥା ମରୋଡା ବିଧାୟକ ରାଜକିଶୋର ଦାସ, ଯାଯପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଚେଷ୍ଟାରେ ଏହା ସମ୍ଭବ ହୋଇପାରିଛି ବୋଲି କହିବା ସହିତ ପରିଷଦ ତରଫରୁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଓ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.

nineteen − 1 =