ଓଡିଶାରେ ଉଦ୍ୟୋଗୀ ସୃଷ୍ଟି କରିବାକୁ ପଡିବ: ଧର୍ମେନ୍ଦ୍ର

ଭୁବନେଶ୍ୱର : ନୂଆଦିଲ୍ଲୀସ୍ଥିତ ଅଗ୍ରଣୀ ଅଣ-ଲାଭଜନକ ତଥା ସାମାଜିକ-ସାଂସ୍କୃତିକ, ପ୍ରଭାବଶାଳୀ ଏବଂ ଏକ ନିରପେକ୍ଷ ବିଚାରଧାରା ସମ୍ପନ୍ନ ଅନୁଷ୍ଠାନ ଓଡ଼ିଆ ସମାଜ, ନୂଆଦିଲ୍ଲୀ ପକ୍ଷରୁ ଆଜି ‘ଓଡ଼ିଶାରେ ଏମ୍ଏସ୍ଏମ୍ଇ ନିମନ୍ତେ ଆର୍ଥିକ ପ୍ୟାକେଜ ଏବଂ ସୁଯୋଗ ସମ୍ପର୍କିତ ଏକ ୱେବିନାର ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୱେବିନାରକୁ ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଓଡ଼ିଆ ସମାଜର ଟ୍ରଷ୍ଟି ସନ୍ଦୀପ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ ।
ଏହି ୱେବିନାରରେ ଉଦବୋଧନ ଦେଇ ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଆତ୍ମନିର୍ଭର ଭାରତ’ ଅଭିଯାନରେ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଏବେ ସବୁଠୁ ବେଶୀ ଗୁରୁତ୍ୱ ଦିଆଯାଉଛି । ନୂତନ ଉଦ୍ୟୋଗ ସୃଷ୍ଟି କରିବା ସହ ଆତ୍ମନିର୍ଭରଶୀଳ ହେବାକୁ ଆହ୍ୱାନ ଦିଆଯାଇଛି । ଏଥିପାଇଁ ସରକାରଙ୍କ ପକ୍ଷରୁ ଭରପୂର ଅର୍ଥ ବ୍ୟୟ ବରାଦ ହେବା ସହ ଅନେକ ଯୋଜନା ରହିଛି । ଓଡିଶା ଭଳି ରାଜ୍ୟ ପାଇଁ ଏଥିରେ ଯଥେଷ୍ଟ ସୁଯୋଗ ରହିଛି । ଓଢିଶାରେ ସୁଦୃଢ ଭିତିଭୂମି ରହିଛି; କଂଚାମାଲ, ବଜାର, ମାନବ ସମ୍ବଳର ମଧ୍ୟ ଅଭାବ ନାହିଁ । ଏସବୁର ଲାଭ ଉଠାଇ ଆମକୁ ଅନେକ ସଂଖ୍ୟାରେ ଉଦ୍ୟୋଗୀ ସୃଷ୍ଟି କରିବାକୁ ପଡିବ । ତେବେ ଏଥିପାଇଁ ବ୍ୟାଙ୍କର୍ସ ଓ ଉଦ୍ୟୋଗୀଙ୍କ ମଧ୍ୟରେ ଏକ ସିଷ୍ଟମ ତିଆରି ହେବା ଦରକାର, ଯାହା ଓଡିଶା ଭଳି ରାଜ୍ୟରେ ଦେଖାଯାଉନାହିଁ । ଏଥିସହ ଫାଇନାନ୍ସିଆଲ ମାର୍କେଟିଂ ଉପରେ ଗୁରୁତ୍ୱ ଦେବାକୁ ସେ ଆହ୍ୱାନ ଦେଇଥିଲେ ।
ୱେବିନାରରେ ଅଧ୍ୟକ୍ଷତା କରି ଭାରତ ସରକାରଙ୍କ ଆର୍ଥିକ ସେବା ବିଭାଗକ ସଚିବ ଶ୍ରୀ ଦେବାଶିଷ ପଣ୍ଡା କହିଥିଲେ, ଓଡିଶାରେ ଏମ୍ଏସ୍ଏମ୍ଇ କ୍ଷେତ୍ରରେ ଅନେକ ସମ୍ଭାବନା ରହିଛି । କୃଷି, ପଶୁପାଳନ, ଖଣି, ଖାଦ୍ୟପ୍ରକିୟାକରଣରେ କ୍ଷେତ୍ରରେ ବିନିଯୋଗ କରାଯାଇପାରିବ । ବିନା କାଗଜପତ୍ରରେ ସରଳ ଭାବେ ସରକାରଙ୍କ ପକ୍ଷରୁ ଋଣ ଦିଆଯାଉଛି । କୋଭିଡ୍-୧୯ ସମୟରେ ଭାଙ୍ଗିଯାଇଥିବା ମେରୁଦଣ୍ଡକୁ ଅର୍ଥ ମନ୍ତ୍ରାଳୟର ଏହି ପ୍ୟାକେଜ ଜୀବନ୍ୟାସ ଦେବ ।
ୱେବିନାରରେ ବକ୍ତା ଭାବେ ଏମ୍ଏସ୍ଏମ୍ଇ ବିଭାଗ ପୂର୍ବତନ ସଚିବ ଅବସରପ୍ରାପ୍ତ ଆଇଏଏସ୍ ଡ଼ଃ ଅରୁଣ କୁମାର ପଣ୍ଡା ଯୋଗ ଦେଇଥିଲେ ।
ଓଡ଼ିଶା ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା କହିଥିଲେ, ରାଜ୍ୟରେ ମୁଖ୍ୟତଃ ଖାଦ୍ୟ ପ୍ରକ୍ରିୟାକରଣ, ପେଟ୍ରୋକେମିକାଲ୍ସ, କେମିକାଲ୍ସ ଓ ପ୍ଲାଷ୍ଟିକ୍, ଟେକ୍ସଟାଇଲ୍, ଆଇଟି, ପର୍ଯ୍ୟଟନ ଏବଂ ଆନୁସଙ୍ଗିକ ଓ ଡାଉନଷ୍ଟିମ୍ ଶିଳ୍ପ କ୍ଷେତ୍ରକୁ ମୁଖ୍ୟତଃ ପ୍ରାଥମିକତା ଦିଆଯାଉଛି । ଏଥିପାଇଁ ସରକାର ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେଉଛନ୍ତି । କେନ୍ଦ୍ର ସରକାରଙ୍କ ‘ପୂର୍ବୋଦୟ ଭାରତ’ କାର୍ଯ୍ୟକ୍ରମ ଯୋଗୁ ରାଜ୍ୟର ଭିତିଭୂମି ସହ ଗମନାଗମନ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ଘଟିଛି, ଯାହା ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଲାଭ ଦେବ । ଏଥିରେ ଯଥେଷ୍ଟ ନିଯୁକ୍ତି ସୁଯୋଗ ମଧ୍ୟ ରହିଛି ।
ଓଡ଼ିଶା ସରକାରଙ୍କ ଇଡ୍କୋ ଏମ୍ଏସ୍ଏମ୍ଇ ବିଭାଗ ଅଧ୍ୟକ୍ଷ ଶ୍ରୀ ସଞ୍ଜୟ ସିଂ କହିଥିଲେ, ରାଜ୍ୟରେ ଏବେ ୫ଟି ଏମ୍ଏସ୍ଏମ୍ଇ ପାର୍କର କାମ ଚାଲିଛି, ଆଗାମୀ ଦିନରେ ୩୦ ଜିଲ୍ଲାରେ ଏମ୍ଏସ୍ଏମ୍ଇ ୩୦ ପାର୍କ ନିର୍ମାଣ ହେବ । ଭବାନୀପାଟଣା, ବ୍ରହ୍ମପୁର, କେନ୍ଦୁଝର ଓ ରାଉରକେଲାରେ ଦକ୍ଷତା ବିକାଶ ପାଇଁ ପ୍ରଶିକ୍ଷଣ ସୁବିଧା କରାଯିବ । ଏଥିସହ ରାଜ୍ୟର ଯୁବ ଉଦ୍ୟୋଗୀଙ୍କୁ ସୁଯୋଗ ଦିଆଯିବ ବୋଲି ସେ କହିଥିଲେ । ଏହି ୱେବିନାରରେ ୧୦୦୦ରୁ ଅଧିକ ଉଦ୍ୟୋଗୀଙ୍କ ସମେତ ପାରଦୀପ ବନ୍ଦର, ଏନଟିପିସି, ନାଲକୋ ଆଦି ରାଷ୍ଟ୍ରାୟତ କମ୍ପାନୀ ମାନଙ୍କର ବରିÂ ଅଧିକାରୀମାନେ ମଧ୍ୟ ସାମିଲ ହୋଇଥିଲେ ।

Leave A Reply

Your email address will not be published.

three + twenty =