କୋଇଲା ଖଣି ନିଲାମକୁ ବିରୋଧ

ଭୁବନେଶ୍ୱର : ଲକଡାଉନ ସମୟରେ କୌଣସି ଆଲୋଚନା, ପରାମର୍ଶ କିମ୍ବା ପ୍ରତିବାଦ କରିବାର ସୁଯୋଗ ନଥିବା ବେଳେ କେନ୍ଦ୍ର ସରକାର ୪୧ଟି କୋଇଲା ଖଣିକୁ ଅଗଣିତାନ୍ତ୍ରିକ ଉପାୟରେ ନିଲାମ କରିବା ଲାଗି ଯୋଜନା କରିଛନ୍ତି ବୋଲି ଆଜି ଲୋକଶକ୍ତି ଅଭିଯାନ ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛି । ସଂସ୍ଥା ପକ୍ଷରୁ ସଭାପତି ପ୍ରଫୁଲ୍ଲ ସାମନ୍ତରା ଓ ବରିଷ୍ଠ ସାମ୍ବାଦିକ ରବି ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ସରକାର ସଂଘୀୟ ବ୍ୟବସ୍ଥାକୁ ଉଲଂଘନ କରି ପ୍ରାକୃତିକ ସଂପଦକୁ ଦେଶୀ-ବିଦେଶୀ କଂପାନି ମାଧ୍ୟମରେ ଲୁଟ କରିବା ଲାଗି ରାସ୍ଥା ଖୋଲିଛନ୍ତି ।
ଏହା ଦ୍ୱାରା ପ୍ରାକୃତିକ ସମ୍ପଦର ଲୁଟ ହେବା ସହ ପରିବେଶୀୟ ଅପୂରଣୀୟ କ୍ଷତି ହେବ ଏବଂ ଦେଶରେ ଲକ୍ଷାଧିକ ପରିବାର ବିସ୍ଥାପିତ ହେବା ସହ ୧୦ ଲକ୍ଷ ବ୍ୟକ୍ତି ଜୀବିକା ହରାଇବେ । ଓଡ଼ିଶାରେ ଅତି କମ୍ରେ ୧୫ ହଜାର ପରିବାର ବିସ୍ଥାପିତ ହେବେ ବୋଲି ଲୋକଶକ୍ତି ଅଭିଯାନ ସଭାପତି ପ୍ରଫୁଲ୍ଲ ସାମରନ୍ତା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ଏହି ନିଲାମ ପ୍ରକ୍ରିୟା ମଧ୍ୟ ଭର୍ଚୁଆଲ ନିଲାମ ଦ୍ୱାରା ହେବ । ଏଥିମଧ୍ୟରୁ ଅନେକ ପ୍ରଧାନମନ୍ତ୍ରୀଙ୍କ ଅନୁଗ୍ରହରେ ଥିବା ଆଦାନୀ କମ୍ପାନୀକୁ ଦେବା ବ୍ୟବସ୍ଥା ହେବ । କୋଲ ବ୍ଲକଗୁଡ଼ିକ ମଧ୍ୟରୁ ଅଧିକାଂଶ ଘଞ୍ଚ ସବୁଜ ଜନାନୀ ମଧ୍ୟରେ ରହିଛି । ଓଡ଼ିଶାର ଛେଣ୍ଡିପଦା ଅଂଚଳରେ ୩ଟିରୁ ୨ଟିରେ (ମାଛକୁଟ) ଉର୍ବର କୃଷି ଜମି ତଳେ ରହିଛି । ଏହି ଖଣିଖନନ ଦ୍ୱାରା ପ୍ରାଚୀନ ଜଙ୍ଗଲ ଧ୍ୱଂସ ହେବ । ପରିବେଶ ପ୍ରଦୂଷିତ ହେବ ଏବଂ କୋଭିଡ଼ ପରି ସ୍ୱାସ୍ଥ୍ୟ ଜନିତ ବିପଦବେଳେ ସାଂଘାତିକ ଭାବେ ବିପତିି ବହୁଗୁଣିତ ହୋଇଯିବ । ଏହା ଦ୍ୱାରା ଆଦିବାସୀ ଓ ବନ୍ୟପ୍ରାଣୀଙ୍କ ପାଇଁ ବିନାଶ ହେବ । କେନ୍ଦ୍ରର ଏହି ଏକଛତ୍ରବାଦୀ ନିଷ୍ପତିି ଦ୍ୱାରା ଆତ୍ମନିର୍ଭର ଭାରତ ଯୋଜନା ପ୍ରତି ଏକ ଛଳନା । ୪୭ ବର୍ଷର କୋଲ-ଇଣ୍ଡିଆ ଲିମିଟେଡ଼’ର ଅଧୀନସ୍ଥ ରାଷ୍ଟ୍ରର ଅତି ସଂମ୍ବେଦନଶୀଳ ପ୍ରାକୃତିକ ସମ୍ପଦ, ପ୍ରବେଶ ନିଷଧ ଘଂଟା ଜଙ୍ଗଲ ସହ ସମୃଦ୍ଧ କୋଇଲା କ୍ଷେତ୍ରକୁ ଦେଶୀ-ବିଦେଶୀ କମ୍ପାନୀଗୁଡ଼ିକୁ ହସ୍ତାନ୍ତର କରିଦେବା ଅତି ଚିନ୍ତାଜନକ ନିଷ୍ପତି । ଏହାର ପରିଣାମ ଅମାପ ପରିବେଶୀୟ କ୍ଷତି ସହ ପ୍ରାକୃତିକ ବିପର୍ଯ୍ୟୟ ସହ ଲକ୍ଷାଧିକ ଆଦିବାସୀ ପରିବାରର ଜୀବିକା ଛଡ଼ାଇ ନେବ ।
ଖଣିଜ ଆଇନ (ସଂଶୋଧନ) ଅଧିନିୟମ ୨୦୨୦ ଦ୍ୱାରା କୋଇଲା ଖନନ (ବିଶେଷ ପ୍ରାବଧାନ) ଅଧିନିୟମ ୨୦୧୫ ଏବଂ ୧୯୧୭ର ଖଣିଜ (ବିକାଶ ଏବଂ ନିୟମ) ଅଧିନିୟମର ସଂଶୋଧନର ଉଦେ୍ଧଶ୍ୟ ଥିଲା ନୀତିଗତଭାବେ ସଂଶୋଧନର ଶେଷ ପର୍ଯ୍ୟନ୍ତ ଉପଯୋଗ ଉପରେ ଥିବା ନିଷେଧକୁ କମାଇ ଦେବା ଏବଂ ବିଦେଶୀ କମ୍ପାନୀଗୁଡ଼ିକୁ ନିଲାମ ଭାଗଦେବାକୁ ଅନୁମତି ପ୍ରଦାନ । ଏହାଦ୍ୱାରା ସମ୍ବିଧାନର ୫ମ ଅନୁଚ୍ଛେଦରେ ଦିଆଯାଇଥିବା ଆଦିବାସୀ ସମାଜ ସାମ୍ବିଧାନିକ ଅଧିକାରକୁ ଉଲଂଘନ କରାଯାଇଛି । ୨୦୦୬ ଜଙ୍ଗଲ ଅଧିକାର ଆଇନ, ୧୯୯୬ର ପେସା ଆଇନ, ପରିବେଶ ସୁରକ୍ଷା ୧୯୮୬ ଏବଂ ୨୦୦୬ର ପରିବେଶ ପ୍ରଭାବ ଆକଳନ ଅଧିସୂଚନା ଏବଂ ୨୦୧୩ର ଭୂ-ଅଧିଗ୍ରହଣ (ଉଚିତ୍ କ୍ଷତିପୂରଣ ଥଇଥାନ) ଆଇନରେ ଥିବା ବିଭିନ୍ନ ପ୍ରାବଧାନ ଗୁଡ଼ିକୁ ଅବମାନନା କରାଯାଇଛି ବୋଲି କହିଛନ୍ତି । କୋଇଲା ଖଣି ନିଲାମକୁ ବିରୋଧ କରିବାପାଇଁ ସେମାନେ ଆହ୍ୱାନ ଦେଇଛନ୍ତିି ।

Leave A Reply

Your email address will not be published.

17 − six =