ନାଲକୋ ପ୍ରଦୁଷଣକୁ ଲଗାମ କେବେ?

ବଅଁରପାଳ: ଅନୁଗୋଳ ଜିଲ୍ଲାର ପ୍ରାୟ ୩୯ଖଣ୍ଡ ଗ୍ରାମର ଜମିରେ ନାଲକୋ ପ୍ରକଳ୍ପ ଗଢିଉଠିଛି । ପାଶ୍ୱବର୍ତି ଗ୍ରାମ ଗୁଡିକରେ ଆଖିଦୃଷ୍ଟିଆ ଉନ୍ନତି କରିବାସର ଲୋକମାନଙ୍କୁ ପ୍ରଦୂଷଣ ଜ୍ୱାଳାର କଷ୍ଟ ମଧ୍ୟ ଦେଇଛି । କାଗଜ କଲମରେ ହେଉପଛେ ନାଲକୋ ନିଜକୁ ପ୍ରଦୂଷଣ ମୁକ୍ତ କାରଖାନା ଦର୍ଶାଇ ବିଭିନ୍ନ ପରିବେଷିକ ପୁରଷ୍କାର, ମାନପତ୍ର ଏପରିକି ନବରତ୍ନ କମ୍ପାନୀର ମାନ୍ୟତା ହାସଲ କରିବାରେ ମଧ୍ୟ କ୍ଷମ ହୋଇପାରିଛି । ପ୍ରାପ୍ତ ସୁଚନା ଅନୁଯାୟୀ, ନାଲକୋ ପ୍ରତିଷ୍ଠା ହୋଇ ଯେଉଁ ଦିନୁ ତା’ର ଉତ୍ପାଦନ ଆରମ୍ଭ କଲା, ସେହିଦିନ ଠାରୁ ଆଖ ପାଖ ଅଞ୍ଚଳରେ ପ୍ରସୁଷଣ ସୃଷ୍ଟିକରିବା ଆରମ୍ଭକଲା ।ସ୍ଥାନୀୟ ଜନସାଧାରଣଙ୍କ ଅପତି ଓ ଅଭିଯୋଗ କ୍ରମେ ରାଜ୍ୟ ପ୍ରଦୁଷଣ ଓ ନିୟନ୍ତ୍ରଣ ବୋର୍ଡ ତରଫରୁ ପ୍ରଦୁଷଣର କାରଣ ସମ୍ପର୍କରେ ଯାଞ୍ଚ କରିଥିଲେ । ବୋର୍ଡ ଯାଞ୍ଚ କରି ଯାଣିପାରିଲେ ଯେ ନାଲକୋ ସ୍ମେଲଟର ପ୍ଲାଂଟର ନିର୍ଗତ ଫ୍ଲୋରାଇଡ ଗ୍ୟାସ ଯୋଗୁ ଓ ତତ ଜନିତ ବର୍ଜ୍ୟ ଜଳ ଯୋଗୁ ପ୍ରଦୂଷଣ ବୃଦ୍ଧି ପାଇଛି । ଫଳରେ ଏହାର ପ୍ରଭାବ ମଣିଷ, ପଶୁ, ପକ୍ଷୀ. ବୃକ୍ଷ, ଲତା, ଭୂତଳ ଜଳ ଓ ବାୟୁ ଉପରେ ପଡୁୁଛି । ତାହାର ନୀରାକରଣ ନିମନ୍ତେ ପ୍ରଦୁଷଣ ବୋର୍ଡ କେତେକ ଜରୁରୀ ପଦକ୍ଷେପ ଗ୍ରହଣ କରିବାକୁ ସୁପାରିସ କରିଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇନାହିଁ । ଏହା ବାଦ ନାଲକୋ ନିଜଶ୍ୱ ତାପଜ ବିଦ୍ୟୁତ କେନ୍ଦ୍ରରୁ ବାହାରୁଥିବା ଉଡନ୍ତା ପାଉଁସ ପୋଖରୀରେ ଜମା କରାଯାଇ ରୀତି ମତ ଦେଖା ଶୁଣା କରାଯିବାର ବନ୍ଦୋବସ୍ତ କରାଯାଇଛି ।ଏସବୁ ସୁବିଧା ଥାଇ ମଧ୍ୟ ବିଗତ ୨୦୦୧ ସମିହାରେ ପାଉଁସ ପୋଖରୀ ହୁଡା ଭାଙ୍ଗି ଯିବାରୁ ଧନ ଜୀବନ ହାନି ସହ ବ୍ୟାପକ ପ୍ରଦୂଷଣ ସୃଷ୍ଟି ହୋଇଥିଲା । ଉକ୍ତ ଘଟଣାର ତଦନ୍ତ ନିମନ୍ତେ ଖଣି ମନ୍ତ୍ରାଳୟ ଏନ ପି ସିଂହ ଗଠନ କରିଥିଲେ । ଏନ ପି ସିଂହ କମିଟି ତଦନ୍ତ କରି ଦେଇଥିବା ରିପୋର୍ଟକୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟକରୀ କରାଯାଇନାହିଁ । ସମୟେ ସମୟେ ନାଲକୋ ପାଉଁସ ପୋଖରିରୁ ପାଉଁସ ଉଡି ଆଖ ପାଖ ଥିବା ଗ୍ରାମ ଗୁଡିକରେ ପ୍ରଦୁଷଣ ସୃଷ୍ଟି କରୁଛି । ସ୍ଥାନୀୟ ଲୋକେ ବାରମ୍ବାର ଆନେ୍ଦାଳାନାତ୍ମକ ପନ୍ଥା ଅବଲମ୍ବନ କରୁଥିଲେ ମଧ୍ୟ ନାଲକୋ ପ୍ରଶାସନ, ରାଜ୍ୟ ପ୍ରଦୁଷଣ ବୋର୍ଡ ଓ ଜିଲ୍ଲା ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛନ୍ତି । ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର ତାଗିତ ସତ୍ୱେ ପାଉଁସ ପୋଖରୀର ହୁଡା ଉଚ୍ଚତାକୁ ବାରମ୍ବାର ବୃଦ୍ଧି କରାଯାଉଛି । ଭବିଶ୍ୟତରେ ଅଘଟଣ ଘଟିବାରେ ଆଶଙ୍କା ବୃଦ୍ଧି ପାଉଛି । ନିକଟରେ ନାଲକୋ ପାଉଁଶ ପୋଖରୀର ପାଉଁଶ ଉଡି ବ୍ୟାପକ ପ୍ରଦୁଷଣ ହେବାରୁ ସ୍ଥାନୀୟ ଲୋକେ ଏହାର ପ୍ରତିବାଦ କରିବା ସହ ପାଉଁଶ ପୋଖରୀସ୍ଥିତ ନାଲକୋ ପକାର୍ଯ୍ୟାଳୟ ଭଙ୍ଗାରୁଜା କରିବା ଦ୍ୱାରା ଥାନାରେ ମାମଲା ରୁଜୁ ହୋଇଥିଲା । ନାଲକୋ କୁଲାଡ ମୌଜାର କେତେକ ପ୍ରଜାଙ୍କ ଜମିକୁ ଅଧିଗ୍ରହଣ ନକରି ସ୍ମେଲ୍ଟର ପ୍ଲାଂଟରୁ ବାହାରୁ ଥିବା ଫ୍ଲୋରାଇଡ ଜୁକ୍ତ ବର୍ଜ୍ୟ ଜଳକୁ ସିଧାସଳଖ ପ୍ରଜାଙ୍କ ଜମିରେ ଛାଡିଦିଆଯାଉଛି । ଫଳରେ ସେହି ବର୍ଜ୍ୟ ଜଳ କୁଲାଡ ମୌଜାର ଶହ ଶହ ଚାଷିଙ୍କ ଜମିରେ ମାଡି ଫସଲ ହାନି ସହ ମୃତିକା, ଭୂତଳ ଜଳ ପ୍ରଦୁଷିତ ହୋଉଛି । ସ୍ୱତଃ ପ୍ରଶ୍ନ ଉଠେଯେ ନାଲକୋ ତାର ବର୍ଜ୍ୟ ଜଳକୁ ନିଜସ୍ୱ ବର୍ଜ୍ୟଜଳ ନିଷ୍କାସନ କେନାଲରେ ଛାଡିବାକୁ ନିୟମ ଥାଇ ମଧ୍ୟ ସମ୍ପୃକ୍ତ ପ୍ରଜାଙ୍କ ଜମି ଅଧିଗ୍ରହଣ କରୁନାହିଁ କାହିଁକି?ନାଲକୋ ସ୍ମେଲ୍ଟର ପ୍ଲାଂଟରୁ ନିର୍ଗତ ଫ୍ଲୋରାଇଡ ଯୁକ୍ତ ବର୍ଜ୍ୟ ଜଳକୁ ନିଷ୍କାସନ ପାଇଁ ପ୍ଳାଂଟ ଠାରୁ କିସିନ୍ଦା ନାଳ ପର୍ଯ୍ୟନ୍ତ ଏକ ଦୀର୍ଘ କେନାଲ ନିର୍ମାଣ କରିଛି
କେଉଁ ଆଇନ ଓ କାହା ଆଦେଶରେ ବର୍ଜ୍ୟ ଜଳକୁ କୁଲାଡ ମୌଜାରେ ଖୁଲମ ଖୁଲା ଛାଡି ଦିଆଯାଉଛି?ଏପରିକି ନାଲକୋ ସ୍ମେଲ୍ଟର ପ୍ଲାଂଟ ସିଆଇଏସଏଫ କଲୋନି ଓ ଟ୍ରେନିଂ ସେଂଟର ଥତ୍ୟାଦିରୁ ବାହାରୁଥିବା ବର୍ଜ୍ୟଜଳକୁ କୁଲାଡ ମୌଜାର ଚାଷ ଜମିକୁ ଛାଡିଦିଆଯାଉଛି । ବର୍ଷ ପରେ ବର୍ଷ ବର୍ଜ୍ୟ ଜଳ, ଫ୍ଲୋରାଇଡ ଗ୍ୟାସ ଓ ଉଡନ୍ତା ପାଉଁଶ ତତ୍ୟାଦିର ପ୍ରଦୁଷଣ ଯୋଗୁ ଚାଷ ଜମି ଗୁଡିକ ସନ୍ତ ସନ୍ତିଆ ରହିବା ଦ୍ୱାରା କୁଲାଡ ଗ୍ରାମ ବ୍ୟତୀତ ନାଲକୋର ଆଖପାଖ ଗ୍ରାମ ଗୁଡିକରେ ମ୍ୟାଲେରିଆ ଓ ଡେଙ୍ଗୁ ଭଳି ମାରାତ୍ମକ ବାତଜ୍ୱର, ମଣିଷମାନଙ୍କ ଦେହରେ ଚର୍ମ ରେଗ, ଦାନ୍ତ କ୍ଷୟ, ହାଡ ବଙ୍କା, ଯକ୍ଷ୍ମା, ଆଜ୍ମା, ଫୁସଫୁସ ଜନିତ ରୋଗ ଓ ଅନ୍ୟ ରୋଗ ଇତ୍ୟାଦି ବ୍ୟାପିବାରେ ଲାଗିଛି । ଏସମ୍ପର୍କରେ ବାରମ୍ବାର ଅଭିଯୋଗ ହେଲେ ମଧ୍ୟ ନାଲକୋ କର୍ତୃପକ୍ଷ କିମ୍ବା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବିଭାଗର କେହି କର୍ଣପାତ କରୁନାହାନ୍ତି । କିମ୍ବା ନାଲକୋ ପ୍ରଦୂଷଣକୁ କେହି ଲଗାମ ଲଗାଇ ପାରୁ ନାହାନ୍ତି । ବୋଲି ଅଭିଯୋଗମାନ ହୋଇଛ

Leave A Reply

Your email address will not be published.

16 + 15 =