ଦେଶକୁ ବିକଶିତ କରିବ ଆତ୍ମନିର୍ଭର ଭାରତ ଅଭିଯାନ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତ୍ମନିର୍ଭର ଭାରତ ଅଭିଯାନରେ ଗରିବଙ୍କ କଲ୍ୟାଣକୁ ପ୍ରଧାନ୍ୟ ଦେବାସହ ଦେଶର ପୁିନିବେଶ, ଆର୍ଥିକ ଅଭିବୃଦ୍ଧି, ନିଯୁକ୍ତିକୁ ପ୍ରୋତ୍ସାହନ ଦେଇଛନ୍ତ । ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ଚାଷୀ, ଶ୍ରମିକ, ମଧ୍ୟବିତ୍ତ ଏବଂ ଉଦ୍ୟୋଗୀଙ୍କୁ ସଶକ୍ତ କରିଛି ଓ କୋଇଲା, ଖଣିଜ, ପ୍ରତିରକ୍ଷା ଉତ୍ପାଦନ, ବେସାମରିକ ବିମାନ ଚଳାଚଳ, ଶକ୍ତି ଯୋଗାଣ, ପରମାଣୁ ଏବଂ ମହାକାଶ କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବାରେ ସହାୟକ ହୋଇଛି । ମୋଦି ସରକାରଙ୍କ ଏହି ଐତିହାସିକ ପଦକ୍ଷେପ କରୋନା ପରବର୍ତୀ ଭାରତର ବିକାଶକୁ ତ୍ୱରାନ୍ୱିତ କରିବ ଏବଂ ଗୋଟିଏ ଶକ୍ତିଶାଳୀ, ସ୍ଥିର ତଥା ପ୍ରଗତିଶୀଳ ଭାରତ ଗଠନ କରିବାରେ ସହାୟକ ହେବ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷରୁ କୁହାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଆତ୍ମନିର୍ଭର ଭାରତ ଅଭିଯାନ କେବଳ କୋରନା ସହ ମୁକାବିଲା କରିବାରେ ବଡ ଭୂମିକା ଗ୍ରହଣ କରିନାହିଁ ବରଂ ନୂଆ ଭାରତ ଦିଗରେ ମଧ୍ୟ ଅଗ୍ରସର ହୋଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଭାରତର କରୋନା ବିରୋଧୀ ମୁକାବିଲାରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଭାବେ ଉଭା ହୋଇଛିି । ବିଜେପି ପକ୍ଷରୁ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି, ଜିନଧନ ଆକାଉଂଟ, ସାମାଜିକ ସୁରକ୍ଷା ଭତା ଓ ଉଜ୍ଜଳା ଯୋଜନାରେ ଜୁନ ୨୮ ସୁଦ୍ଧା ପାଖାପାଖି ୪୦ କୋଟି ଲୋକଙ୍କୁ ୬୪ ହଜାର ୫୦୦ କୋଟି ସିଧାସଳଖ ଡିବିଟି ମାଧ୍ୟମରେ ବ୍ୟାଙ୍କ ଆକାଉଂଟକୁ ପଠାଯାଇଛି । ଗରିବ ଓ ପ୍ରବାସୀଙ୍କ ଖାଦ୍ୟ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ଦେଶର ୮୦ କୋଟି ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୮ ମାସ ଅର୍ଥାତ୍ ନଭେମ୍ବର ଯାଏ ବୃଦ୍ଧି କରାଯାଇଛି । ଏହି ଯୋଜନାରେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ମାସିକ ମୁଣ୍ଡ ପିଛା ୫ କେଜି ଚାଉଳ କିମ୍ବା ଗହମ ଓ ପ୍ରତି ପରିବାରକୁ ମିଳିବ ୧ କିଲୋ ଡ଼ାଲି ଆଗାମୀ ପାଞ୍ଚ ମାସ ପାଇଁ ଦିଆଯିବ । ଏଥିପାଇଁ ମୂଲ୍ୟ ୯୦ହଜାର କୋଟିରୁ ଅଧିକ ହେବାର ଆକଳନ କରାଯାଇଛିା ବିଜେପି ପକ୍ଷରୁ କୁହାଯାଇଛି ଯେ ଆତ୍ମନିର୍ଭର ଭାରତ ଅଭିଯାନରେ ଏମଏସଏମଇ ପାଇଁ ୩ ଲକ୍ଷ କୋଟି ଟଙ୍କାର ବନ୍ଧକବିହୀନ ଋଣର ବ୍ୟବସ୍ଥା ହୋଇଛିା ଜୁଲାଇ ପହିଲା ସୁଦ୍ଧା ଏହି ଯୋଜନାରେ ସୁଦ୍ଧା ୩୦ ଲକ୍ଷ ଏମଏସଏମଇ ପ୍ରତିଷ୍ଠାନକୁ ୧ କୋଟି ୧୦ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ମୁରୀ ଦିଆଯାଇଛି । ଏହି କ୍ଷେତ୍ର ପାଇଁ ନବାର୍ଡ ପକ୍ଷରୁ ହୋଇଥିବା ୩୦ ହଜାର କୋଟିର ସ୍ୱତନ୍ତ୍ର ନଗଦ ପାଣ୍ଠିରୁ ଜୁନ ଶେଷ ସୁଦ୍ଧା ୨୪ ହଜାର ୫୮୬ କୋଟି ଦିଆଯାଇଛି । ଏମଏସଏମଇ ଘରୋଇ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ ଓ ସେମାନଙ୍କ ନିଯୁକ୍ତିଦାତାଙ୍କ ପାଇଁ ୨୫୦୦ କୋଟିର ଇପିଏଫ ସହଯୋଗ ଦିଆଯାଇଛି । ଏହା ଦ୍ୱାରା ପ୍ରାୟ ୩.୬୭ ଲକ୍ଷ ପ୍ରତିଷ୍ଠାନ ଏବଂ ୭୨.୨୨ ଲକ୍ଷ କର୍ମଚାରୀ ଲାଭବାନ ହେବେ । ସେହିପରି ପ୍ରତିରକ୍ଷା ପାଇଁ ୩୮ ହଜାର ୯୦୦ କୋଟିର ବ୍ୟୟବରାଦ ହୋଇଛି । ଏହି କ୍ଷେତ୍ର ସମେତ ବେସାମରିକ ବିମାନ ଚଳାଚଳ, ମହାକାଶ କ୍ଷେତ୍ରରେ ବ୍ୟାପକ ସଂସ୍କାରର ଲକ୍ଷ୍ୟ ହେଉଛି ପ୍ରତିରକ୍ଷା କ୍ଷେତ୍ରରେ ସ୍ୱଦେଶୀ ଉତ୍ପାଦନକୁ ବୃଦ୍ଧି କରିବା, ଭାରତକୁ ବିମାନ ରକ୍ଷଣାବେକ୍ଷଣର ଏକ ପେଣ୍ଠସ୍ଥଳି କରିବା ଏବଂ ଭାରତକୁ ପ୍ରତିରକ୍ଷା ଉତ୍ପାଦନ, ବେସାମରିକ ବିମାନ ଚଳାଚଳ ଏବଂ ମହାକାଶ ଯନ୍ତ୍ରପାତି ତିଆରି କ୍ଷେତ୍ରରେ ଆତ୍ମନିର୍ଭର କରିବା ।

Leave A Reply

Your email address will not be published.

3 × three =