ବର୍ଷା ଅଭାବରୁ ଜଗତସିଂହପୁରରେ ୭୦ଭାଗ ଜମୀରେ ତଳିଘେରା ଶୁଖିଲା

ଜଗତସିଂପୁର: ଚଳିତ ଖରିଫ ଋତୁ ପାଇଁ ଜଗତସିଂପୁର ଜିଲ୍ଲାର ୮ଗୋଟି ବ୍ଳକର ପ୍ରାୟ ୧୦,୦୦୦ହେକ୍ଟର ଚାଷ ଉପଯୋଗୀ ଜମିରେ ତଳିଘେରା ପକାଯାଇଥିଲା । ତେବେ ଜିଲ୍ଲାର ଠିପ କିଷମ, ମଧ୍ୟମ କିଷମ ଖାଲୁଆ କିଷମ ଜମିରେ ତଳି ପକାଇ ଚାଷୀ ଏବେ ଅନାଇ ରହିଛି । ମୌସୁମି ବର୍ଷା ନିମନ୍ତେ ବେହୁଡା ବୀ ରୁଆ ରୁଇ କାର୍ଯ୍ୟରେ ଗୁରୁତର ସଂକଟ ସୃଷ୍ଟିହୋଇଛି । ଜୁଲାଇ ପ୍ରଥମାର୍ଦ୍ଧରେ ଅସରାଏ ଦୁଇଅସରାଏ ବର୍ଷା ହୋଇଥିଲେ ମଧ୍ୟ ତାହା ସମୁଦ୍ରକୁ ସଂଖେ ହୋଇଛି । ଜୁଲାଇ ୧୫ ତାରିଖରୁ କଟକ ମହାନଦୀ ବ୍ୟାରେଜରୁ ତାଳଦଣ୍ଡା ମାଛଗାଁ ମୂଖ୍ୟ କେନାଲରେ ଜଳ ସଂପଦ ବିଭାଗ ପକ୍ଷରୁ କେନାଲ ଜଳ ମଡାଇବା ପରେ କେନାଲ ଇଲାକାରେ ୩୦ ଭାଗ ଚାଷଜମିରେ ପାଣି ପହଞ୍ଚିଛି । ଶାଖା କେନାଲ ଗୁଡିକରେ ଏବେ ସୁଧା ପାଣି ପହଞ୍ଚିନାହିଁ । ଯାହା ଫଳରେ ୭୦ ଭାଗ ଅଞ୍ଚଳର ଜାଷ ଜମି ଏବଂ ବର୍ଷା ଅଭାବ କାରଣରୁ ତଳିଘେରା ଶୁଖି ଯାଉଛି । ଅଣ ଜଳ ସେଚିତ ଅଞ୍ଚଳ ବାଲିକୁଦା- ଏରସମା, ନାଉଗାଁ, କୁଜଙ୍ଗ, ତିର୍ତୋଲର ଧୋଇଆ ଏରିଆ , ବିରିଡି ବ୍ଲକର ବାଇଶି ମୌଜା ଅଞ୍ଚଳରେ ମୃଦୁ ମରୁଡି ହେବାର ଆଶଙ୍କା ଦେଖା ଦେଇକ୍ତି ।ଏହି ସବୁ ଜମି ଗୁଡିକରେ ପ୍ରବଳ ବେଗରେଘାøପାଟ ବେହାର ଦେଖାଦେଇଛି । ଜିଲ୍ଲାରେ ଥିବା ସେର୍ବମୋଟ ୧ଲକ୍ଷ ୫ ହଜାର ହେକ୍ଟର ଧାନ ଜମି, ୩୦ହଜାର ହେକ୍ଟର ୍ଣଚ୍ଛ÷ଳ ବୀଜ, ୧୫ହଜାର ହେକ୍ଟର ପନିପରିବା ଫସଲ, ୫୦ହଜାର ହେକ୍ଟର ଆଖୁ ଓ ନଳିତା ଚାଷ ପାଇଁ ଚାଷୀ ତାର ପ୍ରସ୍ତୁତି ପାଇଁ ସଜବାଜ ହୋଇଥିବା ବେଳେ ଥେିପାଇଁ ମୌସୁମୀ ବର୍ଷା ମୂଖ୍ୟତଃ ବାଧକ ସାଜିଛି । ଜୁଲାଇ ଶେଷାର୍ଦ୍ଧ ଶୁଦ୍ଧା ବର୍ଷା ନହେଲେ ଜିଲ୍ଲାର ପ୍ରାୟ ୬୦ଭାଗ ଅଞ୍ଚଳରେ ମରୁଡି ହେବା ନିଶ୍ଚିନ୍ତ ବୋଲି କୃଷି ବିଶେଷଙ୍କ ମତ । ତେବେ ଏଠାରେ ସୁଚନା ଥାଉକି ଗତ ମେ ମାସ ୩ତାରିଖରେ ଘଟିଯଇିଥିବା ‘ଅମ୍ପନ’ ଘୁର୍ଣ୍ଣିଝଡ ବର୍ଷାରେ ମଧ୍ୟ ଖରାଟିଆ ଲଙ୍କା, ଚିନା ବାଦାମ, ମୁଗ, ବିରି, ଆଖୁ ଇଚ୍ଛ୍ୟାଦି ପନିପରିବା ଫସଲ ବ୍ୟାପକ ମାତ୍ରାରେ ନଷ୍ଟ ହୋଇଯାଇଥିଲା । ଏଥିରେ ଚାଷୀଙ୍କୁ କୌଣସି ସହାୟତା ସରକାର କିମ୍ବା କୃଷୀ ବିଭାଗ ପକ୍ଷରୁ ମିଳିନାହିଁ । ଏହା ପୂର୍ବରୁ ଗତ ୨୦୧୯ ମସିହା ଅପ୍ରେଲ ମାସରେ ଘଟିଯାଇଥିବା ‘ଫନି’ ବାତ୍ୟାରେ ମଧ୍ୟ ଚାଷୀଙ୍କ ନିମନ୍ତେ ସରକାର ବିଭିନ୍ନ ଯୋଜନା ଘୋଷଣା କରିଥିଲେ ମଧ୍ୟ ଚାଷୀ ତାହା ଏପର୍ଯ୍ୟନ୍ତ ପାଇପାରିନାହିଁ । ରାଜ୍ୟ ସରକାର ତଥା କ୍ଷତି ପୂରଣ ଦେବା କଥା କହି ସଂପୃକ୍ତ ଅନୁଦାନକୁ ବିଭିନ୍ନ ସରକାରୀ ମହଲା ଓ କାର୍ଯ୍ୟାଳୟକୁ ମଡେଲିଂ ବା ଉନ୍ନଚ୍ଛିକରଣ କରିବାରେ ନଜର ରହିଛି । ସେଥି ମଧ୍ୟରୁ ଜିଲ୍ଳାପାଳଙ୍କ ଦପ୍ତରରେ ତଳେଇ ଖୋଳି ଟାଇଳ ବିଛାଇବାର ଦେଖା ଯାଉଛି । ଏହା ଅମଲାତାନ୍ତ୍ରୀକ ସହଯନ୍ତ୍ର ବୋଲି ଚାଷୀଙ୍କ ପକ୍ଷରୁ ଗୁରୁତର ଅଭିଯୋଗ ରହିଛି । ଚାଷୀଙ୍କ କ୍ଷତିପୁରଣ ଅର୍ଥ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ନିଜ କାର୍ଯ୍ୟାଳୟରେ ଟାଇଲ ବିଛାଇବା ଘଟଣାରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ ହେବା ଜରୁରୀ ହୋଇଛି । ଆଗଛମା କାର୍ଯ୍ୟଳୟ ୧୯୫୭ ମସିହା ବିଲଡିଂ ହୋଇଥିବା ବେଳେ ଷହି ଦପ୍ତରରେ ଟାଇଲ ଭଳି ଓଜନ ଭାର ଲଦିବା ଫଳରେ ତାହା ଉପଜିଲ୍ଲାପାଳଙ୍କ ଦପ୍ତର ପ୍ରତି ଗୁରୁତର ବିପଦ ସୃଷ୍ଟି କରୁଛି । ସେହିଭଳି ଜିଲ୍ଲାପାଳଙ୍କ ଗ୍ରୀଭାନ୍ସେଲରେ ଦେଖା କରିବାକୁ ଆସୁଥିବା ଜନସାଧାରଣଙ୍କ ୱେଟିଙ୍ଗ ବା ପ୍ରତିକ୍ଷାଳୟ ଏବେ ଅଫିସ କୋଠରିଭାବେ ବ୍ୟବହାର କରାଯିବା ଫଳରେ ଅଭିଯୋଗ ନିମନ୍ତେ ଆସୁଥିବା ଲୋକମାନେ ନାନା ଅକଥନୀୟ ଦୁର୍ଦଶାରେ ପଡୁଛନ୍ତି ।

Leave A Reply

Your email address will not be published.

3 + 15 =