ରାଜ୍ୟର ଆର୍ଥିକ ସ୍ଥିତି ଏବେ ଏଭଳି ଅବସ୍ଥାରେ ରହିଛି ଯେ, ସେଥିରେ ଖର୍ଚ୍ଚ କ୍ଷେତ୍ରରେ ରାଜ୍ୟଅର୍ଥ ବିଭାଗ ଅଳ୍ପକେଇ ଦିନ ପୁର୍ବରୁ କଟକଣା ଜାରି କରିଛନ୍ତି । ଖର୍ଚ୍ଚରେ ଲଗାମ ଦେବା ଲାଗି ବିଭାଗୀୟ ସଚିବ କେତେକ ପରାମର୍ଶ ଦେଇଥିଲା ବେଳେ ଏବେ ଆୟ କିପରି ହେବ, ସେଥିନେଇ ସରକାର ସ୍ଥିତିର ସମୀକ୍ଷା କରିଚାଲିଛନ୍ତି । ଏପରିକି ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତରେ ମନ୍ତ୍ରୀ ପରିଷଦ ବୈଠକ ବସି କେତେ ଗୃରୁତ୍ୱପୁର୍ଣ୍ଣ ନିଷ୍ପତି ନିଆଯାଇଛି । ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ର ପ୍ରଥମ ତିନି ମାସ ମାର୍ଚ୍ଚ, ଏପ୍ରିଲ ଓ ମେ’ ମାସରେ ଆର୍ଥିକ ବ୍ୟବସ୍ଥା ସମ୍ଭାଳିବାକୁ ରାଜ୍ୟ ସରକାର ୫ ହଜାର କୋଟି ଟଙ୍କା ଋଣ କରିଥିଲା । ବେଳେ ତନ୍ମମଧ୍ୟରୁ ଖୋଲା ବଜାରରୁ ୩ ହଜାର କୋଟି ଋଣ କରାଯାଇଛି । ଆଉ ୨ ହଜାର କୋଟି ଓମ୍ବାଡସିରୁ ଅଣାଯାଇଛି । କମ୍ ସୁଧରେ ଋଣ ସରକାର ଉଠାଇବାକୁ ମନ୍ତ୍ରୀପରିସଧ ବୈଠକରେ ମଧ୍ୟ ନିଷ୍ପତି ହୋଇଛି ।
ତେବେ ଆମର ଏଠାରେ କହିବାର କଥା ହେଲା ଯେ, ଚଳିତ ବର୍ଷ ରାଜସ୍ୱେ ଆଦାୟ ପୁର୍ବବର୍ଷ ତୁଳନାରେ ୨୨.୯୪ ପ୍ରତିଶତ ହ୍ରାସପାଇଛି । ସବୁଠାରୁ ବଡ଼ କଥା ହେଲା ଯେ ଅର୍ଥିକ ଦୃର ଅବସ୍ଥାକୁ ଗତିକରିବା ଅଶଙ୍କା ପାଇଁ କରୋନା ମହାମାରୀ ଦାୟୀ । ଏଥିରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଚିକିତ୍ସା, ଖାଦ୍ୟପେୟ, ଔଷଧ ଓ କ୍ୱାରେଂଟାଇନ୍ ଖର୍ଚ୍ଚ ରାଜ୍ୟସରକାର ବହନ କରୁଛନ୍ତି । ଏପରିକି କରୋନାରେ ମୃତ ବ୍ୟକ୍ତିଙ୍କ ଶବ ସଂସ୍କାର ଲାଗି ସରକାର ୭ ହଜାର ୫ ଶହ ଟଙ୍କାର ବ୍ୟବସ୍ଥା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷମତାକୁ ଆସିବା ପରଠାରୁ ରାଜ୍ୟର ଅର୍ଥିକ ସ୍ଥିତି ଉତମ ରହିଆସିଥିଲା । ଏବେ ଯୋଉଁ ପରିସ୍ଥିତି ସାମୟିକ ଭାବେ ସୃଷ୍ଟି ହୋଇଛି, ତାହା ହେବା ସ୍ୱାଭାବିକ । ବରଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟକୁ କରୋନା କବଳିତ କରିବାକୁ ଚେଷ୍ଟା ଆରମ୍ଭ କରିବାର ପୁର୍ବରୁ ଆଗୁଆ ପଦକ୍ଷେପ ନେବା ସହିତ ଆଗକୁ ମଧ୍ୟ ସର୍ବପ୍ରଥମେ ରାଜ୍ୟରେ ସେରମ୍ କମ୍ପାନିର କୋଭିଡ ଟୀକା ଦେବା ଲାଗି ଇତି ମଧ୍ୟରେ ମାତ୍ର ଦିନକ ପୂର୍ବରୁ ପ୍ରାଥମିକ ଆଲୋଚନା କରିସାରିଥିବାରୁ ସେ ଧନ୍ୟବାଦର ପାତ୍ର । କୋଭିଡ ମହାମାରୀ ମୂକାବିଲା କଲେ ଖର୍ଚ୍ଚ ହେବା ସ୍ୱଭାବିକ ଓ ତାହା ହିଁ ହେଉଛି ।
ଅନ୍ୟ ପଟେ କେନ୍ଦ୍ରସରକାର ପୂର୍ବବର୍ଷର ଏକ ହଜାର କୋଟି ଟଙ୍କା ବକେୟା ରାଶି ଦେବା ତ’ ଦୁର କଥା, ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସ ଜିଏସଟି ବାବଦ ଅର୍ଥରାଶିରୁ ଗୋଟିଏ ଟଙ୍କା ମଧ୍ୟ ଦେଇନାହାନ୍ତି । ସରାରା ଭାରତ ବର୍ଷର ଅଧିକାଶ ରାଜ୍ୟ ଏବେ କରୋନା ମହାମାରୀ ଯୋଗୁ ଅର୍ଥ ଆବଶ୍ୟକତା ପୁରଣ କରିବାକୁ ଯାଇ ଏପ୍ରିଲ ଓ ଜୁନ୍ ମଧ୍ୟରେ ଖୋଲା ବଜାରରୁ ୧ ଲକ୍ଷ ୬୭ ହଜାର କୋଟି ଟଙ୍କା ଋଣ କରିସାରିଲେଣି । କେବଳ ତାମିଲନାଡୁ ଇତି ମଧ୍ୟରେ ୨୮ ହଜାର କୋଟି ଋଣ କରିଛି । ସେପରି ସ୍ଥଳେ କେତେକ ରାଜ୍ୟ ମଧ୍ୟ ଯେଉଁ ଋଣ କରିବାକୁ ଜଣାଇ ସାରିଛନ୍ତି, ସେଥିରୁ ମିଳୁଥିବା ସୂଚନା ଅନୁଯାଇ ଜୁଲାଇ ମାସରେ ୫୪ ହଜାର ୮୫୩ କୋଟି, ଅଗଷ୍ଟରେ ୫୬ ହଜାର ୩୬୦ କୋଟି ଏବଂ ସେପ୍ଟେବରରେ ୬୭ ହଜାର ୬୦ କୋଟି ଟଙ୍କା ଋଣ କରିବେ । ସେପରି ସ୍ଥଳେ ଓଡ଼ିଶାରେ ରାଜ୍ୟ ସରକାର ମଧ୍ୟ କରୋନା ମୁକାବିଲା ଲାଗି ଅଧିକ ଅର୍ଥ ବ୍ୟୟ କରିବା ସ୍ୱାଭାବିକ । ତେଣୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ କରୋନା ମହାମାରିକୁ ରୋକିବା ଏବଂ ରାଜ୍ୟବାସୀଙ୍କୁ କରୋନାରୁ ମୁକ୍ତ କରିବା ସହିତ ଟିକା ଆସିଲେ ପ୍ରଥମେ ଓଡ଼ିଶାରେ ଦେବା ଲାଗି ଯେଉଁ ଉଦ୍ୟମ ରାଜ୍ୟସରକାର ହାତକୁ ନେଇଛନ୍ତି, ସେଥିଲାଗି ପାଖରେ ଅର୍ଥନଥିଲେ ଋଣ କରାଯିବା ନିଶ୍ଚିତ ଓ ତାହା କରାଯିବା ଉଚିତ । ଅର୍ଥନୀତି କହୁଛି, ମନୁଷ୍ୟର ଯେତେଗୁଡିଏ ମୌଳିକ ଆବଶ୍ୟକତା ରହିଛି, ତନ୍ମଧ୍ୟରୁ ସ୍ୱାସ୍ଥ୍ୟ ଅନ୍ୟତମ । ମଣିଷ ପ୍ରଥମେ ସୁସ୍ଥ ରହିବା ଆବଶ୍ୟକ । ସୁସ୍ଥ ରହିଲେ ସେ ନିଜର ପରିବାର ଓ ସମାଜକୁ ସୁସ୍ଥ ରଖିବାରେ ସହାୟକ ହେବ । ତେଣୁ ରାଜ୍ୟ ସରକାର ଏବେ ଋଣ କଲେ ତାହା କସ୍ମିନ କାଳେ ଏକ ଭୁଲ ପଦକ୍ଷେପ ବୋଲି କୁହାଯାଇପାରିବ ନାହିଁ ।