ସାମ୍ବାଦିକଙ୍କ ପରିବାରକୁ ସହାୟତା

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ସାମ୍ବାଦିକ ପ୍ରବୀର କୁମାର ପ୍ରଧାନଙ୍କ ପତ୍ନୀଙ୍କୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସାହାଯ୍ୟ ପ୍ରଦାନ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସନତ କୁମାର ମହାନ୍ତି ଆଜି ଏହି ଚେକ୍ ପ୍ରବୀରଙ୍କ ପତ୍ନୀ ସସ୍ମିତା ସ୍ୱାଇଁଙ୍କୁ…

ଏବେ ଠୁ ଏତେ ଆଗକୁ କେତେ

ଯାଜପୁର : ମାର୍ଚ୍ଚ ମାସ ଆରମ୍ଭ ହୋଇନାହିଁ ତଥାପି ଖରାର ପ୍ରକୋପ ଅସହ୍ୟ ହେଲାଣି । ତାତି ଦିନ ୧୧ ଟା ଠାରୁ ଏତେ ମାତ୍ରାରେ ଖରା ହେଉଛି ଯେ ରାସ୍ତାରେ ଯିବା ଆସିବା ମଧ୍ୟ କଷ୍ଟ ସାଧ୍ୟ ହେଉଛି । ଗଛଟିଏ ପାଇଲେ ଟିକିଏ ଛାଇ ପାଇଁ ମଣିଷ ଟିକେ ବିଶ୍ରାମ ନେବାକୁ ବାଧ୍ୟ ହେଉଛି । ଏପରିସ୍ଥଳେ…

ଏସସି/ଏସଟି ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଂଟକୁ ଗଲା ୧୦୧ କୋଟି ଟଙ୍କାର ବୃତି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ କନଫରେନସିଙ୍ଗ ଜରିଆରେ ୫-ଟି କାର୍ଯ୍ୟକ୍ରମ ଅଧୀନରେ ଅନୁସୂଚିତ ଜନଜାତି , ଜାତି ବିକାଶ ବିଭାଗର ଅନେକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏଥିରେ ୩ଟି ଆକାଂକ୍ଷା ହଷ୍ଟେଲ ଓ ୬୮ ଟି ଅନ୍ୟ ଛତ୍ରାବାସ ଉଦଘାଟନ,…

ରାଜ୍ୟରେ ୯୭ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ପୁଣି ଶହେ ମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା। ଦିନକରେ ଆଉ ୯୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୫୮, ସ୍ଥାନୀୟ ୩୯। ମୋଟ ପଜିଟିଭ ୩,୩୭,୪୪୮କୁ ବୃଦ୍ଧି ପାଇଛି। ୩,୩୪,୭୦୩ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୭୭୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ…

ବୈତରଣୀ ପୋଲ ତଳୁ ଗୁରୁତର ଅବସ୍ଥାରେ ନାବାଳିକା ଉଦ୍ଧାର

ପାଟଣା : ପାଟଣା ବ୍ଲକ ତୁରୁମୁଙ୍ଗା ନିକଟ ବୈତରଣୀ ପୋଲ ତଳୁ ବୁଧବାର ଜଣେ ଅଜଣା ନାବାଳିକାକୁ ମୁମୂର୍ଷୁ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ଆନୁମାନିକ ୭ ରୁ ୮ ବର୍ଷ ବୟସର ଏହି ନାବାଳିକାଟିର ତଣ୍ଟି ଚିପି ହତ୍ୟା ଉଦ୍ୟମ କରାଯାଇଥିବା ସ୍ପଷ୍ଟ ଜଣାପଡୁଛି। ଶିଶୁକନ୍ୟାର ପାଟିରୁ…

ଅନୁରାଗ କଶ୍ୟପ ଓ ତାପସୀ ପନ୍ନୁଙ୍କ ଘରେ ଆୟକର ଚଢ଼ାଉ

ମୁମ୍ବଇ: ବଲିଉଡ୍‌ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପ, ଅଭିନେତ୍ରୀ ତାପସୀ ପନ୍ନୁ ଏବଂ ନିର୍ଦେଶକ ବିକାଶ ମହଲଙ୍କ ଘରେ ଆୟକର ବିଭାଗ ପକ୍ଷରୁ ବୁଧବାର ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ଫାଣ୍ଟମ ଫିଲ୍ମ ସହିତ ଜଡ଼ିତ ରହିଛି। ବିକାଶ ବହଲ ଏହି ପ୍ରଡକ୍ସନ ହାଉସର ପ୍ରତିଷ୍ଠାତା ଥିବାବେଳେ ଅନୁରାଗ…

୨ ଛାତ୍ରଙ୍କ ମଧ୍ୟରେ ଛୁରାମାଡ

ଗଞ୍ଜାମ : ଗଞ୍ଜାମ ଜିଲା ଭଞ୍ଜନଗର ଗାଙ୍ଗପୁର ଥାନା ଅନ୍ତର୍ଗତ ବଡ ବୋରସିଙ୍ଗ ଆଞ୍ଚଳିକ ସ୍କୁଲ ଭିତରେ ଅଭାବନୀୟ ଘଟଣା ଘଟିଥିବା ନେଇ ବୁଧବାର ଖବର ମିଳିଛି। ୨ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ସହ ଛୁରାମାଡ ହୋଇଛି। ଏଥିରେ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ତାଙ୍କୁ ଉଦ୍ଧାର କରି ମେଡିକାଲରେ…

ମିଠା ଖୁଆଇ ଭଡାଟିଆ ଲୁଟିଲା ୩୫ ଲକ୍ଷର ସୁନା ଅଳଙ୍କାର

ମାଲକାନଗିରି: ଲୁଟେରାମାନେ ବିଭିନ୍ନ ଉପାୟ ତଥା ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଟଙ୍କା ସୁନାଗହଣା ଲୁଟ କରିଥିବା କଥା ସଭିଏଁ ଶୁଣିଥିବେ । ମାତ୍ର ମାଲକାନଗିରି ଜିଲ୍ଳା ସଦର ମହାକୁମା ବିବିଗୁଡା କଲୋନୀରେ ଏକ ଅଭିନବ ଉପାୟରେ ଲୁଟ ହୋଇଥିବା ଖବର ମଙ୍ଗଳବାର ସାମ୍ନାକୁ ଆସିଛି । ଭଡାଟିଆ ହୋଇ ଘର…

କରୋନା ମହାମାରୀ ଶେଷ ହେବା ଭାବିବା ଅବାସ୍ତବ: ହୁ

ନୂଆଦିଲ୍ଲୀ: ମହାମାରୀ କରୋନାକୁ ନେଇ ସାରା ବିଶ୍ୱବାସୀ ଭୟ ଓ ଆତଙ୍କ ଭିତରେ ରହିଥିବା ବେଳେ ଚଳିତବର୍ଷ ଶେଷ ସୁଦ୍ଧା କରୋନା ମହାମାରୀ ପୂରା ପୂରି ଭାବେ ପୃଥିବୀରୁ ଶେଷ ହୋଇଯିବ ବୋଲି ଭାବିବା ଅବାସ୍ତବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କୁହାଯାଇଛି । ମାତ୍ର ହଁ ବର୍ତମାନ…

ଏବର୍ଷ ମାର୍ଚ୍ଚରୁ-ମେ ପ୍ରବଳ ତାତି

ନୁଆଦିଲ୍ଲୀ: ଏବର୍ଷ ଗ୍ରୀଷ୍ମ ପ୍ରଭାବକୁ ନେଇ ପୁର୍ବନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) । ଚଳିତ ବର୍ଷ ମାର୍ଚ୍ଚରୁ ମେ ମାସ ମଧ୍ୟରେ ଉତର, ଉତର ପୁର୍ବ, ପୁର୍ବ ଏବଂ ପଶ୍ଚିମ ଭାରତର କିଛି ଅଞ୍ଚଳରେ ଦିନ ବେଳା ଗ୍ରୀଷ୍ମ ପ୍ରଭାବ ସାଧାରଣରୁ ଅଧିକ ଅନୁଭୁତ ହେବ ବୋଲି ଭାରତୀୟ…