୯ଟି ପୂଜା କମିଟିକୁ ଉଚ୍ଚ ମୂର୍ତ୍ତି ପାଇଁ ହାଇକୋର୍ଟଙ୍କ ଅନୁମତି

କଟକ : କଟକ ସହରରେ ଦୁର୍ଗାପୂଜା ପାଇଁ ୯ଟି ପୂଜା କମିଟିକୁ ଉଚ୍ଚ ମୂର୍ତ୍ତି ପାଇଁ ଓଡ଼ିଶା ହାଇକୋର୍ଟ ଅନୁମତି ଦେଇଛନ୍ତି। ଫଳରେ ମୂର୍ତ୍ତିର ଉଚ୍ଚତାକୁ ନେଇ ଲାଗି ରହିଥିବା ବିବାଦର ଅନ୍ତ ଘଟିଛି। ତେବେ ପ୍ରଶାସନ ଏହି ପୂଜା କମିଟିର ମୂର୍ତ୍ତି ବିସର୍ଜନ କରିବା ନେଇ ଅଦାଲତ ସର୍ତ୍ତ

କୋରାପୁଟ – ମାଲକାନଗିରି ସୀମାରୁ ବିପୁଳ ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ

ଭୁବନେଶ୍ୱର : ପୁଣି ମାଓବାଦୀ ନିଜର ସ୍ଥିତି ଜାହିର କରିଥିବା ଜଣାପଡ଼ିଛି। କୋରାପୁଟ – ମାଲକାନଗିରି ସୀମାରୁ ବିଏସଏଫ ଓ କୋରାପୁଟ ଡିଭିଏଫର ମିଳିତ ସର୍ଚ୍ଚ ଅପରେସନ ବେଳେ ବିପୁଳ ପରିମାଣରେ ମାଓ ସାମଗ୍ରୀ ଓ ବିସ୍ଫୋରଣକ ଜବତ ହୋଇଛି। ଏନେଇ କୋରାପୁଟ ଏସପି ସୂଚନା ଦେଇଛନ୍ତି ବୋଲି ଜଣାପଡ଼ିଛି।

ଆଇପିଏଲ ୨୦୨୦: ଆଜି ଚେନ୍ନଇ ବନାମ ରାଜସ୍ଥାନ

ଆବୁଧାବି :  ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୦ର ୩୭ ତମ ମ୍ୟାଚ୍‌ ସୋମବାର(ଆଜି) ଚେନ୍ନଇ ସୁପରକିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଏ ପର୍ଯ୍ୟନ୍ତ ଉଭୟ ଦଳର ପ୍ରଦର୍ଶନ ନିରାଶା ଜନକ ରହିଛି। ଦୁଇ ଦଳ ପଏଣ୍ଟ ଟେବୁଲର ଶେଷ ୨ଟି ସ୍ଥାନରେ ଅଛନ୍ତି। ଉଭୟ ଦଳ ୯ଟି ଲେଖାଏଁ  

ପୁନର୍ବାର କଂଗ୍ରେସ ଜିଲା ସଭାପତି ହେଲେ ଅଶ୍ୱିନୀ

ସମ୍ବଲପୁର: ରାଜ୍ୟରେ କଂଗ୍ରେସ ସଙ୍ଗଠନକୁ ତ୍ରୁଣମୂଳ ସ୍ତରରେ ସୁଦୃଢ଼ କରିବା ପାଇଁ ଦଳର ବିଭିନ୍ନ ସାଙ୍ଗଠନିକ ପଦଗୁଡିକରେ ବିଭିନ୍ନ ପଦାଧିକାରୀ ମାନଙ୍କୁ ନିଯୁକ୍ତ କରାଯାଉଛି। ଏହି କ୍ରମରେ ବିଗତ ଦିନରେ କଂଗ୍ରେସର ଓଡିଶା ପ୍ରଭାରୀ ଡ. ଏ. ଚେଲ୍ଲାକୁମାର ରାଜ୍ୟ ଗସ୍ତରେ ଆସି ଦଳକୁ ସୁଦୃଢ଼

ମହଙ୍ଗା ପଡ଼ିଲା ଜନ୍ମଦିନ ଆୟୋଜନ; ସିଲ୍‌ ହେଲା ବାର୍‌

ଭୁବନେଶ୍ୱର: ମହଙ୍ଗା ପଡ଼ିଲା ବାର୍‌ରେ ଜନ୍ମଦିନ ଆୟୋଜନ। ଭୁବନେଶ୍ୱର ଇନ୍‌ଫୋସିଟି ରୋଡ୍‌ରେ ଥିବା ଏକ ବାର୍‌କୁ ସିଲ୍ କରିଛି କମିଶନରେଟ୍ ପୁଲିସ୍‌। ଏହି ବାର୍‌ରେ ଜନ୍ମଦିନ ପାଳନ ବେଳେ କୋଭିଡ୍ ନିୟମ ସମ୍ପୂର୍ଣ୍ଣ ଭାବେ ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗ ହୋଇଛି । ବାର୍ଥଡେ ପାର୍ଟି ବେଳେ

୨୪ଘଣ୍ଟାରେ ଲଘୁଚାପ:୫ଦିନ ପାଇଁ ସତର୍କ ସୂଚନା ଜାରି

ଭୁବନେଶ୍ୱର : ସୋମବାର ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଏହାର ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲାରେ ଆସନ୍ତା ୪ରୁ ୫ଦିନ ଧରି ବର୍ଷା ଲାଗିରହିବ। ତେଣୁ ଉପକୂଳବର୍ତ୍ତୀ ପ୍ରାୟ ୧୧ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।ଭାରତୀୟ ପାଣିପାଗ

୭୫ ଲକ୍ଷ ଟପିଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ     ଆଉ ୫୫,୭୨୩ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫,୫୦,୨୭୪କୁ ବୃଦ୍ଧି ପାଇଛି। ସେହିପରି ଗୋଟିଏ ଦିନରେ ଆଉ

ନୱାଜ ସରିଫଙ୍କ ଜ୍ଵାଇଁ ସଫଦର ଆୱାନ ଗିରଫ

ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଜ୍ଵାଇଁ ସଫଦର ଆୱାନଙ୍କୁ କରାଚି ପୁଲିସ ଗିରଫ କରିଛି। ପାକିସ୍ତାନ ମୁସଲିମ ଲିଗ୍ (ଏନ) ନେତା ତଥା ନୱାଜଙ୍କ ଝିଅ ମରିୟମ ନୱାଜ ସରିଫ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି। ପାକିସ୍ତାନ ଡେମୋକ୍ରାଟିକ୍ ମୁଭମେଣ୍ଟ

ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ଚଢାଉ

ବ୍ରହ୍ମପୁର: ଗଜପତି ଜିଲା ଗୁରାଣ୍ଡି ସ୍ଥିତ ମୀନକେତନ ଡିଗ୍ରୀ କଲେଜର ଅଧ୍ୟାପକ ଜି ନଗେଶ୍ୱର ରାଓଙ୍କ ଘରେ ବ୍ରହ୍ମପୁର ଭିଜିଲାନ୍ସ ସୋମବାର ଚଢାଉ କରିଛି । ପାରଳାଖେମୁଣ୍ଡି ସ୍ଥିତ ରାଧାଗୋବିନ୍ଦ ନଗର ୨ୟ ଲାଇନରେ ଥିବା ତାଙ୍କ ଘରୁ ନଗଦ ୩୧ ଲକ୍ଷ ଟଙ୍କା ଜବତ କରାଯାଇଛି । ଅଧ୍ୟାପକ ରାଓଙ୍କ

ଆଉ ୧୭ ଜଣଙ୍କର ଜୀବନ ନେଲା କରୋନା

ଭୁବନେଶ୍ୱର : ସୋମବାର ରାଜ୍ୟରୁ ଆଜି ଆଉ ୧୭ ଜଣଙ୍କର ଜୀବନ ନେଇଛି କରୋନା। ଏଥିସହରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧୫୨କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।