ଅଗଷ୍ଟରେ ୧୦ ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର : ଅଗଷ୍ଟ ମାସରେ ୧୦ ଦିନ ଧରି ବନ୍ଦ ରହିବ ବ୍ୟାଙ୍କ। ମାସର ପ୍ରଥମ ଦିବସ ଅଗଷ୍ଟ ପହିଲା (ଶନିବାର)ରେ ଇଦ୍‌-ଉଲ୍‌-ଜୁହା ଲାଗି ବ୍ୟାଙ୍କ ଛୁଟି। ଏହାର ପରଦିନ ୨ ତାରିଖ ରବିବାର ପଡୁଥିବା ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ। ଅଗଷ୍ଟ ୮ ମାସର ଦ୍ବିତୀୟ ଶନିବାର ଏବଂ ୯ ରବିବାର ପାଇଁ ସ୍ୱାଭାବିକ ଭାବେ ବ୍ୟାଙ୍କ କାରବାର ବନ୍ଦ ରହିବ।
ତେବେ ଅଗଷ୍ଟ ୧୧ ମଙ୍ଗଳବାର ଜନ୍ମାଷ୍ଟମୀ ପାଇଁ ପୁନର୍ବାର ଛୁଟି ରହିବ ବ୍ୟାଙ୍କ। ସେହିଭଳି ଅଗଷ୍ଟ ୧୫ (ଶନିବାର)ରେ ସ୍ୱାଧୀନତା ଦିବସ ଛୁଟି ଏବଂ ଏହାର ପରଦିନ ୧୬ରେ ରବିବାର ପାଇଁ ବନ୍ଦ ରହିବ। ମାସର ୨୨ ତାରିଖରେ ଚତୁର୍ଥ ଶନିବାର ପଡୁଛି ଏବଂ ଠିକ୍‌ ଏହାର ପରଦିନ ୨୩ରେ ରବିବାର ପାଇଁ ବ୍ୟାଙ୍କ ସ୍ବାଭାବିକ ଭାବେ ବନ୍ଦ ରହିବ। ଶେଷରେ ଅଗଷ୍ଟ ୩୦ରେ ରବିବାର ଯୋଗୁ ବ୍ୟାଙ୍କ କାରବାର ବନ୍ଦ ରହିବ। ଏସବୁକୁ ଦେଖିଲେ ଅଗଷ୍ଟ ମାସରେ ମୋଟାମୋଟି ଭାବେ ବ୍ୟାଙ୍କ ୧୦ ଦିନ ବନ୍ଦ ରହିବ।

Leave A Reply

Your email address will not be published.

2 × 1 =