ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି ହେଲା ହୋଲ୍ଡିଂ ଟିକସ

ଭୁବନେଶ୍ୱର- କରୋନା ମହାମାରୀକୁ ଦୃଷ୍ଟିରେ ରଖି ପୌରାଂଚଳରେ ଅଗ୍ରୀମ ଘର ଓ ସମ୍ପତି ଟିକସ ଦେଉଥିବା ଲୋକଙ୍କ ନିମନ୍ତେ ରିହାତି ବ୍ୟବସ୍ଥାକୁ ରାଜ୍ୟ ସରକାର ଆସନ୍ତା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଗୁରୁବାର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, କରୋନା ପରିପ୍ରେକ୍ଷୀରେ ଜନ ସାଧାରଣଙ୍କ ସୁବିଧା ନିମନ୍ତେ ସରକାର ଏହି ରିହାତି ବ୍ୟବସ୍ଥା ଥିଲା । ହେଲେ କରୋନା ପରିପ୍ରେକ୍ଷୀରେ ଅଧିକାଂଶ ଲୋକେ ଟିକସ ପଇଠ କରିନଥିବାରୁ ରାଜ୍ୟ ସରକାର ଏଭଳି ବୃଦ୍ଧି କରିଛନ୍ତି । ଏହାଦ୍ୱାରା ସହରାଂଚଳ ଲୋକେ ଉପକୃତ ହେବେ । ତେବେ ଏହି ରିହାତି ଅବଧି ବୃଦ୍ଧି ଦ୍ୱାରା କରଦାତାମାନେ ଏହାର ଫାଇଦା ପାଇବା ସହିତ ରାଜସ୍ୱ ସଂଗ୍ରହ କ୍ଷେତ୍ରରେ ଏହା ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।

Leave A Reply

Your email address will not be published.

three × 4 =