ଅପରାଜିତାଙ୍କ ବିରୋଧରେ ମାମଲା, ଆକ୍ସନ ଟେକେନ୍ ରିପୋର୍ଟ ମାଗିଲା ବିଏମସି

ଭୁବନେଶ୍ୱର- କୋଭିଡ ନିୟମ ଭାଙ୍ଗି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ଥାନାରେ ମାମଲା ପ୍ରସଙ୍ଗକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଅପରାଜିତାଙ୍କ ବିରୋଧରେ କି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେ ନେଇ କମିଶନରେଟ୍ ପୋଲିସକୁ ଆକ୍ସନ ଟେକେନ୍ ରିପୋର୍ଟ ମାଗିଛି ବିଏମସି । ଅପରାଜିତା କୋଭିଡ କଟକଣା ଭାଙ୍ଗିଥିବା ନେଇ ତାଙ୍କ ବିରୋଧରେ ଦୁଇଟି ସଂସ୍ଥା କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ । ଅନ୍ୟପଟେ ସାଂସଦ କୋଭିଡ ଗାଇଡଲାଇନ୍ ଉଲ୍ଲଂଘନ କରିଥିବା ନେଇ ଘଟଣାର ତଦନ୍ତ କରୁଥିବା ବିଏମସିର ଅତିରିକ୍ତ କମିଶନର ମଧ୍ୟ ସ୍ପଷ୍ଟ କରିଥିବାରୁ ପୋଲିସ ତାଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନେଇଛି, ତାହା ଜଣାଇାବାକୁ ଡିସିପିଙ୍କୁ ଚିଠି ଲେଖିଛି ବିଏମସି । ତାଙ୍କ ବିରୋଧରେ ଏଫ୍ଆଇଆର୍ କୁ ସରକାରୀ ପ୍ରୟୋଜିତ ବୋଲି ଟ୍ୱିଟ୍ ଯୋଗେ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଅପରାଜିତା । ତେବେ ଏହି ମାମଲାରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି , ସାଂସଦ ଅପରାଜିତା ଷଡଙ୍ଗୀ ଏହି ମାମଲାରେ ନିଜର ସ୍ପଷ୍ଟିକରଣ ଦେଇସାରିଛନ୍ତି । ତେଣୁ ମତେ ଲାଗୁଛି ଏହି ମାମଲା ପଛରେ ରାଜନୈତିକ ଷଡଯନ୍ତ୍ର ରହିଛି ଏବଂ ତଦନ୍ତ ହେଲେ ସ୍ପଷ୍ଟତା ଆସିବ ବୋଲି ବିଜେପି କହିଛି । ସେପଟେ ବିଜେପି ହେଉକି ବିଜେଡି କେହି ଗାଇଡଲାଇନ ମାନୁନଥିବା କହିଛନ୍ତି ବିଜେଡି ନେତା ଅରୂପ ପଟ୍ଟନାୟକ ।

Leave A Reply

Your email address will not be published.

8 + sixteen =