ଅମିୟ କୁମାର ରଥ ବିପିୟୁଟି କୁଳପତି

ଭୁବନେଶ୍ୱର : ପ୍ରଫେସର ଅମିୟ କୁମାର ରଥଙ୍କୁ ବିଜୁ ପଟ୍ଟନାୟକ ଟେକ୍ନୋଲୋଜି ଅଫ୍ ୟୁନିଭରସିଟି (ବିପିୟୁଟି)ର ନୂତନ କୁଳପତି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ନିଯୁକ୍ତି ଦେଇଛନ୍ତି । ତାଙ୍କୁ ୫ ବର୍ଷ ପାଇଁ ନିଯୁକ୍ତ କରାଯାଇଛି । ପ୍ରଫେସର ରଥ ଏବେ ବାଙ୍ଗାଲୁରୁ (ଆଇଟିସି) ନାକ୍ର ଉପଦେଷ୍ଟା ଅଛନ୍ତି । ଶିକ୍ଷାଦାନ କ୍ଷେତ୍ରରେ ତାଙ୍କର ୩୩ ବର୍ଷର ଅଭିଜ୍ଞତା ରହିଥିବା ବେଳେ ସେ ୯ଟି ବହି ଲେଖିଛନ୍ତି । ପ୍ରଫେସର ରଥ ୧୨ ଜଣ ପିଏଚଡି ସ୍କଲାର ଏବଂ ୧୭ ଜଣ ପିଜି ସ୍କଲାରଙ୍କୁ ଗାଇଡ୍ କରିଛନ୍ତି । ସୂଚନାଯୋଗ୍ୟ ଯେ, ଦୀର୍ଘ ବର୍ଷ ବର୍ଷ ବିପିୟୁଟିର କୁଳପତି ପଦବୀ ଖାଲିପଡିଥିଲା । ଏନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

Leave A Reply

Your email address will not be published.

twelve − three =