ଭୁବନେଶ୍ୱର : ଇନିଂଷ୍ଟିଚ୍ୟୁଟ ଅଫ୍ କଷ୍ଟ ଆକାଉଣ୍ଟାଟ୍ସ ଅଫ ଇଣ୍ଡିଆ (ଆଇସିଏଆଇ) ଭୁବନେଶ୍ୱର ଚାପ୍ଟର ଆଗାମୀ ୪ ବର୍ଷ ୨୦୨୩-୨୭ ପାଇଁ ଏକ ନୂତନ ପରିଚାଳନା କମିଟି ନିର୍ବାଚିତ କରିଛି । ଏହି ନିର୍ବାଚନରେ ୨୦୨୩-୨୪ ବର୍ଷ ପାଇଁ ସୂର୍ଯ୍ୟନାରାୟଣ ତ୍ରିପାଠୀ ଚେୟାରମ୍ୟାନ ରୂପେ ନିର୍ବାଚିତ ହୋଇଥିବା ବେଳେ ସିଏମ୍ଏ ଶରତ କୁମାର ବେହେରା ଭାଇସ୍ ଚେୟାରମ୍ୟାନ ଭାବେ, ସିଏମ୍ଏ ରମେଶ ଚନ୍ଦ୍ର ପାତ୍ର ସମ୍ପାଦକ ରୂପେ ଏବଂ ସିଏମ୍ଏ ସୌମ୍ୟ ରଞ୍ଜନ ଜେନା କୋଷାଧ୍ୟକ୍ଷ ରୂପେ ନିର୍ବାଚିତ ହୋଇଛନ୍ତି । ଅନ୍ୟ ନିର୍ବାଚିତ ସଦସ୍ୟମାନେ ହେଉଛନ୍ତି ସିଏମ୍ଏ ବରଦା ପ୍ରଶନ୍ନ ନାୟକ, ସିଏମ୍ଏ ଅବିନାଶ କୋଟ୍ନି, ସିଏମ୍ଏ ସୁଭାଶିଷ ସାହୁ, ସିଏମ୍ଏ ସତ୍ୟ ସୁନ୍ଦର ମହାସୁଆର, ଏବଂ ସିଏମ୍ଏ ଅଜୟ କୁମାର ସାମଲ । ଏହି ଅବସରରେ ଭୁବନେଶ୍ୱର ଚାପ୍ଟରର ୫୪ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ବିଦାୟୀ ଚେୟାରମ୍ୟାନ ସିଏମ୍ଏ ଆଶୁତୋଷ ଦେବ୍ତା ବାର୍ଷିକ ବିବରଣୀ ପାଠ ସହ ୨୦୨୨-୨୩ ବାର୍ଷିକ ଆକାଉଣ୍ଟସ୍ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିଏମ୍ଏ ଶାନ୍ତନୁ କୁମାର ରାଉତ, ଚେୟାରମ୍ୟାନ୍ କୋଚିଂ କମିଟି, ସିଏମ୍ଏ ହିମୋଜ ମିଶ୍ର, ଚେୟାରମ୍ୟାନ କ୍ୟାରିୟର କାଉନ୍ସେଲିଂ ଏବଂ ଷ୍ଟୁଡେଣ୍ଟ ଫାସିଲିଟେସନ କମିଟି ଓ ସିଏମ୍ଏ ନିରଞ୍ଜନ ମିଶ୍ର ଇନିଂଷ୍ଟିଚ୍ୟୁଟ ଅଫ କଷ୍ଟ ଆକାଉଣ୍ଟାଟ୍ସ ଅଫ ଇଣ୍ଡିଆର କାଉନ୍ସିଲ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।