ଆଡପ ମଣ୍ଡପରେ ତିନି ଠାକୁର

ପୁରୀ,୨୪.୦୬ (ନି.ପ୍ର) : ନବଦିନ ବ୍ୟାପି ଘୋଷ ଯାତ୍ରାରେ ଥି୍ବା ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡ ଠାକୁର ବଳଭଦ୍ର , ଦେବୀ ସୁଭଦ୍ରା ଓ ସୁଦର୍ଶନ ଆଜି ଆଡପ ମଣ୍ଡପକୁ ବିଜେ କରିଛନ୍ତି । ଶରଧା ବାଲିରେ ରଥାରୁଢ ଥିବା ଚତୃର୍ଦ୍ଧା ମୃର୍ତଙ୍କର ଆଜି ସନ୍ଧ୍ୟା ଆଳତୀ ଓ ଧୂପ ପରେ ଗୋଟି ପହଣ୍ଡିରେ ଶ୍ରୀ ଗୁଣ୍ଡିଚା ମନ୍ଦିରର ଆଡପ ମଣ୍ଡପକୁ ବିଜେ କରିଥିଲେ । ପ୍ରଥମେ ସେବାୟତମାନେ ସୁଦର୍ଶନକୁ ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ନେଇଥିବା ବେଳେ ପରେ ପରେ ବଡ ଠାକୁର ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଗୋଟି ପହଣ୍ଡିରେ ଆଡପ ମଣ୍ଡପରେ ବିଜେ କରିଥିଲେ ।
ଗତକାଲି ବଡ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶରଧାବାଲିରେ ପହଞ୍ଚିଥିଲା ।
ରଥଯାତ୍ରାରେ ଅନ୍ୟପକ୍ଷରେ ବାହୁଡା ଯାତ୍ରା ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଥିଲା ବେଳେ ରଥ ଟଣାରେ ନିୟୋଯିତ ସେବାୟତ , ପୋଲିସ କର୍ମଚାରୀ ଓ ସଫେଇ କର୍ମଚାରୀଙ୍କ କରୋନା ପରୀକ୍ଷା ପାଇଁ ନିଷ୍ପତି ନେଇଛି । ଆଜି ପ୍ରାଥମିକ ପର୍ଯ୍ୟାୟରେ ୫୦୦ ପୁଲିସ କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯିବ । ଆଗାମୀ ଦିନରେ ମଧ୍ୟ ରଥଯାତ୍ରାରେ ନିୟୋଜିତ ପୁଲିସ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯିବ । ପୁଲିସ ପକ୍ଷରୁ ଏନେଇ ସୁଚନା ଦିଆଯାଇଛି । ପୁରୀର ଗୋପବନ୍ଧୁ ଆୟୁର୍ବେଦିକ ମେଡିକାଲ କଲେଜରେ ନମୁନା ପରୀକ୍ଷା କରାଯିବ ।

Leave A Reply

Your email address will not be published.

19 − 16 =