ଆଦିତ୍ୟଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ସୁନ୍ଦର ଦାସଙ୍କ ମୃତ୍ୟୁ ଘଟଣାର ସିବିଆ ତଦନ୍ତ ଦାବି କରି ଆଜି ୟୋର୍ସ ହୋପ୍ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ଭୁବନେଶ୍ୱରଠାରେ ଧାରଣା ଦିଆଯାଇଥିଲା । ଆଦିତ୍ୟ ଦାସ ଜଣେ ସମାଜସେବୀ ଭାବେ ଓଡ଼ିଶାର ଜନସାଧାରଣଙ୍କୁ ସେବା ଯୋଗାଇଦେବା ସହ ମଦ ବିରୋଧୀ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଗତ ୬ ତାରିଖ ଦିନ ଲିଙ୍ଗରାଜ ରେଳ ଷ୍ଟେସନରୁ ତାଙ୍କ ମୃତ ଶରୀରକୁ ଉଦ୍ଧାର କରାଯାଇଥିଲା ଯାହାକୁ ନେଇ ସାଧାରଣରେ ସନେ୍ଦହ ସୃଷ୍ଟି ହୋଇଛି । ଆଜି ତାଙ୍କର ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି । ତାଙ୍କ ମୃତ୍ୟୁର ରହସ୍ୟ ଉନ୍ମୋଚନ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଆଦିତ୍ୟଙ୍କ ପରିବାରକୁ ଉଚିତ୍ ନ୍ୟାୟ ଦେବା ପାଇଁ ସିବିଆ ତଦନ୍ତ କରାଯାଉ ବୋଲି ଫାଉଣ୍ଡେସନ ତରଫରୁ ଦାବି କରାଯାଇଛି । ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନର ଅଧ୍ୟକ୍ଷ ରୀନାରାଣି ନାୟକ, ସଂଯୁକ୍ତା ବେହେରା, ବିଷ୍ଣୁପ୍ରିୟା ପାତ୍ର, ସୋନାଲି ସାହୁ, ସମ୍ପାଦକ ନୃସିଂହ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।ହେବ ।

Leave A Reply

Your email address will not be published.

4 × 4 =