ଆଦିବାସୀ ଲୋକନୃତ୍ୟର ସଂରକ୍ଷଣ ଏବଂ ପ୍ରୋତ୍ସାହନ ନିମନ୍ତେ ଉତ୍କଳ ଆଲୁମିନା ପକ୍ଷରୁ ‘ଆମ ନୃତ୍ୟ ଆମ ସଂସ୍କୃତି-୨୦୨୩’ ଆୟୋଜିତ
ଟିକିରି/ଭୁବନେଶ୍ୱର : ଆଦିତ୍ୟ ବିର୍ଲା ଗ୍ରୁପ୍ ଅନ୍ତର୍ଗତ ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଆଦିବାସୀ ଲୋକନୃତ୍ୟ ‘ଧିମ୍ସା’ର ସଂରକ୍ଷଣ ଏବଂ ତାହାକୁ ପ୍ରୋତ୍ସାହିତ କରିବା ନିମନ୍ତେ ପ୍ରତିବଦ୍ଧ । ବିଗତ ନଅବର୍ଷ ଧରି କମ୍ପାନୀ ଏକ ଅନନ୍ୟ ଧିମ୍ସା ଉତ୍ସବ ଆୟୋଜନ କରିଆସୁଛି ଯାହା ପଡୋଶୀ ଗ୍ରାମଗୁଡିକରେ ବେଶ୍ ଆକୃଷ୍ଟ ହୋଇଛି । ବିଗତ ବର୍ଷଗୁଡିକ ଭଳି ଚଳିତ ବର୍ଷ ମଧ୍ୟ କମ୍ପାନୀ ନୂଆପଡା ସହରାଞ୍ଚଳ (ହେଲିପ୍ୟାଡ ଗ୍ରାଉଣ୍ଡ୍)ରେ ୨୦୨୩ ମାର୍ଚ୍ଚ ୨୦ ଓ ୨୧ ତାରିଖ ଦୁଇଦିନ ଧରି ‘ଆମ ନୃତ୍ୟ ଆମ ସଂସ୍କୃତି’ ଆୟୋଜନ କରିଥିଲା । ଧିମ୍ସା ଉତ୍ସବର ପ୍ରଥମ ଦିବସରେ ନିକଟବର୍ତ୍ତୀ ଗ୍ରାମଗୁଡିକରୁ ୩୧ଟି ଦଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଦ୍ୱିତୀୟ ଦିବସରେ ଓଡ଼ିଶାୀ, କୁଚିପୁଡି, ଛଉ, ସମ୍ବଲପୁରୀ, ରଣପା ଏବଂ ଘୁବୁକୁଗୁଡୁ ଆଦି ଲୋକନୃତ୍ୟ କଳା ଓଡ଼ିଶାର ସ୍ୱନାମଧନ୍ୟ କଳାକାଳଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା । ଶ୍ରୀ ଧର୍ମେନ୍ଦ୍ର ବେହେରା, ଅତିରିକ୍ତ ଜିଲା ମାଜିଷ୍ଟେ୍ରଟ- ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ଏବଂ ଏହି ଅବସରରେ ଶ୍ରୀମତୀ ମନିଶା ଦାସ, ବିଡିଓ କାଶୀପୁର, ଶ୍ରୀ ବସନ୍ତ ପ୍ରଧାନ, ଡିଆଇପିଆରଓ ରାୟଗଡା ଏବଂ ଶ୍ରୀ ମଜହର ବେଗ୍, ୟୁନିଟ ହେଡ୍ ଏବଂ ପ୍ରେସିଡେଣ୍ଟ, ଉକ୍ରଳ ଆଲୁମିନା ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀ ମଜହର ବେଗ୍, ୟୁନିଟ ହେଡ୍ ଏବଂ ପ୍ରେସିଡେଣ୍ଟ ଉକ୍ରଳ ଆଲୁମିନା ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ ଯେ କମ୍ପାନୀ ନିଜ କାର୍ଯ୍ୟ ପରିଚାଳନା କରୁଥିବା ଅଞ୍ଚଳର ପୂର୍ଣ୍ଣାଙ୍ଗ ବିକାଶରେ ଉକ୍ରଳ ଆଲୁମିନା ବିଶ୍ୱାସ ରଖୁଛି । କମ୍ପାନୀ ସ୍ଥାନୀୟ କଳା ଓ ସଂସ୍କୃତି ଦିଗରେ ପ୍ରତିବଦ୍ଧ ରହିଛି ଯାହା ଏହାର ବାର୍ଷିକ କାର୍ଯ୍ୟକ୍ରମ ଆମ ନୃତ୍ୟ ଆମ ସଂସ୍କୃତିରେ ପ୍ରତିଫଳିତ ହୋଇଛି ।
ସାଂସ୍କୃତିକ ମୂଳାଧାର ଏବଂ ବିବିଧତାକୁ ପାଳନ କରୁଥିବା ଏହି ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ୫୦୦୦ରୁ ଅଧିକ ଦର୍ଶକ ଉପସ୍ଥିତ ଥିଲେ, ଯେଉଁଠାରେ ସ୍ଥାନୀୟ ଜନସାଧାରଣଙ୍କର ସଂଗୀତ, ନୃତ୍ୟ ଏବଂ କଳା ପ୍ରଦର୍ଶନ କରାଯାଇଥିଲା । ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ୟୁଏଆଇଏଲ୍ ପାରିପାର୍ଶିକ ଗ୍ରାମଗୁଡିକରେ ଶିକ୍ଷା, ସ୍ୱାସ୍ଥ୍ୟସେବା,ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ଏବଂ ଗ୍ରାମାଞ୍ଚଳ ଭିତ୍ତିଭୂମି ଆଦି କ୍ଷେତ୍ରରେ ନିଜର ସିଏସ୍ଆର କାର୍ଯ୍ୟକ୍ରମଗୁଡିକୁ କାର୍ଯ୍ୟକାରୀ କରିବାରେ ଗଭୀର ଭାବରେ ନିୟୋଜିତ ରହିଛି ଏବଂ ଏହା ସାମାଜିକ ସମସ୍ୟାଗୁଡିକର ସମାଧାନ ପ୍ରତି ଦୃଷ୍ଟି ଦେଉଛି ।