ଆବେଦନର ୨ ବର୍ଷ ପରେ ବି ମିଳୁନି ଗ୍ୟାସ ସଂଯୋଗ

ଯାଜପୁର: କେନ୍ଦ୍ର ସରକାରଙ୍କ ଲୋକପ୍ରିୟ ଉଜ୍ୱଳା ଯୋଜନା ଯାଜପୁର ଜିଲ୍ଳା ଦଶରଥପୁର ଅଂଚଳରେ ଦିଗହରା ହୋଇପଡ଼ିଥିବାର ସାଧାରଣରେ ଅଭିଯୋଗ ହୋଇଛି । ଜାଳେଣୀ ଗ୍ୟାସ ପାଇବା ନିମନ୍ତେ ବହୁ ହିତାଧିକାରୀ ବର୍ଷ ବର୍ଷ ଧରି ଆବେଦନ କରିଥିଲେ ମଧ୍ୟ ପ୍ରଶାସନିକ ଦାୟିତ୍ୱ ହୀନତା ହେତୁ ଏ ପର୍ଯ୍ୟନ୍ତ ସେମାନଙ୍କୁ ଗ୍ୟାସ ସଂଯୋଗ କରାଯାଉନ୍ଥିବାର ସାଧାରଣରେ ଅଭିଯୋଗ ହୋଇଛି । ବ୍ଲକ ଅଧିନ ଥାଲକୁଡ଼ି ପଂଚାୟତର ଧନୀପୁର ପାଳସାହିର ଜ୍ୟୋସ୍ନାମୟୀ ସାମଲଙ୍କ ସମେତ ମଙ୍ଗଳପୁର, ସୁସୁଆ, ଖାନନଗର, ପାଲଟପୁର, ବିରିପଟା, କନିକାପଡ଼ା, ଦତ୍ତପୁର, ଦୁଦୁରାଅଂଟା, ଆଦି ପଂଚାୟତର ବହୁ ଗରୀବ ଶ୍ରେଣୀର ଯୋଗ୍ୟ ହିତାଧିକାରୀ ଉଜ୍ୱଳା ଯୋଜନାରେ ଜାଲେଣି ଗ୍ୟାସ ପାଇବା ନିମନ୍ତେ ସ୍ଥାନୀୟ ଗ୍ୟାସ ବିତରକଙ୍କ ନିକଟରେ ଆବେଦନ କରି ଆବଶ୍ୟକ ଅର୍ଥ ମଧ୍ୟ ଦାଖଲ କରିଥିଲେ । ଇତି ମଧ୍ୟରେ ପ୍ରାୟ ୨ ବର୍ଷରୁ ଅଧିକ ସମୟ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ରହସ୍ୟ ଜନକ ଭାବେ ଏ ପର୍ଯ୍ୟନ୍ତ ସଂପୃକ୍ତ ଆବେଦନ କାରୀଙ୍କୁ ଜାଳେଣୀ ଗ୍ୟାସ ସଂଯୋଗ ପ୍ରଦାନ କରାଯାଉନାହିଁ । ଆବେଦନକାରୀ ବାରମ୍ବାର ଗ୍ୟାସ ବିତରକଙ୍କ କାର୍ଯ୍ୟାଳୟକୁ ଦୈାଡ଼ି ଦୈାଡ଼ି ନିରାଶ ହେଉଛନ୍ତି । କୋଭିଡ଼ ପ୍ରଭାବିତଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ଉଦେ୍ଧଶ୍ୟରେ ସରକାର ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନାରେ ଉଜ୍ଜ୍ୱଳା ହିତାଧିକାରୀମାନଙ୍କୁ ମାସକୁ ଗୋଟିଏ ଲେଖାଏଁ ଗ୍ୟାସ ସିଲିଣ୍ଡର ମାଗଣା ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ଏହା ମଧ୍ୟରେ ସରକାରଙ୍କ ଏହି ଯୋଜନା ମାଗଣା ସିଲିଣ୍ଡର ଯୋଗାଣ ୩ ମାସ ପରିବର୍ତେ ୬ ମାସକୁ ବୃଦ୍ଧି କରାଯାଇଥିବା ବେଳେ ପ୍ରଶାସନିକ ଅବହେଳା ଯୋଗୁ ଦଶରଥପୁର ବ୍ଲକରେ ସରକାରଙ୍କ ଏହି ଯୋଜନା ତାହାର ପ୍ରକୃତ ଳକ୍ଷ୍ୟରୁ ଦୁରେଇ ଯାଇଥିବାର ବହୁ ହିତାଧିକାରୀ ଅଭିଯୋଗ କରିଛନ୍ତି । ଏପରିକି ସଠିକ ତଦନ୍ତ କରାଗଲେ ବ୍ଲକରେ ହିତାଧିକାରୀଙ୍କୁ ଜାଳେଣି ଗ୍ୟାସ ଯୋଗାଣରେ ହୋଇଥିବା ବ୍ୟାପକ ଠକେଇ ଓ ଅନିୟମିତତା ଲୋକ ଲୋଚନକୁ ଆସି ପାରନ୍ତା ବୋଲି ଦାବି ହୋଇଛି ।

Leave A Reply

Your email address will not be published.

eleven − 8 =