ଆମେରିକାର ବଡ଼ ପଦରେ ଓଡ଼ିଶାର ବୋହୁ

ଭୁବନେଶ୍ୱର : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଆଜି ଭାରତୀୟ-ଆମେରିକୀୟ ନିଶା ଦେଶାଇ ବିଶ୍ୱାଳଙ୍କୁ ଆମେରିକାର ଇଣ୍ଟରନ୍ୟାସନାଲ୍ ଡେଭେଲପ୍ମେଣ୍ଟ୍ ଫାଇନାନ୍ସ କଂପାନିର ଡେପୁଟି ସିଇଓ ଭାବେ ମନୋନୀତ କରିଛନ୍ତି । ସେଥିପାଇଁ ସେ ରାଷ୍ଟ୍ରପତି ବାଇଡେନ୍ ଙ୍କୁ କୃତଜ୍ଞତା ଜଣାଇଛନ୍ତି । ନିଶା ହେଉଛନ୍ତି ଓଡ଼ିଶାର ବୋହୂ । ନିଶା ଗୁଜରାଟର ଝିଅ ହୋଇଥିବା ବେଳେ ଓଡ଼ିଆ ପୁଅ ସୁବ୍ରତ ବିଶ୍ୱାଳକୁ ବିବାହ କରିଛନ୍ତି । ସୁବ୍ରତଙ୍କ ଘର ହେଉଛି ଅନୁଗୁଳରେ । ତେବେ ସେମାନେ ଆମେରିକାରେ ସ୍ଥାୟୀ ଭାବେ ବସବାସ କରୁଛନ୍ତି । ତାଙ୍କ ପରିବାରର ଅନେକ ସଦସ୍ୟ ଏବେବି ଭୁବନେଶ୍ୱରରେ ରହୁଛନ୍ତି । କିଛି ବର୍ଷ ପୂର୍ବେ ନିଶା ତାଙ୍କ ସ୍ୱାମୀ, ଦୁଇ ଝିଅ ଓ ଶାଶୂ ଶଶୁରଙ୍କ ସହ ଭୁବନେଶ୍ୱର ଆସିଥିଲେ । ତାହା ଥିଲା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ଅମଳରେ ଦକ୍ଷିଣ ଓ କେନ୍ଦ୍ରୀୟ ଏସିଆ ପାଇଁ ସେ ଆସିଷ୍ଟାଣ୍ଟ୍ ସେକ୍ରେଟାରି ଅଫ୍ ଷ୍ଟେଟ୍ ଭାବେ କାର୍ଯ୍ୟ କରିଥିଲେ । ଆମେରିକାର ବୈଦେଶିକ ନୀତି ଉପରେ କାର୍ଯ୍ୟ କରିବାର ତାଙ୍କର ଦୀର୍ଘ ୩୦ ବର୍ଷର ଅଭିଜ୍ଞତା ରହିଛି । ବର୍ତ୍ତମାନ ସେ ୟୁଏସ୍ ଚାମ୍ବର ଅଫ୍ କମର୍ସର ଉପସଭାପତି (ଆନ୍ତର୍ଜାତିକ ରଣନୀତି) ଭାବେ କାର୍ଯ୍ୟ କରୁଛନ୍ତି । ସେ ଆମେରିକା ଭାରତ ବ୍ୟବସାୟ ପରିଷଦ ଓ ଆମେରିକା ବାଂଲାଦେଶ ବ୍ୟବସାୟ ପରିଷଦର ଦେଖାଶୁଣା କରୁଛନ୍ତି । ୨୦୧୩-୧୭ ପର୍ଯ୍ୟନ୍ତ ସେ ଆମେରିକା ଗୃହ ବିଭାଗର ଆସିଷ୍ଟାଣ୍ଟ୍ ସେକ୍ରେଟାରି ଭାବେ କାମ କରିଥିଲେ । ଓଡ଼ିଶା ସୋସାଇଟି ଅଫ୍ ଆମେରିକାର ସେ ସଦସ୍ୟା ରହିଛନ୍ତି ।

Leave A Reply

Your email address will not be published.

5 × 4 =