ଆସନ୍ତା କାଲିଠୁ କଟକରେ ହେବ ଆଂଟିଜେନ୍ ଟେଷ୍ଟ

କଟକ- ଆସନ୍ତାକାଲିଠୁ କଟକରେ ହେବ ଆଂଟିଜେନ୍ ଟେଷ୍ଟ । କଟକରେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏଭଳି ନିଷ୍ପତି ନିଆଯାଇଛି । ଏସସିିବି ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ସମସ୍ତ ରୋଗୀଙ୍କର କୋଭିଡ୍ ଟେଷ୍ଟ କରାଯିବ । ତେବେ କରୋନା ଟେଷ୍ଟ ପରେ ହିଁ ନୂଆ ରୋଗୀଙ୍କୁ ଏହି ଦୁଇ ମେଡିକାଲରେ ଅଡମିଶନ କରାଯିବ । ସେହିପରି ୫ଟି ଜିଲ୍ଲାରୁ କଟକ ମହାନଗର ନିଗମ ଅଂଚଳକୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ୧୪ ଦିନ ସରକାରୀ କ୍ୱାରେଂଟାଇନରେ ରହିବା ବାଧ୍ୟତାମୂଳକ । ଗଞ୍ଜାମ, ଖୋର୍ଦ୍ଧା, ଯାଜପୁର, ଗଜପତି ଓ ବାଲେଶ୍ୱର ଏହି ୫ଟି ଜିଲ୍ଲା ସମେତ କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି, ନରସିଂହପୁର, ମାହାଙ୍ଗା, ବଡମ୍ବା ଓ ତିଗିରିଆ ବ୍ଲକରୁ ଆସୁଥିବା ଲୋକେ ମଧ୍ୟ ୧୪ ଦିନ ସରକାରୀ କ୍ୱାରେଂଟାଇନରେ ରହିବେ । ସିଏମସି କମିଶନର ଏହି ନିର୍ଦେଶନାମା ଜାରି କରିଛନ୍ତି । ଏହି ସ୍ଥାନ ଗୁଡିକରୁ ଆସୁଥିବା ଲୋକଙ୍କ ଖବର ରଖିବେ ଆକ୍ଟିଭ ସର୍ଭେଲାନ୍ସ ଟିମ୍ । ପୂଜା ଓ ସାହି କମିଟି ଠାରୁ ବାହାରୁ ଆସୁଥିବା ଲୋକଙ୍କ ତଥ୍ୟ ସଂଗ୍ରହ କରିବେ ୱାର୍ଡ ଅଫିସର । ସେ ଏହି ରିପୋର୍ଟ ସେକ୍ଟର ଅଧିକାରୀଙ୍କୁ ଦେବେ ଏବଂ ସେମିତି ଲୋକଙ୍କୁ ସରକାରୀ କ୍ୱାରେଂଟାଇନ ସେଂଟରକୁ ପଠାଇବାର ବ୍ୟବସ୍ଥା କରିବେ ।

Leave A Reply

Your email address will not be published.

14 + 17 =