ଉତ୍କଳ ଆଲୁମିନା ପକ୍ଷରୁ କଳାହାଣ୍ଡି ଜିଲ୍ଲାରେ ଯକ୍ଷ୍ମା ରୋଗୀଙ୍କୁ ସହାୟତା ପ୍ରଦାନ: ଏକ ପୁଷ୍ଟିକର ଖାଦ୍ୟ ବାସ୍କେଟ ବଂଟନ କାର୍ଯ୍ୟକ୍ରମ

ଭବାନୀପାଟଣା : ଅଂଳଚର ସ୍ୱାସ୍ଥ୍ୟ ଓ କଲ୍ୟାଣ ଦିଗରେ ନିରବଚ୍ଛିନ୍ନ ଉଦ୍ୟମର ଅଂଶସ୍ୱରୂପ ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ଼ର ଅଂଶ ସହାୟକ ସଂସ୍ଥା ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ (ୟୁଏଆଇଏଲ୍) ପକ୍ଷରୁ କଳାହାଣ୍ଡି ଜିଲ୍ଲାର ଯକ୍ଷ୍ମା (ଟିବି) ରୋଗୀଙ୍କୁ ସହାୟତା ପ୍ରଦାନ କରିବା ଲାଗି ୨୦୨୩ ମାର୍ଚ୍ଚ ୨୮ରେ କଳାହାଣ୍ଡିର ଭବାନୀପାଟଣାର ଅର୍ବାନ ପବ୍ଲିକ୍ ହେଲ୍ଥ ସେଂଟରରେ ଏହାର ଅଭିଯାନ ଭାବେ ଏକ ପୁଷ୍ଟିକର ଖାଦ୍ୟ ବାସ୍କେଟ୍ ବଂଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅଧୀନରେ ଏକ ଅଭିଯାନ ନିକ୍ଷୟ ମିତ୍ର ୨.୦କୁ ସହାୟତା ପ୍ରଦାନ କରିବାର ଉଦ୍ୟମ ହେଉଛି ଏହି କାର୍ଯ୍ୟକ୍ରମ ଯେଉଁଥିରେ ଟିବି ରୋଗୀଙ୍କୁ ସାହାଯ୍ୟ କରିବା ଲାଗି ଗୋଷ୍ଠୀ ସମର୍ଥନ ଯୋଗାଡ଼ କରିବା ଏବଂ ୨୦୨୫ ସୁଦ୍ଧା ଟିବି ଦୂରୀକରଣ ଲାଗି ଲକ୍ଷ୍ୟ ରଖାଯାଇଛି । ୟୁଏଆଇଏଲ୍ ପକ୍ଷରୁ ସର୍ବନିମ୍ନ ଛଅ ମାସରୁ ସର୍ବାଧିକ ତିନି ବର୍ଷ ପାଇଁ ମାସିକ ଭିତିରେ କଳାହାଣ୍ଡି ଜିଲ୍ଲାର ୩୦ ଟିବି ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ବାସ୍କେଟ ପ୍ରଦାନ କରାଯିବ । ଏକ ସୁସ୍ଥକର ଓ ସମୃଦ୍ଧ ସମାଜ ଗଠନ ଦିନରେ ଏକ ପଦକ୍ଷେପ ହେଉଛି ଏହି କାର୍ଯ୍ୟକ୍ରମ ।
ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇଥିଲେ କଳାହାଣ୍ଡିର ସିଡିଏମ୍ଓ ଡକ୍ଟର ଗିରିଶ ଚନ୍ଦ୍ର ରାଉତ, କଳହାଣ୍ଡିର ଏଡିପିଏଚ୍ଓ-ଭିବିଡି (ଭେକ୍ଟର ବର୍ଣ୍ଣ ଡିଜିଜ୍) ଡକ୍ଟର ରଂଜନ ମିତ୍ର, କଳାହାଣ୍ଡିର ଡିଟିଓ ଡକ୍ଟର ନିହାରେନ୍ଦ୍ରପଣ୍ଡା, କଳହାଣ୍ଡି ଏନ୍ଏଚଏମ୍ର ଡିପିଏମ୍ (ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ) ଡକ୍ଟର ଅବନୀ ରଂଜନ ମହାପାତ୍ର ଓ ୟୁଏଆଇଏଲ୍ ର ସିଏସ୍ଆର୍, ସିଆର୍ ଓ ସଷ୍ଟେନେବିଲିଟି ମୁଖ୍ୟ ଡକ୍ଟର ଲୋପାମୁଦ୍ରା ପ୍ରିୟଦର୍ଶିନୀ । ଏହି ସ୍ୱାସ୍ଥ୍ୟ ଅଭିଯାନ ପାଇଁ ସିଡିଏମ୍ଓ ଡକ୍ଟର ଗିରିଶ ଚନ୍ଦ୍ର ରାଉତ ୟୁଏଆଇଏଲ୍କୁ ପ୍ରଶଂସା କରିଥିଲେ ଏବଂ ଭବିଷଞତରେ କଂପାନିକୁ ଦରକାର ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ସଂକଳ୍ପ ନେଇଥିଲେ । ଟିବିରୁ ଶୀଘ୍ର ଉପଶମ ଲାଗି ପୁଷ୍ଟିକର ଖାଦ୍ୟ ଖାଇବା ସହିତ ଔଷଧ ସେବନ କରିବାର ଗୁରୁତ୍ୱ ଉପରେ ଏଡିପିଏଚ୍ଓ ଡକ୍ଟର ରଂଜନ ମିତ୍ର ଗୁରୁତ୍ୱାରୋପ କରିଥିଲେ । କଂପାନି କାର୍ଯ୍ୟ କରୁଥିବା ଅଂଚଳରେ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା ଲାଗି ସ୍ୱାସ୍ଥ୍ୟ ବିଭାଗ ସିହ ମିିତ ଭାବେ କାର୍ଯ୍ୟ କରିବାର ଗୁରୁତ୍ୱ ଉପରେ ୟୁଏଆଇଏଲ୍ ର ସିଏସ୍ଆର୍, ସିଆର୍ ଓ ସଷ୍ଟେନେବିଲିଟି ମୁଖ୍ୟ ଡକ୍ଟର ଲୋପାମୁଦ୍ରା ପ୍ରିୟଦର୍ଶିନୀ ଗୁରୁତ୍ୱାରୋପ କରିଥିଲେ ।
ଏକ ଦାୟିତ୍ୱବାନ କର୍ପୋରେଟ ନାଗରିକ ଭାବେ ୟୁଏଆଇଏଲ୍ ପାରିପାଶ୍ୱିର୍କ ଅଂଚଳର ଶିକ୍ଷା, ସ୍ୱାସ୍ଥ୍ୟ ସେବା, ନିରନ୍ତର ଜୀବନଜୀବିକା ଓ ଗ୍ରାମୀଣ ଭିତିଭୂମି କ୍ଷେତ୍ରରେ ଏହାର ସିଏସ୍ଆର୍ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ସହ ଗଭୀର ଭାବେ ଯୋଡ଼ି ହୋଇ ରହିଛି ଏବଂ ସାମାଜିକ ସମସ୍ୟାଗୁିକର ମୁକାବିଲା କରି ୟୁଏଆଇଏଲ୍ ମୋଟ ଉପରେ ୮୪ଟି ଗ୍ରାମ ସହ ଯୋଡ଼ି ହୋଇ ଓଡ଼ିଶାର ୩୦,୦୦୦ରୁ ଅଧିକ ଜନସଂଖ୍ୟାକୁ ସେବା ପ୍ରଦାନ କରୁଛି ।

Leave A Reply

Your email address will not be published.

11 − 5 =