ଉପକୂଳରେ ଆଉ ସପ୍ତାହେ ନିଅଂଟିଆ ବର୍ଷା

ଭୁବନେଶ୍ୱର: ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଳାରେ ଶୁଖିଲା ପଡ଼ିଛି ଜମି । ବର୍ଷା ଗାଏବ । କେଉଁଠି ଧାନ ତଳି ପୋଡ଼ିଗଲାଣି ତ ଆଉ କେଉଁଠି ଗଜା ମରୁଡ଼ି ସ୍ଥିତି । ଜୁଲାଇ ପ୍ରଥମ ସପ୍ତାହରେ ବର୍ଷାକୁ ଚାତକ ଭଳି ଅପେକ୍ଷା କରିଛିନ୍ତି ଉପକୂଳ ଓଡ଼ିଶାର ଚାଷୀ । ଆଶା ଥିଲା, ଭଲ ବର୍ଷା ହେଲେ ଧାନ ରୁଆ କାମ ଆଗେଇବେ । ମାତ୍ର ଏତେ ଶୀଘ୍ର ସ୍ଥିତି ସୁଧୁରିବା ଆଶା ଦେଖାଯାଉନି । କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ ଯାହା, ଚାଷୀର ଅପେକ୍ଷା ଆହୁରି ଲମ୍ବିବ । ଆସନ୍ତା ସପ୍ତାହେ ଯାଏଁ ଉପକୂଳ ଓଡ଼ିଶାରେ ବିଶେଷ ବର୍ଷା ନାହିଁ । ନିଅଂଟିଆ ବର୍ଷା ସ୍ଥିତି ଲାଗି ରହିବ । ତେଣୁ ଧାନ ତଳି ରୁଆ ପାଇଁ ଜୁଲାଇ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ । ଏଥର ଠିକ୍ ସମୟରେ ଓଡ଼ିଶାକୁ ଆସିଥିଲା ମୌସୁମୀ ଏଯାବତ୍ ରାଜ୍ୟରେ ସମୁଦାୟ ବର୍ଷା ପରିମାଣ ଯଦିଓ ସ୍ୱାଭାବିକ ଅଛି, ତଥାପି ଉପକୂଳ ଓଡ଼ିଶା ଶୁଖିଲା ପଡ଼ିଛି । ୬ଟି ଜିଲ୍ଲାରେ ବର୍ଷା ଘୋର ଅଭାବ । ବାକି ଉପକୂଳ ଅଂଚଳରେ ବର୍ଷା ପରିମାଣ ସ୍ୱାଭାବିକ ଥିଲ ମଧ୍ୟ କିଛି ଦିନ ଧର ବର୍ଷା ନଥିବାରୁ ପ୍ରାୟତଃ ମାଟି ଶୁଖିଲା ପଡ଼ିଛି । ପୁରୀ ଜିଲ୍ଳା ସ୍ଥିତି ସବୁଠୁ ସାଂଘାତିକ । ଜୁନ୍ ପହିଲାରୁ ଆଜି ସୁଦ୍ଧା ଏଠି ଯେତିକି ବର୍ଷା ହେବା, ତା ଠାରୁ ୪୮% କମ୍ ବର୍ଷିଛି ମୌସୁମୀ । ଯାଜପୁରରେ ୪୪% କମ୍ ବର୍ଷା ହୋଇଛି । କେନ୍ଦ୍ରପଡ଼ାରେ ୩୯% ଓ ଖୋର୍ଦ୍ଧାରେ ୩୦% କମ୍ ବର୍ଷା ହୋଇଛି । କଟକରେ ୨୮% ଓ ଜଗତସିଂହପୁରରେ ୨୬% କମ୍ ରହିଛି ବର୍ଷା । ବଲେଶ୍ୱର , ଭଦ୍ରକ, ଗଞ୍ଜମ କେନ୍ଦ୍ରୁଝର, ମୟରଭଞ୍ଜରେ ବର୍ଷା ପରିମାଣ ଏଯାବତ୍ ବର୍ଷା ପରିମାଣ ସ୍ୱାଭାବିକ ଅଛି । କିନ୍ତୁ, କ୍ରମଶଃ ବର୍ଷା ପରିମାଣ କମିବାରେ ଲାଗିଛି । କୃଷି ପାଣିପାଗ ବିଶାରନ ଡକ୍ଟର ପଶୁପାଳନ କହିଛନ୍ତି, ଜୁଲାଇରେ ରାଜ୍ୟରେ ସମୁଦାୟ ୩୨୦ ମିଲିଟର ବର୍ଷା ହୋଇଥିଏ । ସପ୍ତାହକୁ ହାରାହାରି ୭୫ରୁ ୮୦ କିମି ବର୍ଷା ଆଶା କରାଯାଏ । ଅନୁମାନ କରାଯାଉଛି, ଜୁଲାଇ ୩ରୁ ୯ ତାରିଖ ରାଜ୍ୟରେ ସ୍ୱାଭାବିକ ରହିବ ବର୍ଷା । ହେଲେ ଉପକୂଳରେ କମ୍ ବର୍ଷା ହେବ । ଉପକୂଳ ଗଞ୍ଜା. ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରପଡ଼ା, ଭଦ୍ରକରେ ୪୦ରୁ ୫୦% କମ୍ ବର୍ଷା ହେବ । ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁରରେ ବି ପ୍ରାୟ ୨୫% ବର୍ଷା କମିଯିବ । ବାକି ଅଂଚଳର ବର୍ଷା ସ୍ୱାଭାବିକ ବା ତାଠାରୁ ସାମନ୍ୟ ଅଧିକ ରହିପାରେ । ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ଆସନ୍ତା ୫ ଓ ୬ ତାରିଖରେ ସ୍ୱଳ୍ପ ବର୍ଷା ସମ୍ଭାବନା ଥିବାବେଳେ ୭-୮ ତାରିଖରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ଦକ୍ଷିଣରେ ୪ ରୁ ୯ ତାରିଖ ଭିତରେ ପ୍ରତିଦିନ ହାଲୁକାରୁ ସ୍ୱଳ୍ପ ବର୍ଷା ହେବ । ଉତର ପଶ୍ଚିମ ଓଡ଼ିଶାର ମୟୂରଭଞ୍ଜ, ଝାରସୁଗୁଡ଼ା ଓ ଦେବଗଡ଼ରେ ୩ରୁ ୫ ତାରିଖ ଯାଏଁ ସ୍ୱଳ୍ପରୁ ମଧ୍ୟମ ଓ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେବ । ୬ରୁ ୮ ତାରିଖ ଯାଏଁ ବର୍ଷା କମିବ । ଜୁଲାଇ ୫ ତାରିଖରେ ରାଜ୍ୟର ଅଧିକାଂଶ ଜାଗାରେ ବର୍ଷା ସମ୍ଭାବନା ଅଛି । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶାରେ ବର୍ଷା ବିଶେଷ ନାହିଁ । ପାଣିପାଗ ବିଭାଗ କହିଛି, ଆସନ୍ତାକାଲିଠାରୁ ବର୍ଷା ବଢ଼ିପାରେ । ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହେବ ।

Leave A Reply

Your email address will not be published.

11 − 7 =