ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅନ୍ତର୍ଗତ ତାଲାପଦର ବିଜୁ ସେତୁ ଭୁଶୁଡିବା ଘଟଣାରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଅସିତ ପାତ୍ର ଗିରଫ ହୋଇଥିବା ଜଣାଯାଇଛି । ସୂଚନାଯୋଗ୍ୟ ଯେ, ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ଏହି ଘଟଣା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିଦେ୍ର୍ଧଶ ଦେଇଥିଲେ । ତେଣୁ ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାମଲ ଠିକାଦାର ଆଶିଷ କୁମାର ବିଶ୍ୱାଳ, କନିଷ୍ଠ ଯନ୍ତ୍ରୀ ନିରଂଜନ ସାହୁ, ସହକାରୀ ଯନ୍ତ୍ରୀ ଆଶିଷ କୁମାର ପାତ୍ରଙ୍କ ନାମରେ ଉମରକୋଟ ଥାନାରେ ଏତଲା ଦେଇଥିଲେ । ଏତଲାଦେବା ପରେ ହଠାତ୍ ଦୁଇ ଯନ୍ତ୍ରୀ ଏବଂ ଠିକାଦାର କେଉଁଆଡେ ଚାଲି ଯାଇଥିବା ଜଣାପଡିଛି । ସେମାନଙ୍କ ପତା ମିଳୁ ନଥିବା ବେେଳେ ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାଇ ମୀନା ଉମରକୋଟରେ ଡେରା ପକାଇ ଘଟଣା ଉପରେ ନଜର ରଖିଥିଲେ । ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର କହିଥିଲେ ଯେ, ମୃତକ ବ୍ୟକ୍ତିଙ୍କ ପରିବାରକୁ ୪୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଛି । ମୃତକ ୱାର୍କ ସରକାର ହୋଇଥିବାରୁ ପରିବାରକୁ ୧୦ ଲକ୍ଷ ଟଙ୍କା ବୀମା ରାଶି ମିଳିବ । ସେହପିର ନିର୍ବାହୀ ଯନ୍ତ୍ରୀଙ୍କ ଅଜଣାତରେ ଛାତ ପଡିଥିବାରୁ ୩ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି ।