ଏଣିକି ଗଞ୍ଜାମରେ ବାହାଘର ଭୋଜି ବଦଳରେ ଖାଦ୍ୟ ପୁଡିଆ

ବ୍ରହ୍ମପୁର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ବାହାଘର ଭୋଜି ଉପରେ କଟକଣା ଜାରୀ କରିଛନ୍ତି । ଏଣିକି ଭୋଜି ବଦଳରେ ଖାଦ୍ୟ ପୁଡିଆ ଦେବା ଲାଗି ଜିଲ୍ଲାପାଳ ନିଦେ୍ର୍ଧଶ ନାମା ଜାରୀ କରିଛନ୍ତି ।
ଜିଲ୍ଲାପାଳଙ୍କ ନିଦେ୍ର୍ଧଶ ଅନୁସାରେ ବିବାହ ଉସôବରେ ଯୋଗ ଦେବାକୁ ୧୦୦ ଜଣଙ୍କୁ ଅନୁମତି ଦିଆଯାଇଛି । ତା’ ସହିତ ଭୋଜି ଉପରେ ଲାଗିଲା କଟକଣା । ରିସେସ୍ପନରେ ଭୋଜି ବଦଳରେ ଦିଆଯିବ ଖାଦ୍ୟ ପୁଡିଆ । ଅତିଥିମାନଙ୍କୁ ଖାଦ୍ୟ ପୁଡିଆ ବଂଟାଯିବ । ଗହଳି, ଭିଡ ଏଡାଇବାକୁ ଏହି ନିଷ୍ପତି ନିଆଯାଇଥିବା ଜଣାପଡିଛି । ଯଦି କିଏ ଏହାର ଉଲ୍ଲଂଘନ କରେ, ତା ବିରୋଧରେ କଡା କାର୍ଯ୍ୟାନୁÂାନ ନିଆଯିବ ବୋଲି ଜିଲ୍ଲାପାଳଙ୍କ ନିଦେ୍ର୍ଧଶନାମାରେ କୁହାଯାଇଛି । ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୫୭୩ ଥିବା ବେଳେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୮ ରହିଛି । ହେଲେ ଗତଥର କରୋନାର କୋପ ଦେଖିଥିବା ଗଞ୍ଜାମ ଜିଲ୍ଲାବାସୀଙ୍କୁ ଏଥର ଯେପରି ସେହି ପରିସ୍ଥିତିର ସମ୍ମୁଖିନ ହେବାକୁ ନ ପଡେ, ସେଥିଲାଗି ପ୍ରଶାସନ ତରଫରୁ ଆଗୁଆ ନିଆଯାଉଛି ସତର୍କତାମୂଳକ ପଦକ୍ଷେପ ।

Leave A Reply

Your email address will not be published.

eighteen + four =