ଭୁବନେଶ୍ୱର: ମହାମାରୀ କରୋନାର ମୁକାବିଲା ଲାଗି ରାଜ୍ୟରେ ଟିକାକରଣ ଅଭିଯାନ ଜାରୀ ରହିଥିଲା ବେଳେ ଏଣିକି ପ୍ରଥମ ଡୋଜ୍ ନେବାର ୪୨ ଦିନ ପରେ କୋଭାସିଲ୍ଡର ଦ୍ୱିତୀୟ ଡୋଜ୍ ମିଳିବ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଆଜି ଏକ ଘୋଷଣା ନାମା ପ୍ରକାଶ ପାଇଛି ।
ସୂଚନାଯୋଗ୍ୟ ଯେ, ପୂର୍ବରୁ ପ୍ରଥମ ଡୋଜ୍ ନେବାର ୨୮ଦିନ ପରେ ଉଭୟ ଅନୁମୋଦିତ ଟିକା କୋଭାସିଲ୍ଡ ଓ କୋଭାକ୍ସିନ୍ ଦିଆଯାଉଥିଲା । ତେବେ କୋଭାକ୍ସିନ୍ ଟିକା ପ୍ରଥମ ଡୋଜ୍ ନେବାର ୨୮ ଦିନ ପରେ ନେବାର ବ୍ୟବସ୍ଥା ଥିବା ବେଳେ କୋଭାସିଲ୍ଡ ଟିକା ଏଣିକି ପ୍ରଥମ ଡୋଜ୍ ନେବାର ୪୨ ଦିନ ପରେ ଦ୍ୱିତୀୟ ଡୋଜ୍ ମିଳିବ । ୪୨ ଦିନ ପୂର୍ବରୁ କୋଭାସିଲ୍ଡର ଦ୍ୱିତୀୟ ଡୋଜ୍ ମିଳିବ ନାହିଁ । ଏନେଇ କୋ-ୱିନ୍ ପୋର୍ଟାଲରେ ପରିବର୍ତନ କରାଯାଇଛି । ସେହିପରି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଜିଲ୍ଲାପାଳ ଓ ମହାନଗର ନିଗମ କର୍ତୃପକ୍ଷଙ୍କୁ ଜଣାଇଦେଇଛନ୍ତି ।