ଭୁବନେଶ୍ୱର: ଏଣିକି ୱେବସାଇଟ୍ ରେ ମିଳିବ କରୋନା ଟେଷ୍ଟ ରିପୋର୍ଟ । ଶୀଘ୍ର ଓ ସୁବିଧାରେ ରିପୋର୍ଟ ଜାଣିବା ପାଇଁ ୱେବସାଇଟରେ ମିଳିବ । ଉଭୟ ଆଂଟିଜେନ ଓ ଆରଟିପିସିଆର ଟେଷ୍ଟ ରିପୋର୍ଟ ୱେବସାଇଟରେ ମିଳିବ । ରାଜ୍ୟ କୋଭିଡ ଡ୍ୟାସବୋର୍ଡ ଓ କୋଭିଡ଼ ୧୯ ୱେବସାଇଟରେ ବ୍ୟବସ୍ଥା ହୋଇଛି । ସୂଚନା ପ୍ରଯୁକ୍ତି ସଚିବ ମନୋଜ ମିଶ୍ର ସୂଚନା ଦେଇଛନ୍ତି ।
ଷ୍ଟେଟଡ୍ୟାସ୍ବୋର୍ଡ ଡଟ୍ ଓଡିଶା ଡଟ୍ ଜିଓଭି ଡଟ୍ ଇନ୍ ଏବଂ କୋଭିଡ୍୧୯ଡଟ୍ ଓଡିଶା ଡଟ୍ ଜିଓଭି ଡଟ୍ ଇନ୍ ୱେବସାଇଟ୍ ରେ ମୋବାଇଲ୍ ନମ୍ବର ଦେବା ପରେ ଓଟିପି ଦେଇ କରୋନା ରିପୋର୍ଟ ଜାଣିହେବ । ଏସଆରଏଫ୍ ଆଇଡି ଦେଇ ମଧ୍ୟ ରିପୋର୍ଟ ଜାଣିହବ ।
ଏହି ୱେବସାଇଟ୍ ଉନ୍ମୋଚନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ମହାମାରୀ ବିରୋଧରେ ଲଢ଼େଇ ସମୟରେ ଟେକ୍ନୋଲୋଜି ସର୍ବଦା ଏକ ବଡ଼ ଧରଣର ସାଧନ ପାଲଟିଥାଏ । ଲୋକଙ୍କୁ କୋଭିଡ୍ ପରୀକ୍ଷା ସମ୍ବନ୍ଧୀୟ ସୂଚନା ପ୍ରଦାନ ସହଜ ହେବା ଦ୍ୱାରା ଏଭଳି ସମୟରେ ଲୋକଙ୍କ ୁ ଆଶ୍ୱସ୍ତି ଦେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲୋକମାନଙ୍କୁ ସୁବିଧାରେ କୋଭିଡ୍ ପରୀକ୍ଷା ରିପୋର୍ଟ ପ୍ରଦାନ କରିବା ପାଇଁ ଓଡ଼ିଶା ସରକାର କୋଭିଡ୍ ଟେଷ୍ଟ ରିପୋର୍ଟ ୱେବ୍ସାଇଟ୍ ର ଶୁଭାରମ୍ଭ କରିଛନ୍ତି । କୋଭିଡ୍ ପରୀକ୍ଷାର ଫଳାଫଳ ଜାଣିବା ପାଇଁ ଅପେକ୍ଷା କରିଥିବା ଲୋକଙ୍କୁ ଆଉ ପରୀକ୍ଷା କେନ୍ଦ୍ରକୁ ରିପୋର୍ଟ ଆଣିବାକୁ ଯିବା ପାଇଁ ପଡ଼ିବ ନାହିଁ । ସେମାନେ ଘରେ ବସି କୋଭିଡ୍ ଟେଷ୍ଟ ୱେବ୍ସାଇଟ୍ ରୁ ଏହା ପାଇପାରିବେ । ପରୀକ୍ଷା ରିପୋର୍ଟ ସୁବିଧାଜନକ ଭାବେ ଲୋକଙ୍କ ପାଖରେ ପହଂଚାଇବା ପାଇଁ ୫-‘ଟି’ ଅଧୀନରେ କୋଭିଡ୍ ପରୀକ୍ଷା ରିପୋର୍ଟ ୱେବ୍ ସାଇଟ୍ ଗଠନ କରାଯାଇଛି । ବ୍ୟବହାରକାରୀଙ୍କ ଗୋପନୀୟତା ସୁନିଶ୍ଚିତ କରିବା ପାଇଁ ପଂଜୀକୃତ ହୋଇଥିବା ମୋବାଇଲ ନମ୍ବରକୁ ଓଟିପି ପଠାଯିବାର ବ୍ୟବସ୍ଥା ହୋଇଛି । ଜନସାଧାରଣଙ୍କ ସୁବିଧା ପାଇଁ
ଷଗ୍ଧଗ୍ଧକ୍ଟ୍ରଗ୍ଦ://ମକ୍ଟଙ୍ଖସୟ୧୯କ୍ସରଶୟ.କ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ/ ଝବଜ୍ଞକ୍ଟ୍ରକ୍ଷଉକ୍ଟକ୍ଷକ୍ଷରମଗ୍ଧସକ୍ଟଦ୍ଭଊରଗ୍ଧବସକ୍ଷଗ୍ଦ.ବଗ୍ଦକ୍ଟ୍ରଙ୍ଘ ୱେବ୍ସାଇଟ୍ କୁ ଷଗ୍ଧଗ୍ଧକ୍ଟ୍ରଗ୍ଦ:// ଗ୍ଦଗ୍ଧବଗ୍ଧରୟବଗ୍ଦଷଭକ୍ଟବକ୍ସୟ. କ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ ସହିତ ସଂଯୋଗ କରାଯାଇଛି ।
ବିଭିନ୍ନ ଜିଲ୍ଲାଗୁଡ଼ିକରେ ଆରଟିପିସିଆରା ପରୀକ୍ଷଣ କେନ୍ଦ୍ର ଆରମ୍ଭ କରାଯାଇ ପରୀକ୍ଷଣକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରାଯାଇପାରିଛି । ଏସବୁ କେନ୍ଦ୍ରରେ ପ୍ରତିଦିନ ସେବା ଉପଲବ୍ଧ ହେଉଛି ଏବଂ ଏହା ମହାମାରୀ ବିରୁଦ୍ଧରେ ଆମର ସଂଗ୍ରାମକୁ ସୁଦୃଢ଼ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।