କଟକ:: କଟକ ସହରରେ ମହାମାରୀ ସଂକ୍ରାନ୍ତଙ୍କ ସଂଖ୍ୟା ଦୈନଦିନ ବଢିଚାଲିଥିଲା ବେଳେ କଟକ ବଡ ଡାକ୍ତରଖାନା (ଏସ୍ସିବି)ର କୋଭିଡ୍ ହସ୍ପିଟାଲ୍ରେ ଶଯ୍ୟା ଅଭାବ ସୃଷ୍ଟି ହୋଇଛି । ଗତ ୫/୬ ଦିନ ହେବ ଆଇସିୟୁ ଭର୍ତି ଥିବାବେଳେ ବେଡ୍ ଅଭାବରୁ ରୋଗୀ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି । ପ୍ରାୟ ସାଢେ ୪ଶହ ରୋଗୀ ବେଡ୍ରେ ଥିବାବେଳେ ୫୩ଜଣ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ଅନ୍ୟପକ୍ଷରେ ଗତ୨୪ ଘଂଟାରେ ୧୦ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ତେବେ ସେଥିରେ କେତେଜଣ କରୋନାରେ ଓ କେତେଜଣ ଅନ୍ୟରୋଗରେ, ସେ ନେଇ ଏସ୍ସିବି କର୍ତୃପକ୍ଷ ସ୍ପଷ୍ଟ କରି ନାହାନ୍ତି । ସେହିପରି ଏସ୍ସିବିରେ ବେଡ୍ ସଂଖ୍ୟା ବୃଦ୍ଧି ପାଇଁ ଅନେକ ଯୋଜନା କରାଯାଇଥିବାବେଳେ ତାହା ପ୍ରସ୍ତୁତ ହୋଇ ପାରି ନଥିବା ଜଣାପଡିଛି ।
ପଲ୍ମ୍ୟୁନାରି ମେଡିସିନ୍ ବିଭାଗରେ ଥିବା ସେଂଟର ଅଫ୍ ଏକ୍ସଲେନ୍ସି କୋଠାରେ ହେବାକୁ ଥିବା କୋଭିଡ୍ ବେଡ୍ ଓ ଆଇସିୟୁ ବ୍ୟବସ୍ଥାର ଆଜି ପର୍ଯ୍ୟନ୍ତ କାମ ସରି ନଥିବାରୁ ତାହା କାର୍ଯ୍ୟକ୍ଷମ ହୋଇପାରିନି ।