ଏସ୍ଏଚଜି ମା’ଙ୍କୁ ମିଳିବ ଇ-ସ୍କୁଟି

୧ ଲକ୍ଷ ଟଙ୍କାର ରିହାତି

ଭୁବନେଶ୍ୱର : ଏସ୍ଏଚଜି ମା’ମାନଙ୍କୁ ଇ-ସ୍କୁଟି ଦିଆଯିବ । ସେଥିପାଇଁ ବଜେଟରେ ୫୦ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା ବେଳେ ଇ-ସ୍କୁଟିରେ ୧ଲକ୍ଷ ଟଙ୍କାର ରିହାତି ମିଳିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମିଶନ ଶକ୍ତି ମନ୍ତ୍ରୀ ଓ ସଚିବ ସୂଚନା ଦେଇଛନ୍ତି । ୨୦୨୩-୨୪ ପାଇଁ ମିଶନ ଶକ୍ତି ବିଭାଗକୁ ୨୫୫୪କୋଟିରୁ ଅଧିକ ଅର୍ଥ ମିଳିଛି । ଗତବର୍ଷ ତୁଳନାରେ ୨୭ପ୍ରତିଶତ ଅଧିକ ଅର୍ଥ ଦିଆଯାଇଛି । ଏସ୍ଏଚଜି ଙ୍କୁ ଏସ୍ଏମ୍ଇରେ ପରିଣତ କରିବା ଲକ୍ଷ୍ୟ ରଖାଯାଇଛି । ମାଆମାନେ ଉଦ୍ୟୋଗୀ ହୁଅନ୍ତୁ ବୋଲି ଚାହାଁନ୍ତି ମୁଖ୍ୟମନ୍ତ୍ରୀ । ମାଆମାନେ ଅଧିକ ସଶକ୍ତ ହେବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ । ଇଣ୍ଡଷ୍ଟ୍ରିଆଲ ପାର୍କ ପାଇଁ ୧୫୦କୋଟି ବ୍ୟୟ ବରାଦ ହୋଇଛି । ସବୁ ଏସଏଚଜିଙ୍କ ପାଇଁ ହେବ ଇଣ୍ଡଷ୍ଟ୍ରିଆଲ ପାର୍କ । ଏହାଛଡ଼ା ୫ଶହ ମିଶନ ଶକ୍ତି କାଫେ ଓ ବଜାର ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି । ଫଳରେ ମିଶନଶକ୍ତି ମାଆ ମାନେ ସେମାନଙ୍କ ଉତ୍ପାଦ ସହଜରେ ବିକ୍ରି କରିପାରିବେ । ସାଧାରଣତଃ ପର୍ଯ୍ୟଟନସ୍ଥଳୀ ଓ ବଡ଼ ଜିଲ୍ଲାରେ ବଜାର ପାଇଁ ୩୭୦ କୋଟି ମିଳିଛି । ଏବର୍ଷ ଜଙ୍ଗଲ ଓ ପରିବେଶ, ଗଣଶିକ୍ଷା ବିଭାଗ ସହ ସହଭାଗିତା କରିବ ମିଶନ ଶକ୍ତି । ଜଙ୍ଗଲ ନିଆଁ ନେଇ ସଚେତନତା ସୃଷ୍ଟି, ନର୍ସରୀ କାମ ପାଇବେ ମିଶନ ଶକ୍ତି ମହିଳା । ସମସ୍ତ ୫-ଟି ସ୍କୁଲ ଓ କସ୍ତୁରବା ଗାନ୍ଧୀ ସ୍କୁଲର ମେଣ୍ଟେନାନସ କରିବେ । ଏସ୍ଏଚଜି ମହିଳାଙ୍କୁ ୫ ବର୍ଷରେ ୧୦ ହଜାର କୋଟି ଟଙ୍କାର କାମ ଯୋଗାଇବେ ରାଜ୍ୟ ସରକାର । ପ୍ରତି ଜିଲ୍ଲାରେଏସ୍ଏଚଜି ମହିଳାଙ୍କୁ ଦିଆଯିବ ଡ୍ରାଇଭିଂ ଟ୍ରେନିଂ । ଗଞ୍ଜାମ ଇଣ୍ଡଷ୍ଟ୍ରିଆଲ ପାର୍କରେ ଶୁଖୁଆ, ଆଚାର ନିର୍ମାଣକୁ ଦିଆଯିବ ଗୁରୁତ୍ୱ । ଏସ୍ଏଚଜି ମହିଳାଙ୍କୁ ମିଳିବ ଫେସନ୍, ବିୟୁଟି, ଷ୍ଟିଚିଂ, ଡିଜିଟାଲ ଓ ବିଜିନେସ ମ୍ୟାନେଜମଣ୍ଟ ଟ୍ରେନିଂ । ଙଟଇଞ ସହଭାଗିତାରେ କୃଷି ପ୍ରକ୍ରିୟାକରଣ ଟ୍ରେନିଂ ଦିଆଯିବ ବୋଲି ସୂଚନା ମିଳିଛି ।

ସୁଜାତା କହିଛନ୍ତି, ଯଦି ମହିଳାମାନେ ରାଜନୀତିକୁ ଆସୁଛନ୍ତି ତାଙ୍କୁ ସମାଲୋଚନା କରାଯିବା ଠିକ୍ ନୁହେଁ । ଏହା ସେମାନଙ୍କର ଅଧିକାର । ମହିଳାଙ୍କୁ ଏପରି ତ କୁହାଯାଇ ପାରିବ ନାହିଁ ଯେ, ଆପଣ ବ୍ୟବସାୟ କରନ୍ତୁ, ରାଜନୀତି ପ୍ରସଙ୍ଗରେ କଥା କୁହନ୍ତୁ ନାହିଁ । ଓଡ଼ିଶାରେ ମଧ୍ୟ ଗତ ପଞ୍ଚାୟତ ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କ ମଧ୍ୟରେ ୬୦ରୁ ୭୦ ପ୍ରତିଶତ ମହିଳା ରହିଛନ୍ତି । ରାଜ୍ୟ ସରକାର ମହିଳାଙ୍କ ପାଇଁ ୫୦% ସଂରକ୍ଷଣ ବ୍ୟବସ୍ଥା କରିଥିଲେ ମଧ୍ୟ ଏହାଠାରୁ ଅଧିକ ମହିଳା ବିଜୟୀ ହୋଇ ଆସିଛନ୍ତି । ଏମିତିକି ୩୦ ଜିଲ୍ଲାରୁ ୨୧ ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦ ମହିଳା ହାତେଇଛନ୍ତି । ଏସବୁ ଭିତରେ ମିଶନ ଶକ୍ତି ମହିଳାଙ୍କ ନେତୃତ୍ୱ ନେବାର ନୂଆ ପ୍ଲାଟଫର୍ମ ସାଜିଛି ।ଏହାପୂର୍ବରୁ ବିରୋଧୀ ମାନେ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି, ମିଶନ୍ ଶକ୍ତି ମହିଳାଙ୍କୁ ଟଙ୍କା ବାଂଟି ସରକାର ନିଜର ଭୋଟବ୍ୟାଙ୍କ ପ୍ରସ୍ତୁତ କରୁଛନ୍ତି । ଏସ୍ଏଚଜି ମହିଳାଙ୍କ ଜରିଆରେ ସରକାର ରାଜନୀତି କରୁଥିବା ଅଭିଯୋଗ ହେଉଛି ।

Leave A Reply

Your email address will not be published.

1 × 3 =