କଟକ: ଓଡିଶା ପ୍ରଶାସନିକ ଟ୍ରିବ୍ୟୁନାଲ (ଓଏଟି) ଉଚ୍ଛେଦ ନିଷ୍ପତିକୁ ଓଡିଶା ହାଇକୋର୍ଟ କାଏମ ରଖିବା ସଙ୍ଗେ ସଙ୍ଗେ  ୨୦୧୯ ଅଗଷ୍ଟ ୭ ରାୟକୁ ଚ୍ୟାଲେଂଜ କରି ଦାୟର ହୋଇଥିବା ୬ଟି ରିଟ୍ ପିଟିସନ୍କୁ  ଖାରଜ କରି ଦେଇଛନ୍ତି । 
 ୨୦୧୯ ଜୁଲାଇରେ ଓଏଟି ଉଚ୍ଛେଦ ନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ ।  ଏହାକୁ ଚ୍ୟାଲେଂଜ କରି କଟକ ଓଏଟି ବାର ଆସୋସିଏସନ ଓଡିଶା ହାଇକୋର୍ଟରେ ପିଟିସନ୍ ଦାୟର କରିଛନ୍ତି ।  ୨୦୧୯ ଅଗଷ୍ଟ ୭ରେ ଓଡିଶା ହାଇକୋର୍ଟ ଆବେଦନର ଶୁଣାଣୀ କରି ପିଟିସନ୍କୁ ଖାରଜ କରିଦେଇଥିଲେ । ଓଡିଶା ପ୍ରଶାସନିକ ଟ୍ରିବ୍ୟୁନାଲ ଉଚ୍ଛେଦ ନେଇ କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତିରେ ମୋହର ମାରିଥିଲେ ।  ରାୟର ପୂନ୍ନରବିଚାର ପାଇଁ   ପୁଣି ଥରେ କଟକ ଓଏଟି ବାର ଆସୋସିଏସନ, ଭୁବନେଶ୍ୱର ବାର ଆସୋସିଏସନ୍ ଓ ଅବସରପ୍ରାପ୍ତ ପୁଲିସ ଅଧିକାରୀ ଉନ୍ନୟନ ସଂଘ, ସମେତ ୬ଟି ରିଟ୍ ପିଟିସନ ଦାଖଲ ହୋଇଥିଲା ।  ସମସ୍ତ ୬ଟି ଯାକ ଆବେଦନର ଶୁଣାଣୀ କରି ହାଇକୋର୍ଟ ଖାରଜ କରିଦେଇଛନ୍ତି ।
 
			