କରଞ୍ଜିଆ : ଆଜି ପବିତ୍ର ପଣା ସଂକ୍ରାନ୍ତି ତଥା ଆମ ଓଡିଶାବାସୀଙ୍କ ପାଇଁ ନୂତନ ବର୍ଷ ଆରମ୍ଭର ଦିନଟିଏ| ଏହି ଅବସରରେ କରଞ୍ଜିଆବାସୀ ଉଲ୍ଲାସ ଏବଂ ଭକ୍ତିପରାଣୟତା ରୂପେ ନିଜ ନିଜ ଘରେ ଚଉରାରେ ଠେକି ବାନ୍ଧିବା ସହିତ ଆମ୍ବ ଏବଂ ଛତୁଆ ଭୋଗଲଗାଇ ନବବର୍ଷଟି ଭଲରେ ଯାଉ ନିମିତ୍ତ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି| ଆମ ଓଡ଼ିଆ ପରମ୍ପରା ଏବଂ ପୌରାଣିକ ଗାଥାକୁ ଲୋକଲୋଚନ ତଥା ଜୀବିତ ରଖିବା ପାଇଁ ଆଜି ପ୍ରାତଃ 7.30ଘଟିକା ଠାରୁ 8.30 ଘଟିକା ପ୍ରର୍ଯ୍ୟନ୍ତ ଶ୍ରୀ ରାମ ନବମୀ ଉତ୍ସବ କମିଟି ପକ୍ଷରୁ ଦୁଇ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ସାମୂହିକ ହନୁମାନ ଚାଳିଶା ପାରାୟଣ ଶ୍ରୀ ରାମ ନବମୀ ଉତ୍ସବ କମିଟି ଦ୍ୱାରା ଉଦଘାଟିତ କରାଯାଇଥିଲା ଯେଉଁଠାରେ ବହୂସଂଖ୍ୟାରେ ଲୋକ ଏକତ୍ରିତ ହୋଇ ସନାତନ ଧର୍ମର ପରାକାଷ୍ଠା ବିସ୍ତାରିବା ସହିତ ସଭିଙ୍କୁ ପଣା ପିଆଇ ଦିନଟିକୁ ଉତ୍ସବ ମୁଖରିତ କରିଛନ୍ତି, ଲୋକମାନେ ସମସାମୂହିକ ଭାବରେ ଏକତ୍ରିତ ହୋଇ ଆମ ସଂସ୍କୃତିକୁ ଉଦ୍ଜୀବିତ ରଖିବାର ଏହି ପ୍ରୟାସ ପ୍ରଶଂସନୀୟ|