ଓଡ଼ିଶାକୁ ଅଧିକ ଲାଭ ମିଳିବ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୮୦ କୋଟିରୁ ଅଧିକ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୫ ମାସ ପାଇଁ ବୃଦ୍ଧି କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣାକୁ ସ୍ୱାଗତ କରିଛନ୍ତ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦେଶ ତଥା ଓଡ଼ିଶା ଭଳି ରାଜ୍ୟ ଏହାଦ୍ୱାରା ଅଧିକ ଲାଭ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି, ଏହି ଘଡ଼ିସନ୍ଧି ମୁହୁର୍ତରେ ଦେଶର ଜଣେ ବି ଲୋକ ଭୋକରେ ନରୁହନ୍ତୁ, ଏହାକୁ ମୋଦି ସରକାର ଅଧିକ ପ୍ରାଥମିକତା ଦେଇଛନ୍ତି । ଗୋଟିଏ ଦେଶ, ଗୋଟିଏ ରାସନ କାଡର଼୍ର ବ୍ୟବସ୍ଥା ଏବଂ ଗରିବ କଲ୍ୟାଣ ଅନ୍ନ ଯୋଜନାର ସମ୍ପ୍ରସାରଣ ଗରିବଙ୍କ କଲ୍ୟାଣ ପ୍ରତି ମୋଦି ସରକାରଙ୍କକ ସମର୍ପଣ ଭାବନାକୁ ଦର୍ଶାଉଛି । ଦେଶର କୃଷକ ଓ କରଦାତାଙ୍କୁ ସମ୍ମାନ ଜଣାଇ ସେ କହିଛନ୍ତି, ଦେଶର କୃଷକ ଓ କରଦାତାଙ୍କ ନିଷ୍ଠା ଏବଂ କଠିନ ପରିଶ୍ରମ ଯୋଗୁଁ ଗରିବ ତଥା ସମାଜର ସବୁ ତଳସ୍ତର ଲୋକଙ୍କୁ ସାହାଯ୍ୟ ଓ ସଶକ୍ତିକରଣ କରିବାର ପ୍ରୟାସକୁ ଭାରତ ସଫଳତାର କରିବାର ପ୍ରାୟସକୁ ଭାରତ ସଫଳତାର ସହ ଆୟୋଜନ କରିପାରିଛି । କରୋନା ସହ ଲଢେଇ ଏବେ ସୁଦ୍ଧା ସମାସ୍ତ ହୋଇନାହିଁ । ଏହି ସଂକ୍ରମଣ ପ୍ରତି ସତର୍କ ଏବଂ ସାବଧାନ ହିଁ ବର୍ତମାନ ସମୟରେ ବଡ଼ ସୁରକ୍ଷା । କରୋନା ବିରୋଧରେ ସମସ୍ତ ନିୟମକୁ ମାନି ଦେଶ ଏବଂ ଅର୍ଥ ବ୍ୟବସ୍ଥାକୁ ଆତ୍ମନିର୍ଭର ଆଡ଼କୁ ନେବାର ଆବଶ୍ୟକତା ରହିଛି । ସୁସ୍ଥ ରହି ଦୁଇ ମିଟର ଦୂରତାକୁ ପାଳନ କରିବା, ଗାମୁଛା, ମାସ୍କ ଇତ୍ୟାଦିର ଉପଯୋଗ କରି ଆମେ ଅର୍ଥନୈତିକ ପ୍ରକ୍ରିୟାକୁ ଅଗ୍ରସର କରାଇପାରିବା ବୋଲି ସେ କହିଛନ୍ତି । ଲୋକାଲ୍ ପାଇଁ ଭୋକାଲ୍ ହୋଇ ଆମେ ଆତ୍ମନିର୍ଭର ଭାରତ ପାଇଁ ସଂକଳ୍ପ କରିବା ଏବଂ ଆଗକୁ ବଢିବା ବୋଲି ଶ୍ରୀ ପ୍ରଧାନ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି । ଉଲ୍ଲେଖଯୋଗ୍ୟ, ବର୍ତମାନର ପରିସ୍ଥିତିକୁ ଦେଖି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ନଭେମ୍ବର ଶେଷ ପର୍ଯ୍ୟନ୍ତ ତଥା ଆସନ୍ତା ୫ ମାସ ପାଇଁ ବୃଦ୍ଧି କରାଯାଇଛି । ଏହାର ମୂଲ୍ୟ ୯୦ ହଜାର କୋଟିରୁ ଅଧିକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ଆଗାମୀ ୫ ମାସ ପାଇଁ ମାସିକ ମୁଣ୍ଡ ପିଛା ୫ କୋଜି ଚାଉଳ କିମ୍ବା ଗହମ ଓ ପ୍ରତି ପରିବାରକୁ ମିଳିବ ୧ କିଲୋ ଡାଲି ଯୋଗାଇ ଦିଆଯିବ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣ ମାସ୍କ ଉପରେ ଗୁରୁତ୍ୱ ଦେଇଥିଲେ । ଗୋଟିଏ ଦେଶର ପ୍ରଧାନମନ୍ତ୍ରୀ ସାର୍ବଜଜନୀନ ସ୍ଥାନରେ ମାସ୍କ ପିନ୍ଧି ନଥିବାରୁ ତାଙ୍କଠାରୁ ୧୩ ହଜାର ଟଙ୍କା ଆଦାୟ କରଯାଇଛି ବୋଲି ଉଦାହରଣ ଦେବା ସହ ଦେଶବାସୀଙ୍କୁ ସର୍ବସାଧାରଣରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.

5 + 16 =