ଓଡ଼ିଶାରେ ସୃଜନଶୀଳତାର ପ୍ରବାହ ରହିଛି: ରାଜ୍ୟପାଳ

ଭୁବନେଶ୍ୱର:ଓଡ଼ିଶା ଏକ ଭୂଗୋଳ ନୁହେଁ, ଏକ ମହାଭାବ । ଏହି ମାଟିର ଦିବ୍ୟତା ରହିଛି ଏବଂ ଓଡ଼ିଆ ଭାଷା ହେଉଛି ମଂତ୍ରମୟ ଭାଷା । ଓଡ଼ିଶାର ସେବାର ସୁଯୋଗ ପାଇ ମୁଁ ନିଜକୁ ଧନ୍ୟ ମନେକରୁଛି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି ।
ଆଜି ରାଜଭବନର ଅଭିଷେକ କକ୍ଷରେ ରାଜ୍ୟପାଳଙ୍କ ଦ୍ୱାରା ଲିଖିତ ପୁସ୍ତକର ହିନ୍ଦୀ ସଂସ୍କରଣ ‘ଅସୁସ୍ଥ ପୃଥ୍ୱୀ କି ପ୍ରାର୍ଥନା’ର ଲୋକାର୍ପଣ ଉସôବରେ ଯୋଗ ଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ଓଡ଼ିଶାରେ ସୃଜନଶୀଳତାର ସ୍ୱାଭାବିକ ପ୍ରବାହ ରହିଛି । ଏ ମାଟିରେ ଯେ ପଂହଚିବ ସେ ଅନନ୍ୟ ସ୍ପଂଦନ ଅନୁଭବ କରିପାରିବ । ସମଗ୍ର ବ୍ରହ୍ମାଣ୍ଡରେ ଏଭଳି ଭୂମିର ବିକଳ୍ପ ନାହିଁ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଓଡ଼ିଶା ନିର୍ମଳ ଆନନ୍ଦର ଏକ ପ୍ରଦେଶ ବୋଲି ରାଜ୍ୟପାଳ କହିଛନ୍ତି ।
ଉନ୍ମୋଚନ ସମାରୋହରେ ସାଂସଦ ଅଚୁ୍ୟତ ସାମନ୍ତ, ପୂର୍ବତନ ସାଂସଦ ତଥା କବି ଡ଼. ପ୍ରସନ୍ନ କୁମାର ପାଟ୍ଟଶାଣୀ, ରାଜ୍ୟପାଳଙ୍କ ସଚିବ ପ୍ରମୋଦ କୁମାର ମେହେର୍ଦା, ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ, ବିଶ୍ୱମୁକ୍ତିର ସଂପାଦକ କବି ଶଶାଙ୍କ ଚୂଡ଼ାମଣି ପ୍ରମୁଖ ଉପସ୍ଥିତ ରହି ରାଜ୍ୟପାଳଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ରାଜ୍ୟପାଳଙ୍କ ଚିନ୍ତନ ଓ ଦର୍ଶନର ଭୂୟସୀ ପ୍ରଶଂସା କରିଥିଲେ । ଅଧ୍ୟାପିକା ବେଦୁଲା ରାମଲକ୍ଷ୍ମୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଅବସରରେ ପ୍ରକାଶକ ସବିତା ଦାସ, ଅନୁବାଦକ ଅଜିତ ପ୍ରସାଦ ମହାପାତ୍ର, ଶିଳ୍ପୀ ସୁଶୀଲ ପୁହାଣଙ୍କୁ ସଂବର୍ଦ୍ଧିତ କରାଯାଇଥିଲା । ପୁସ୍ତକଟି ‘ବିଶ୍ୱମୁକ୍ତି’ ପ୍ରକାଶନ ସଂସ୍ଥା ପକ୍ଷରୁ ପ୍ରକାଶିତ ହୋଇଛି ଓ ପୂର୍ବରୁ ପ୍ରକାଶିତ ‘ଅସୁସ୍ଥ ପୃଥିବୀର ପ୍ରାର୍ଥନା ଓ ଅନ୍ୟାନ୍ୟ ରଚନା’ର ଏହି ହିନ୍ଦୀ ଅନୁବାଦ କରିଛନ୍ତି ଅଧ୍ୟାପକ ଅଜିତ ପ୍ରସାଦ ମହାପାତ୍ର । ଉନ୍ମୋଚନ ଉସôବରେ ବହୁ ବିଶିଷ୍ଟ କବି ଓ ଲେଖକ ଯୋଗ ଦେଇଥିଲେ ।

Leave A Reply

Your email address will not be published.

15 + nine =