ଓଡ଼ିଶାର ୮୯୦ଟି ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ଲୋକେ ୨୦୦୦ ଟଙ୍କିଆ ନୋଟ୍ ବଦଳ କରିପାରିବେ

ଭୁବନେଶ୍ୱର : ଓଡ଼ିଶାର ୮୯୦ଟି ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ଲୋକେ ୨୦୦୦ ଟଙ୍କା ନୋଟ୍ ବଦଳ କରିପାରିବେ ବୋଲି ଏସବିଆଇ ମୁଖ୍ୟ ମହାପ୍ରବନ୍ଧକ ଚନ୍ଦ୍ରଶେଖର ଶର୍ମା ସୂଚନା ଦେଇଛନ୍ତି । ସେ କହିଛନ୍ତି, ଓଡ଼ିଶା ଏସବିଆଇ ପାଖରେ ୧୨ ହଜାର କୋଟି ଟଙ୍କା ଏକ୍ସଚେଂଜ ପାଇଁ ରହିଛି । ୬୪ କରେନ୍ସି ଚେଷ୍ଟରେ ୫୦୦, ୨୦୦ ଓ ୧୦୦ ଟଙ୍କିଆ ଆକାରରେ ମହଜୁଦ ରହିଛି ଏହି ଅର୍ଥ । ଏଣୁ ଲୋକମାନଙ୍କର କୌଣସି ସମସ୍ୟା ହେବ ନାହିଁ । ଲୋକମାନେ ଥରକେ ୨୦ ହଜାର ଟଙ୍କା ଯାଏ ବଦଳ କରିପାରିବେ । ସେମାନେ ଚାହିଁଲେ ପୁଣି ଧାଡ଼ିରେ ରହି ଏକାଧିକ ଥର ୨୦୦୦ଟଙ୍କା ବଦଳ କରିପାରିବେ । ବ୍ୟାଙ୍କ ଆସି ମେସିନରେ ୨୦୦୦ଟଙ୍କା ଜମା କରି ପାରିବେ ।
ସେ ଆହୁରି କହିଛନ୍ତି, କେତେକ ଷ୍ଟେଟ ବ୍ୟାଙ୍କ ଶାଖାରେ ସ୍ୱତନ୍ତ୍ର କାଉଣ୍ଟର ଖୋଲାଯାଇଛି । ନୋଟ୍ ଏକ୍ସଚେଂଜ ପାଇଁ ସୁବ୍ୟବସ୍ଥା କରାଯାଇଛି । ଲୋକଙ୍କ ପାଇଁ ବହୁତ ସମୟ ରହିଛି । ବ୍ୟସ୍ତ ବିବ୍ରତ ନ ହୋଇ ଧୀରେଧୀରେ ବ୍ୟାଙ୍କରେ ନୋଟ୍ ବଦଳାଇ ପାରିବେ ।

Leave A Reply

Your email address will not be published.

one × one =