ଓଡ଼ିଶା ଦକ୍ଷତା କନକ୍ଲେଭ୍ ଉଦ୍ଘାଟିତ

ଦକ୍ଷତା ବିକାଶ ପାଇଁ ୧୦୦ କୋଟିର ପାଣ୍ଠି

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଦକ୍ଷତା କନକ୍ଲେଭ୍ ୨୦୨୩କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏହି ସମାରୋହରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି କାର୍ଯ୍ୟକ୍ରମ ମାନବ ସଂସ୍କରଣର ଏକ ଉଦାହରଣ । ଓଡ଼ିଶା ସରକାର ଯୁବପୀଢିଙ୍କ ଦକ୍ଷତା ବିକାଶ ପାଇଁ ଶହେ କୋଟି ଟଙ୍କାର ଯୋଜନା ଘୋଷଣା କରୁଛି । ଏହାର ନାମ ନୂଆ ଓଡ଼ିଶା ହେବ । ଏକ ଲକ୍ଷ୍ ପିଲାଙ୍କୁ ପ୍ରଯୁକ୍ତି ବିଦ୍ୟା ସହ ଯୋଡ଼ିବ, ଯାହା ଯୋଗୁ ଭବିଷ୍ୟତର ନିର୍ମାଣ ହୋଇପାରିବ । ମିଶନ ଶକ୍ତିରୁ ୭୦ ଲକ୍ଷ ମହିଳା ଆଜି ଉନ୍ନତ ହୋଇଛନ୍ତି । ସ୍କିଲ ଇନ୍ ଓଡ଼ିଶା ଏକ ବ୍ରାଣ୍ଡ ହେଉଛି । ନୂଆ ଓଡ଼ିଶା ଗଠନରେ ଦକ୍ଷତା ବିକାଶ ପାଇଁ ୧୦୦ କୋଟିର ବଜେଟ କରିଛନ୍ତି ରାଜ୍ୟ ସରକାର । ଏକ ଲକ୍ଷ ଯୁବକ ଯୁବତୀଙ୍କ ଦକ୍ଷତା ବିକାଶରେ ଖର୍ଚ୍ଚ ହେବ ଏହି ଟଙ୍କା । ବିଶେଷ କରି ଡ଼ିଜିଟାଲ୍ ଜ୍ଞାନ କୌଶଳରେ ଆର୍ଟିଫିସିଆଲ ଇଣ୍ଟେଲଜେନ୍ସ, କ୍ଲାଉଡ୍ କମ୍ପ୍ୟୁଟିଂ, ଡାଟା ସାଇନ୍ସ ଭଳି ନୂତନ ଟେକ୍ନୋଲୋଜିରେ ଆମକୁ ଅଧିକ ଦକ୍ଷ ହେବା ଦିଗରେ ଏହି କଂପାନୀ ଗୁଡ଼ିକ କାମ କରିବେ । ମ୍ୟାପିଂ କରି ତାଲିମ୍ ଦିଆଯାଉଛି । ଅଟୋମେଟିକାଲି ତାହା ରୋଜଗାରରେ କନଭର୍ଟ ହେବ । ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ଓଡ଼ିଶା ଦକ୍ଷତା ବିକାଶ ଅଥରିଟି ଅଧ୍ୟକ୍ଷ ସୁବ୍ରତ ବାଗଚୀ ଉପସ୍ଥିତ ଅଛନ୍ତି । ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତା ବିକାଶ ମନ୍ତ୍ରୀ କହିଛନ୍ତି, ପୁଞ୍ଜି ନିବେଶ ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଯେହେତୁ ପୁଞ୍ଜି ନିବେଶର ସୁଅ ଛୁଟିଛି ସେହି କ୍ଷେତ୍ରରେ ଦକ୍ଷ ବ୍ୟକ୍ତିତ୍ୱର ଆବଶ୍ୟକତା ରହିଛି । ଆଜି ଏହାର ମୂଳଦୁଆ ପଡ଼ିଛି । ଆଗାମୀ ଦିନରେ ବେକାରୀ ସମସ୍ୟା ଦୂର ହୋଇପାରିବ । ଓଡ଼ିଶାର ଯୁବପୀଢି ଉନ୍ନତ ଜ୍ଞାନକୌଶଳ ସହ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି କିପରି ନିଜର ଉନ୍ନତି କରିବେ ଏହା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ନିଜର ଆବଶ୍ୟକତା ପୂରଣ କ୍ଷେତ୍ରରେ ଏହା ଏକ ପ୍ଲାଟଫର୍ମ । ଓଡ଼ିଶାର ଯୁବପୀଢିଙ୍କ ପାଖରେ ବହୁ ଦକ୍ଷତା ରହିଛି । ଏହାକୁ ସମସ୍ତଙ୍କ ଆଗରେ ଉପସ୍ଥାପନା କରିବେ ଏହା ହେଉଛି ଏହି କାର୍ଯ୍ୟକ୍ରମର ଦ୍ୱିତୀୟ ଲକ୍ଷ୍ୟ ।

ଏହି ଅବସରରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧକ୍ଷ କହିଛନ୍ତି, ଓଡ଼ିଶା ପାଇଁ ଏକ ଗର୍ବର ବିଷୟ ଆଜି ଓଡ଼ିଶା ମାଟିରେ ଆୟୋଜିତ ହୋଇଥିବା ସ୍କିଲ କନକ୍ଳେଭରେ ସିଙ୍ଗାପୁରର ୨୫ ଜଣ ଯୁବକ ଯୁବତୀ ଏକା ସାଙ୍ଗରେ ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି । ଏହାକୁ ହିଁ ଆମେ ଗ୍ଲୋବାଲାଇଜେସନ କହିବା । ଯେଉଁ ଦିନ ବିଦେଶରୁ ପିଲାମାନେ ଆସି ଓଡ଼ିଶା ମାଟିରେ କାନ୍ଧରେ କାନ୍ଧ ମିଳାଇ କାମ କରିବେ, ସେହି ଦିନ ଓଡ଼ିଶା ଗ୍ଲୋବାଲ ବେଞ୍ଚ ମାର୍କ ତିଆରି କରିବ । ସ୍କିଲ କନକ୍ଳେଭର ଆୟୋଜନ ଏହାର ଅୟମାରମ୍ଭ ମାତ୍ର, ଆଗାମୀ ଦିନରେ ଏହା ଜାତୀୟ ସ୍ତରରେ ପ୍ଲାଟଫର୍ମ ହୋଇକି ଛିଡ଼ା ହେବ । ଦକ୍ଷତା ବିକାଶକୁ ନେଇକି ଯେଉଁ ଚିନ୍ତାଧାରା ଅଛି ସାରା ଭାରତରେ ସେହି ବିଷୟକୁ ନେଇ ଆଲୋଚନା ହେବ ।

Leave A Reply

Your email address will not be published.

eleven − three =