ଓଡିଶାକୁ ୪ ସପ୍ତାହ ମହଲତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଆଜି କୋଟିଆ ମାମଲାର ଶୁଣାଣି ହୋଇଛି । ଆନ୍ଧ୍ର ସରକାର ଦାଖଲ କରିଥିବା ସତ୍ୟପାଠର ଜବାବ ଦାଖଲ ପାଇଁ ଓଡିଶା ସରକାରଙ୍କୁ ସୁପ୍ରିମକୋର୍ଟର ବିଚାରପତି ଏଏସ୍ଖାନ୍ ୱେଲ୍କର ଓ ଦିନେଶ ମହେଶ୍ୱରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ୪ ସପ୍ତାହ ମହଲତ ଦେଇଛନ୍ତ । ସୂଚନାଯୋଗ୍ୟ , ପୂର୍ବରୁ ଆନ୍ଧ୍ର ପକ୍ଷରୁ ୫୦ ପୃÂାର ସତ୍ୟପାଠ ଦାଖଲ କରାଯାଇଥିଲା । ଆନ୍ଧ୍ର ସତ୍ୟପାଠ ଉପରେ ଜବାବ ଦାଖଲ ପାଇଁ ଓଡିଶାକୁ ସମୟ ମିଳିଥିବା ଜଣାଯାଇଛି ।
ଓଡିଶା ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ନିଯୁକ୍ତ ଆଇନ୍ଜୀବୀ ଶିବଶଙ୍କର ମିଶ୍ର କହିଛନ୍ତି ଯେ, କୋଟିଆ ଓଡିଶାର ନେଇ ଆମ ପାଖରେ ୧୯୩୬ ମସିହାରୁ ବହୁ ଡକୁମେଂଟ ରହିଛି । ତେବେ ଆନ୍ଧ୍ର ଯାହା ଦାଖଲ କରିଛି ତାହା ଡାହା ମିଛ । ଆନ୍ଧ୍ର ସରକାର ମାତ୍ର ୪-୫ଟି ଫଟୋ ଦେଇଥିବା ବେେଳେ ଆମ ପାଖରେ ଫଟୋର ଆଲବମ୍ ରହିଛି ବୋଲି ସେ କହିଛନ୍ତି । ଆନ୍ଧ୍ର ସରକାର ଆଜି କୋର୍ଟରେ ଦାଖଲ କରିଥିବା ସତ୍ୟପାଠ ଅନୁସାରେ, ୧୯୫୨ ମସିହାରୁ କୋଟିଆର ବିବାଦୀୟ ତିନିଟି ଗାଁରେ ସେମାନେ ନିର୍ବାଚନ କରିଆସୁଛନ୍ତି । ସତ୍ୟପାଠରେ ଆନ୍ଧ୍ର ୧୯୫୨ରୁ କୋଟିଆର ଗଂଜେଇବାଦରା, ପାଟୁଚିନ୍ନାଉରୁ, ପଗୁଲୁଚିନ୍ନାଉରୁ ଗାଁରେ ନିର୍ବାଚନ କରୁଥିବା ଦର୍ଶାଇଛି । ଏସବୁ ଗାଁ ଆନ୍ଧ୍ରର ଆରାକୁ ସଂସଦୀୟ କ୍ଷେତ୍ର ଓ ସାଲେରୁ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଯାଉଛି । ଏସବୁ ଗାଁରେ ୨୦୦୬, ୨୦୧୩, ୨୦୧୪ରେ ସାଧାରଣ ନିର୍ବାଚନ ବେଳେ ଭୋଟ୍ ଗ୍ରହଣ କରାଯାଇଛି । ହେଲେ ଓଡିଶା ପକ୍ଷରୁ ଏହାକୁ ଖଣ୍ଡନ କରି ସମ୍ପୂର୍ଣ୍ଣ ମିଛ ବୋଲି କୁହାଯାଇଛି । ଆନ୍ଧ୍ର ଯେଉଁ ଡକ୍ୟୁମେଂଟ ଦାଖଲ କରିଛି, ସବୁ ମିଛ । ପୂର୍ବରୁ ସେଠାରେ ଆନ୍ଧ୍ର ନିର୍ବାଚନ କରିଥିବା ଦାବି ବି ମିଛ ବୋଲି କହିଛନ୍ତି ଓକିଲ୍ ଶିବଶଙ୍କର ମିଶ୍ର । ୧୯୩୬ ମସିହା ପରଠୁ ସମସ୍ତ ଡକ୍ୟୁମେଂଟ ଓଡିଶା ପାଖରେ ଥିବା ବେେଳେ କୋଟିଆ ଓଡିଶାର ବୋଲି ପ୍ରମାଣିତ କରାଯାଇ ପାରିବ ବୋଲି ସେ କହିଛନ୍ତି । ଏଥିନିମନ୍ତେ ସମସ୍ତ ଡକ୍ୟୁମେଂଟ ଫାଇଲ କରିବାକୁ ଓଡିଶା ସରକାରଙ୍କୁ ୪ ସପ୍ତାହ ସମୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।
ଆନ୍ଧ୍ର, ନିଜ ସତ୍ୟପାଠରେ କୋଟିଆର ବହୁ ଗାଁ ତା’ ଅଧୀନରେ ଥିବା ବେଳେ ପୁଲିଂଷ୍ଟେସନ ଥିବା ବି କହିଛି । ଏନେଇ ୪-୫ ଫଟୋ ବି ଦେଖାଇଛି ଆନ୍ଧ୍ର । ହେଲେ ଏହାକୁ କାଉଂଟର କରିଛି ଓଡିଶା । ଆମର ଏଠି ମେଡିକାଲ ଅଛି, ଥାନା ଅଛି, ସ୍କୁଲ ଅଛି, ଉନ୍ନତିମୂଳକ କାମ ଚାଲିଛି । ୧୫୦ କୋଟି ସେଠାରେ ବିନିଯୋଗ କରିଛନ୍ତି ସରକାର । ତେଣୁ ଆନ୍ଧ୍ର କିଛି ଫଟୋ ଦେଖାଯାଉଥିବା ବେଳେ ଆମ ପୂରା ଆଲବମ ଅଛି ବୋଲି କହିଛନ୍ତି ଓକିଲ ଶ୍ରୀ ମିଶ୍ର କହିଛନ୍ତି । ଏଥିସହ କହିଛନ୍ତି କେବଳ ବିବାଦୀୟ ୩ଟି ଗାଁ ନୁହେଁ କୋଟିଆର ୨୧ଟି ଗାଁ ହେଉଛି ଓଡିଶାର ।
ସୂଚନାଯୋଗ୍ୟ, ଏହି ମାମଲାର ତ୍ୱରିତ ଶୁଣାଣି କରିବା ପାଇଁ ଓଡିଶା ପକ୍ଷରୁ ଏହି ମାମଲାରେ ନିୟୋଜିତ ବରିÂ ଆଇନଜୀବୀ ବିକାଶ ସିଂହ ସୁପ୍ରିମକୋର୍ଟଙ୍କ ପ୍ରଧାନ ପତି ଜଷ୍ଟିସ୍ ଏସ୍ଏ କୋବ୍ଡେ, ଜÂିିସ୍ ଏ.ଏସ୍.ବୋପାନ୍ନା ଓ ଜଷ୍ଟିସ୍ ଭି.ରମା ସୁବ୍ରମନ୍ୟନଙ୍କ ଖଣ୍ଡପୀଠରେ ନିବେଦନ କରିଥିଲେ । ଶ୍ରୀ ସିଂହ ଯୁକ୍ତି ଉପସ୍ଥାପନ କରି କହିଥିଲେ, କୋଟିଆ ମାମଲାରେ ସ୍ଥିତାବସ୍ଥା ବଜାୟ ରଖିବାକୁ ସର୍ବୋଚ୍ଚ ନ୍ୟାୟ୍ୟାଳୟ ୨୦୦୬ରେ ନିଦେ୍ର୍ଧଶ ଦେଇଥିଲେ । ଆନ୍ଧ୍ର ସରକାର ଏହାକୁ ପାଳନ କରିନାହାନ୍ତି । ନିଦେ୍ର୍ଧଶକୁ ଉଲଂଘନ କରି ଆନ୍ଧ୍ର ସରକାର କୋଟିଆକୁ ନିଜର ସୀମାରେ ଦର୍ଶାଇ ପଞ୍ଚାୟତ ନିର୍ବାଚନ କରାଉଛନ୍ତି ।
ଆନ୍ଧ୍ରର ଏଭଳି ଏକତରଫା ଆଚରଣ ଦ୍ୱାରା ଗୁରୁତର ସାମ୍ବିଧାନିକ ସଙ୍କଟ ସୃଷ୍ଟି ହୋଇଛି । ଅତଏବ ଏହି ଅଦାଲତ ଅବମାନନା ମାମଲାର ତ୍ୱରିତ ଶୁଣାଣି କରାଯାଉ । ଖଣ୍ଡପୀଠ ଗତ ୧୨ ତାରିଖରେ ଏହି ମାମଲାର ଶୁଣାଣି ପାଇଁ ରାଜି ହୋଇଥିଲେ । ଏହାପରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ବିଜୟନଗରମ୍ ଜିଲ୍ଲାପାଳ କୋଟିଆ ଆନ୍ଧ୍ରର ଅଂଶ ଏବଂ ପୂର୍ବରୁ ସେଠାରେ ଲୋକସଭା ଓ ବିଧାନସଭା ନିର୍ବାଚନ କରାଯାଇ ଆସୁଛି ବୋଲି ଦର୍ଶାଇବା ସହ ନିର୍ବାଚନ କମିସନଙ୍କ ମତଦାତା ସୂଚୀ ଇତ୍ୟାଦି ପ୍ରଦାନ କରି ସତ୍ୟପାଠ ଦାଖଲ କରିଥିଲେ ।
ଓଡିଶା ପକ୍ଷରୁ ବରିÂ ଆଇନ୍ଜୀବୀ ବିକାଶ ସିଂହଙ୍କୁ ମାମଲା ପରିଚାଳନା କରିଥିଲେ ଓ ସୁପ୍ରିମ୍ କୋଟର୍୍ର ଆଡଭୋକେଟ୍ ଅନ୍ ରେକର୍ଡ ଶିବ ଶଙ୍କର ମିଶ୍ର ସହଯୋଗ କରିଥିଲେ ।

Leave A Reply

Your email address will not be published.

5 × 3 =