ଓଡିଶାରେ କ୍ଷମତା ଦଖଲ କରିବ ବିଜେପି : ଅମିତ ଶାହ

କୋଲକାତା: ପଶ୍ଚିମବଙ୍ଗ ପରେ ଓଡିଶାରେ ବିଜେପି କ୍ଷମତା ଦଖଲ କରିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ଅମିତ୍ ଶାହା ଦୃଢକ୍ତି ପ୍ରକାଶ କରିଛନ୍ତି । ଗତକାଲି କୋଲକାତାରେ ଦଳିୟ କର୍ମୀଙ୍କୁ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ଶାହା କହିଛନ୍ତି ଯେ, ପଶ୍ଚିମବଙ୍ଗରେ ଦୁଇ ଶହରୁ ଅଧିକ ଆସନ ହାସଲ କରି ଦଳ ସରକାର ଗଠନ କରିବ । ଆଉ ଏହା ପରେ ପରେ ଓଡିଶାରେ ବି ଶାସନକୁ ଆସିବ ବିଜେପି । ପୂର୍ବ ଭାରତର ବିକାଶର ଧାରା ପଶ୍ଚିମବଙ୍ଗରୁ ଆରମ୍ଭ ହେଉଛି । ଏହା ପରେ ଓଡିଶା, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ହୋଇ କେରଳରେ କ୍ଷମତା ଦଖଲ କରିବ । ଏହି ସବୁ ରାଜ୍ୟରେ ବିଜେପିକୁ ସଫଳତା ମିଳିବା ସହ ବିଜେପି ଶାସନ ମଙ୍ଗ ଧରିବ ବୋଲି କହିଛନ୍ତି ଶାହ । ଏଥିପାଇଁ ଦଳୀୟ କର୍ମୀଙ୍କୁ ଏକଜୁଟ୍ ହେବା ସହ ସଂଗଠନକୁ ମଜବୁତ କରିବାକୁ ଆହ୍ୱାନ କରିଛନ୍ତି ।
ଆସନ୍ତା କିଛି ମାସରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ । ଏନେଇ ଶାହଙ୍କ ମାରାଥନ ରାଲି, ସଭାର ଆୟୋଜନ ହୋଇଛି । ସେପଟେ ଶାହଙ୍କ ଏହି ବୟାନ ପରେ ରାଜନୀତି ସରଗରମ ହୋଇଛି । ଗତକାଲି ଶାହା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଠାକୁରନଗରରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇଥିଲେ । ଏଥିରେ ଯୋଗ ଦେଇ ଶାହ କହିଥିଲେ, ଦେଶରେ ନାଗରିକତା ସଂଶୋଧନ ଆଇନ୍ (ସିଏଏ) କରୋନା ଟିକାକରଣ କାର୍ଯ୍ୟକ୍ରମ ଶେଷ ହେବା ପରେ ଲାଗୁ ହେବ । ସିଏଏ ମଧୀନରେ ଭାରତରେ ରହୁଥିବା ଶରଣାର୍ଥୀଙ୍କୁ ନାଗରିକତା ପ୍ରଧାନ କରାଯିବ । ପଶ୍ଚିମବଙ୍ଗର ମାଟୁଆ ସଂପ୍ରଦାୟର ଲୋକଙ୍କୁ ମଧ୍ୟ ସିଏଏ ଅଧୀନରେ ଭାରତର ନାଗରିତା ପ୍ରଦାନ କରାଯିବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ କହିଥିଲେ ।
ସେହିପରି ବିରୋଧୀ ଦଳଗୁଡିକ ମଧ୍ୟ ସେ ଟାର୍ଗେଟ କରିଥିଲେ । ବିରୋଧୀ ଦଳଗୁଡିକ ଲୋକଙ୍କୁ ନାଗରିକତା ସଂଶୋଧନ ଆଇନ ସମ୍ପର୍କରେ ଭୁଲ ତଥ୍ୟ ଦେଇ ବିଭ୍ରାନ୍ତ କରୁଛନ୍ତି । ସିଏଏ ଲାଗୁ ହେଲେ ଭାରତରେ ରହୁଥିବା ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କ ନାଗରିକତା ଉପରେ ଏହା କୌଣସି ପ୍ରକାରର ପ୍ରଭାବ ପକାଇ ପାରିବ ନାହିଁ । ୨୦୧୮ରେ ମୋଦି ସରକାର ପ୍ରତିଶ୍ରୁତି ଦେଇଥିଲେ ଯେ, ନାଗରିକତା ସଂଶୋଧନ ଆଇନ ଆଣିବେ । ୨୦୧୯ରେ ଆମେ ଭୋଟ ପାଇଁ କ୍ଷମତାକୁ ଆସିବା ପରେ ଏହାକୁ କାର୍ଯ୍ୟକାରୀ କରିବାକୁ ଆଇନ୍ ଆଣିଛୁ । ୨୦୨୦ରେ ଦେଶକୁ କରୋନା ମହାମାରୀ ଝଟକା ଲାଗିଥିଲା । ଏହି କାରଣରୁ ସିଏଏ ଲାଗୁ ହୋଇପାରି ନାହିଁ । ମମତା ଦିଦି କହୁଛନ୍ତି, ଆମେ ମିଥ୍ୟା ପ୍ରତିଶ୍ରୁତି ଦେଉଛୁ । ହେଲେ ସେ ସିଏଏକୁ ବିରୋଧ କରିବା ଆରମ୍ଭ କରିଥିଲେ ଓ ବେଙ୍ଗଲରେ ଏହାକୁ ଲାଗୁ କରିବେ ନାହିଁ ବୋଲି ମଧ୍ୟ କହିଛନ୍ତି । କିନ୍ତୁ ବିଜେପି ସବୁବେଳେ ନିଜ ପ୍ରତିଶ୍ରୁତି ରକ୍ଷା କରିଛି । ଆମେ ଆଇନ୍ ଆଣିଛୁ ଓ ଶରଣାର୍ଥୀମାନେ ଭାରତର ନାଗରିକତା ପାଇବେ ବୋଲି ଶାହ କହିଥିଲେ ।

Leave A Reply

Your email address will not be published.

9 + seventeen =