ଓଡିଶାରେ ମୌସୁମୀ

ଭୁବନେଶ୍ୱର: ବହୁ ଆକାକ୍ଷିଂତ ଦକ୍ଷିଣ-ପଶ୍ଚିମ ମୌସୁମୀ ଆଜି ଓଡିଶାରେ ପ୍ରବେଶ କରିଛି ବୋଲି ସ୍ଥାନୀୟ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ମୌସୁମୀ ପ୍ରଥମେ ବଲାଙ୍ଗୀର ଓ ପୁରୀ ଜିଲ୍ଲାରେ ପ୍ରବେଶ କରିଛି । ଏହାର ପ୍ରଭାବରେ ବଲାଙ୍ଗୀର ଜିଲ୍ଲା ସମେତ ବହୁ ଜିଲ୍ଲାରେ ଆଜି ଭଲ ବର୍ଷା ମଧ୍ୟ ହୋଇଛି । ପାଣି ପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ୯ଟି ଜିଲ୍ଳାରେ ମୌସୁମୀ ସମ୍ପୂର୍ଣ୍ଣ ଭାବେ ପ୍ରବେଶ କରିଥିଲା େବେଳେ ୮ଟି ଜିଲ୍ଲାକୁ ଆଂଶିକ ଛୁଇଛି । ଆସନ୍ତା ୪୮ ଘଂଟା ମଧ୍ୟରେ ସମଗ୍ର ରାଜ୍ୟରେ ମୌସୁମୀ ପ୍ରବେଶ କରିବ ବୋଲି ସ୍ଥାନୀୟ ପାଣିପାଗ ବିଭାଗ ଆକଳନ କରିଛି । ଚଳିତ ଜୁନ୍ ମାସରେ ରାଜ୍ୟରେ ମୌସୁମୀ ବର୍ଷା ସ୍ୱଭାବିକ ହେବ ବୋଲି କୁହାଯାଇଛି ।
ଅନ୍ୟପକ୍ଷରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ମୌସୁମୀ ସକ୍ରିୟ ହେବା ସହ ଆସନ୍ତା କାଲି ଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଆଜି ଓଡିଶାରେ ମୌସୁମୀ ଆଶିଂକ ପ୍ରବେଶ କରିଥିଲା ବେଳେ ଇତି ମଧ୍ୟରେ ମହାରାଷ୍ଟ୍ର, ଗୁଜୁରାଟ, ଛତିଶଗଡ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ଆନ୍ଧ୍ର, ପଶ୍ଚିମବଙ୍ଗ ଓ ଝାଡଖଣ୍ଡରେ ମୌସୁମୀ ପ୍ରବେଶ କରିଥିବା କୁହାଯାଇଛି ।

Leave A Reply

Your email address will not be published.

fifteen − 12 =