ଓଡିଶା-ଛତିଶଗଡ ସୀମା ସିଲ୍

ଭୁବନେଶ୍ୱର: ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଛତିଶଗଡରେ ଦିନକୁ ଦିନ ବଢିଚାଲିଥିବା ଯୋଗୁଁ ରାଜ୍ୟର ସୀମାନ୍ତ ଜିଳ୍ଲାଗୁଡିକର ସମସ୍ତ ପ୍ରବେଶ ପଥକୁ ରାଜ୍ୟ ସରକାର ସିଲ୍ କରିଦେଇଛନ୍ତି । ଛତିଶଗଡ ସୀମାନ୍ତ ସଲଗ୍ନ ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ଝାରସୁଗୁଡା ଏବଂ ସୁନ୍ଦରଗଡ ଜିଲ୍ଲାର ସମସ୍ତ ପ୍ରବେଶ ପଥକୁ ଜିଲ୍ଲା ପ୍ରଶାସନ ସିଲ୍ କରିଦେବା ସଙ୍ଗେ ସଙ୍ଗେ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରିଛନ୍ତି । ଛତିଶଗଡପଟୁ ଆସୁଥିବା ସମସ୍ତ ଯାନବାହାନ ତଥା ଯାତ୍ରୀଙ୍କୁ କଡାକଡି ଭାବେ ଯାଞ୍ଚ କରାଯାଉଛି । ଯେଉଁମାନଙ୍କର ନିକଟରେ କରୋନା ନେଗେଟିଭ୍ ରିପୋର୍ଟ ରହିଛି ସେମାନଙ୍କୁ ଓଡିଶାରେ ପ୍ରବେଶ ପାଇଁ ଅନୁମତି ଦିଆଯାଉଛି । ତେବେ ଅତ୍ୟାବଶ୍ୟକିୟ ସାମଗ୍ରୀ ପରିବହନକୁ ଏଥିରୁ ବାଦ୍ ଦିଆଯାଇଛି । ଓଡିଶା ସରକାରଙ୍କ କଠୋର ଆଭିମୁଖ୍ୟ ଯୋଗୁଁ ଛତିଶଗଡ ସୀମାରେ ବହୁ ସଂଖ୍ୟାରେ ଯାନ୍ ବାହାନ ଅଟକି ରହିଛି ।
ଅନ୍ୟପକ୍ଷରେ ଛତିଶଗଡରେ ଆସୁôଥବା ଯାତ୍ରୀମାନଙ୍କ ପାଇଁ ୭ଦିନିଆ କ୍ୱରେଂଟାଇନ୍ ବାଧ୍ୟତାମୂଳକ କରାଯାଇଛି । ସେହିପରି ଛତିଶଗଡରୁ ଆସୁଥିବା ଓଡିଆ ଯାତ୍ରୀମାନଙ୍କ ପାଇଁ ଆରଟିପିସିଆର ଟେଷ୍ଟ ମଧ୍ୟ ବାଧ୍ୟତାମୂଳକ ହୋଇଛି ।
ଆହୁରି ମଧ୍ୟ କରୋନା ଭୟାବହତାକୁ ଦେଖି ଛତିଶଗଡକୁ ବସ୍ ଚଳାଚଳ ବନ୍ଦ କରିବାକୁ ଓଡିଶା ସରକାର ନିଷ୍ପତି ନେଇଛନ୍ତି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।
ଛତିଶଗଡର ଭୟାବହତାକୁ ଦେଖି ବସ୍ ଚଳାଚଳ ବନ୍ଦ କରିବାକୁ ସରକାର ନିଷ୍ପତି ନେଇଛନ୍ତି । ସ୍ୱତନ୍ତ୍ର ରିଲିଫ୍ କମିସନର ଏ ନେଇ ଚିଠି ଲେଖିଛନ୍ତି । ଆମେ ଏହା ଉପରେ ତର୍ଜମା କରି ନିଷ୍ପତି ନେବୁ । ବିଭାଗ ପକ୍ଷରୁ ଖୁବଶୀଘ୍ର ଏସ୍ଓପି ଜାରି କରାଯାଇପାରେ । ବର୍ଡର ଚେକିଂ ପଏଂଟରେ ଆରଟିଓମାନେ ଚେକିଙ୍ଗ କରିବେ । ଯାହା ଗାଇଡ୍ଲାଇନ୍ ରହିଛି ତାକୁ ଆଧାର କରି ଚେକିଂ କରାଯିବ । ବଢୁଥିବା କରୋନା ସଂକ୍ରମଣ ଭିତରେ ସାଧାରଣ ବସ୍ରେ ଯାତାୟତ କରୁଥିବା ଯାତ୍ରୀମାନଙ୍କ ସୂରକ୍ଷା ପାଇଁ କଣ କଟକଣା କରାଯିବ ସେ ନେଇ ଆମେ ଆଲୋଚନା କରୁଛୁ । ଖୁବଶୀଘ୍ର ଏ ନେଇ ବିଭାଗ ପକ୍ଷରୁ ନିଷ୍ପତି ନିଆଯିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.

2 × 5 =