ଭୁବନେଶ୍ୱର : ଆଜି ସକାଳ ସମୟରୁ ଓଡିଶା ପାଗରେ ହଠାତ ପରିବର୍ତ୍ତନ ଦେଖାଯାଇଛି। ଆନ୍ଧ୍ରର ଉତ୍ତର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା କାରଣରୁ ଘୂର୍ଣ୍ଣିବଳୟ ପ୍ରଭାବରେ ଓଡିଶା ପାଗରେ ପରିବର୍ତ୍ତନ ଘଟିଛି। ରାଜ୍ୟର କିଛି ଜିଲାରେ ପାଗ କୋହଲା ସାଙ୍ଗକୁ ଆକାଶ ମେଘାଚ୍ଛନ୍ନ ରହିଛି। ଏହାସହ ରାଜଧାନୀର କିଛି ଅଞ୍ଚଳରେ ଝିପିଝିପି ବର୍ଷା ହୋଇଛି। ୨ ଦିନ ପରେ ରାଜ୍ୟର ପାଗ ସ୍ୱାଭାବିକ ହେବା ନେଇ ଜଣାପଡିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।