ବାଲିକୁଦା; ଓଷକଣା ସ୍ଥିତ ଓଷକଣା ଉଚ୍ଚ ବିଦ୍ୟାଳୟରେ କରାଯାଇଥିବା ଟିଏମସିରୁ ଜଣେ ପ୍ରବାସୀ ତାଙ୍କ ବାପାଙ୍କ କଥାରେ ପରିଚାଳିତ ହୋଇ ସରପଞ୍ଚଙ୍କୁ ଚ୍ୟାଲେଞ୍ଜ କରି ପ୍ରାଚୀର ଡେଇଁ ନିଜ ଘରକୁ ଚାଲିଯିବା ପରେ ସରପଞ୍ଚ ତନିଲତା ସେଠୀ ଓଷକଣା ବଜାର ସମେତ ଓଷକଣା ଗାଁ ଓ ପାଣିତିରା ଗାଁକୁ ସର୍ଟ ଡାଉନ ଘୋଷଣା କରିଛନ୍ତି । ଏହି ନିୟମ ଆଜି ଦିନ ୧୦ ଟା ଠାରୁ ଲାଗୁ କରାଯାଇଥିବା ବେଳେ ଏହା ଆସନ୍ତା ସୋମବାର ସକାଳ ପର୍ଯ୍ୟନ୍ତ ବଳବତର ରହିବ ବୋଲି ଜଣା ପଡିଛି । ଏଥି ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ସମ୍ପୃକ୍ତ ଅଂଚଳର ଜନସାଧାରଣଙ୍କୁ ସୂଚନା ପ୍ରଦାନ କରାଯାଇଛି । ଅନ୍ୟ ପକ୍ଷରେ ପ୍ରବାସୀ ଜଣକ ଯେଉଁ ପ୍ରକୋଷ୍ଠରେ ରହୁଥିଲେ ସେହି ପ୍ରକୋଷ୍ଠରେ ରହୁ ଥିବା ଅନ୍ୟ ଜଣେ ପ୍ରବାସୀଙ୍କର ସ୍ୱାବ ପରିକ୍ଷା ପାଇଁ ପଠା ଯାଇଥିଲା ଏବଂ ରିପୋର୍ଟ ପଜିଟିଭ ଆସିବା ପରେ ଅଂଚଳବାସୀଙ୍କ ଚିନ୍ତା ବଢି ଯାଇଥିଲା । ସୂଚନା ଯୋଗ୍ୟ ଯେ, ସମ୍ପୃକ୍ତ ଫେରାର ପ୍ରବାସୀଙ୍କ ଆଜି ଭଉଣୀଙ୍କ ବିବାହ ଉତ୍ସବ ଥିଲା, ତେଣୁ ତାଙ୍କ ବାପା ପୁଅକୁ ଟିଏମସିରୁ ଛାଡ଼ି ଦେବାକୁ କହିଥିଲେ, ମାତ୍ର ସରପଞ୍ଚ ଏଥିରେ ରାଜି ହୋଇ ନ ଥିଲେ । ସେଥିପାଇଁ ପୁଅକୁ ପ୍ରାଚୀର ଡେଇଁ ଆସିବାକୁ ପରାମର୍ଶ ଦେଇଥିଲେ ବାପା । ଏ ବାବାଦରେ ସରପଞ୍ଚ ବାଲିକୁଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଉକ୍ତ ଟିଏମସିରୁ ପଜିଟିଭ୍ ବାହାରିବା ପରେ ଫେରାର ପ୍ରବାସୀ ଜଣକ ଗତକାଲି ସନ୍ଧ୍ୟାରେ ପୁଣି ପ୍ରାଚୀର ଡେଇଁ ଟିଏମସିରେ ପହଞ୍ଚି ଯାଇଥିଲେ ।