ଓୟୁଏଟି ପରିଚାଳିତ ରେଜିଲିଏନସ୍ ପ୍ରକଳ୍ପର ସମୀକ୍ଷା

ବ୍ରହ୍ମପୁର : ନରୱେ ସରକାର ଓ ଓୟୁଏଟି ର ମିଳିତ ଆନୁକୂଲ୍ୟରେ ଏବଂ କୃଷି ବିଜ୍ଞାନ କେନ୍ଦ୍ର ୧ ଓ ୨ ତତ୍ବାବଧାନରେ ୨୦୧୮ରୁ ଚାଲିଥିବା ରେଜିଲିଏନସ୍ ପ୍ରକଳ୍ପର ସମୀକ୍ଷା ପାଇଁ ଏକ ନରୱେ ସରକାରଙ୍କ ଦଳ ଏବଂ ପ୍ରକଳ୍ପର ଅନ୍ୟ ସହଯୋଗୀ ମାନେ ଚିକରଡା ଗ୍ରାମର ବିଭିନ୍ନ କ୍ଷେତ୍ର ପରିଦର୍ଶନର ସମୀକ୍ଷା କରିବା ସହିତ ଚାଷୀମାନଙ୍କ ସହ ପ୍ରକଳ୍ପର ଫଳାଫଳ ବିଷୟରେ ଆଲୋଚନା କରିଥିଲେ । ସହନଶୀଳ କିସମ,ସନନ୍ୱତ ଘାସ, ଖାଦ୍ୟସାର ଓ ରୋଗ ପୋକ ପରିଚାଳନା ,ପୋଲିଥିନ୍ ଆଦୃଦିତ କରି ଫସଲ ଲଗାଇବା,ଟ୍ରେଲିସ ପ୍ରଣାଳୀରେ ଚାଷ, ଫସଲ ବିବିଧି କରଣ, ସୂର୍ଯ୍ୟ ଶକ୍ତି ରେ ଚାଳିତ ଯନ୍ତ୍ର, ବନ୍ୟଯନ୍ତୁ ନିୟନ୍ତ୍ରଣ ତାରବାଡ , ସିଞ୍ଚନ ଯନ୍ତ୍ର ସହ ଜଳବାୟୁ ପରିବର୍ତ୍ତନ ସହିତ ଖାପଖୁଆଇଲା ଭଳି ବିଭିନ୍ନ ଜ୍ଞାନକୌଶଳର କ୍ଷେତ୍ର ପରିଦର୍ଶନର ସମୀକ୍ଷା କରିଥିଲେ । ଓୟୁଏଟି ସମ୍ପ୍ରସାରଣ ବିଭାଗର ଉପନିର୍ଦ୍ଦେଶକ ଡଃ ହେମନ୍ତ କୁମାର ସାହୁ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା କରିଥିବାବେଳେ କୃଷି ବିଜ୍ଞାନ କେନ୍ଦ୍ରର ଗଞ୍ଜାମ ୨ ର ବରିଷ୍ଠ ବୈଜ୍ଞାନିକ ଡଃ ସୁସ୍ମିତା ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ନରୱେ ସରକାର ତରଫରୁ ଡଃ ଉଦୟ ଶେଖର ଏନ୍, କ୍ରାଥିନ ଟୋରଡେ ଗୁଲଡେନ୍ ,ବିଆତେ ଲାଙ୍ଗସେଟ୍ ,ସୁରେଶ ମିଥେଉନ୍ ଓ ପ୍ରକଳ୍ପର ଅନ୍ୟ ସହଯୋଗୀ ଡଃ ରାହୁଲ ତ୍ରିପାଠୀ,ଆର୍ ରାଜକୁମାର, ସୁଶ୍ରୀ ବି ବର୍ଣ୍ଣନା ଓ କୃଷି ବିଭାଗର ଅଧିକାରୀ ତଥା କୃଷି ବିଜ୍ଞାନ କେନ୍ଦ୍ର ୧ ଓ ୨ ର କୃଷି ବୈଜ୍ଞାନିକ ମାନେ ଯୋଗ ଦେଇଥିଲେ ଏହି କାର୍ଯ୍ୟକ୍ରମ ରେ ଚିକରଡ଼ା, ଚାନ୍ଦପୁର, ଶାସନପଦର, ବାଘଲଟି, ସୋରଡ଼ାର ୧୪୦ଜଣ ଚାଷୀ ଭାଗ ନେଇଥିଲେ।

Leave A Reply

Your email address will not be published.

seventeen − fifteen =