କଂଗ୍ରେସ ସଂସଦୀୟ ଦଳ ନେତାପଦରୁ ହଟିବେ ଅଧୀର ରଞ୍ଜନ ଚୌଧୁରୀ !

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର କ୍ଷମତାସିହ୍ନ ତୃଣମୂଳ କଂଗ୍ରେସର ସମର୍ଥନ ପାଇଁ କଂଗ୍ରେସ ଲୋକସଭାରେ କଂଗ୍ରେସ ସଂସଦିୟ ଦଳ ନେତାପଦରୁ ଶ୍ରୀ ଅଧୀର ରଞ୍ଜନ ଚୌଧୁରୀଙ୍କୁ ହଟାଇବା ପାଇଁ ଗୁରୁତ୍ୱର ସହକାରେ ଚିନ୍ତା କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ଯୋର ଧରିଛି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଗୋଟିଏ ବି ଆସନ ଜିତିନଥିବା କଂଗ୍ରେସ ଦଳ ବର୍ତ୍ତମାନ ସଂସଦରେ ବିଜେପିକୁ ଘେରିବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟତର ହେବାକୁ ଚିନ୍ତା କରୁଛି । ଶ୍ରୀ ଚୌଧୁରୀ ଏବେ ଲୋକସଭାରେ କଂଗ୍ରେସର ସଂସଦିୟ ଦଳର ଲୋକସହ ପଶ୍ଚିମବଙ୍ଗ ପ୍ରଦେଶ କଂଗ୍ରେସ କମିଟିର ସଭାପତି ମଧ୍ୟ ଅଛନ୍ତି । ବିଧାନସଭା ନିର୍ବାଚନରେ ଦଳର ବିଫଳତା ଏବଂ ମମତାଙ୍କ ନିକଟତର ହେବା ଲାଗି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଖୁବ୍ ଶୀଘ୍ର ଲୋକସଭାରେ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ହଟାଇ ପାରନ୍ତି ବୋଲି ବିଶ୍ୱାସ କରାଯାଉଛି । ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ କଂଗ୍ରେସ ଦଳରେ ଏହି ପରିବର୍ତ୍ତନ କରାଯାଇପାରେ ବୋଲି କୁହାଯାଉଛି ।
ଜାତୀୟ ଗଣମାଧ୍ୟମର ଖବର ଅନୁଯାୟୀ, ତୃଣମୂଳ କଂଗ୍ରେସଠାରୁ ଦୂରତା ହ୍ରାସ କରିବା ଏବଂ ସଂସଦରେ ବିଜେପି ଏବଂ ମୋଦୀ ସରକାରଙ୍କ ବିରୋଧରେ ଜୋରଦାର ପ୍ରଚାର କରିବା ପାଇଁ ଚୌଧୁରୀଙ୍କୁ ଏହି ପଦରୁ ହଟାଇ ଦିଆଯାଇପାରେ । ଚଳିତଥର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ କଂଗ୍ରେସ ବାମଦଳ ସହ ମିଶି ତୃଣମୂଳ କଂଗ୍ରେସ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା । ତେବେ କଂଗ୍ରେସ ଏହି ଅଭିଯାନରେ ମମତା ବାନାର୍ଜୀଙ୍କୁ ସମାଲୋଚନା କରିବାକୁ ବାରଣ କରିଥିଲା । ଦଳ ମଧ୍ୟ ମମତାଙ୍କ ବିଜୟକୁ ନେଇ ସ୍ୱାଗତ କରିଥିଲା ।
କିନ୍ତୁ ଅଧୀର ରଂଜନ ଚୌଧୁରୀ ମମତା ବାନାର୍ଜୀ ଏବଂ ତାଙ୍କ ସରକାରକୁ ତୀବ୍ର ସମାଲୋଚନା କରିଥିଲେ । ଏଭଳି ପରିସ୍ଥିତିରେ କଂଗ୍ରେସ ସଂସଦରେ ତୃଣମୂଳ କଂଗ୍ରେସ ସହିତ ଗଠବନ୍ଧନ କରିବାକୁ କୌଣସି ପ୍ରତିବନ୍ଧକ ଚାହୁଁନାହିଁ ବୋଲି ବିଶ୍ୱାସ କରାଯାଉଛି । ତେଣୁ ଦଳ ଅଧୀର ରଂଜନ ଚୌଧୁରୀଙ୍କୁ ହଟାଇବାକୁ ଯୋଜନା କରୁଛି ।

Leave A Reply

Your email address will not be published.

7 − two =