ଭୁବନେଶ୍ୱର: ୨୬ ତାରିଖରେ ୭୨ତମ ସାଧାରଣତନ୍ତ୍ର ଦିବସ । କେଉଁ ଜିଲାରେ କେଉଁ ମନ୍ତ୍ରୀ ପତାକା ଉତୋଳନ କରିବେ ସେନେଇ ଗୃହ ବିଭାଗ ପକ୍ଷରୁ ମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁୁ ଅବଗତ କରାଯାଇଛି । ଏ ସଂକ୍ରାନ୍ତରେ ଗୃହବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ସଞ୍ଜ୍ୀବ ଚୋପ୍ରା ରାଜ୍ୟ ପୋଲିସ ମହାନିଦେ୍ଧଶକଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି । ଶ୍ରୀ ଚୋପ୍ରାଙ୍କ ସୂଚନା ଅନୁଯାୟୀ ରାଜ୍ୟସ୍ତରୀୟ ପରେଡରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପତାକା ଉତୋଳନ କରିବା ସହ ରାଜ୍ୟବାସୀଙ୍କୁ ଉଦବୋଧନ ଦେବେ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେବେ ।
ମନ୍ତ୍ରୀ ନିରଞ୍ଜନ ପୂଜାରୀ କଟକ, ପୁରୀରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅନୁଗୋଳରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, କଳାହାଣ୍ଡିରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଗଞ୍ଜାମରେ ମନ୍ତ୍ରୀ ପଦ୍ମନାଭ ବେହେରା, ବାଲେଶ୍ୱରରେ ମନ୍ତ୍ରୀ ପ୍ରତାପ ଜେନା, ରାୟଗଡାରେ ମନ୍ତ୍ରୀ ଅରୁଣ ସାହୁ, କନ୍ଧମାଳରେ ମନ୍ତ୍ରୀ ସୁଦାମ ମାରାଣ୍ଡି, ମୟୁରଭଞ୍ଜରେ ମନ୍ତ୍ରୀ ସୁଶାନ୍ତ ସିଂହ, ବରଗଡରେ ମନ୍ତ୍ରୀ ନବକିଶୋର ଦାସ ଓ ସମ୍ବଲପୁରରେ ମନ୍ତ୍ରୀ ଟୁକୁନି ସାହୁ ପତାକା ଉତୋଳନ କରିବେ । ନୟାଗଡରେ ଅନୁସୂଚିତ ମନ୍ତ୍ରୀ ଜଗନ୍ନାଥ ସାରକା, କେନ୍ଦୁଝରରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଯାଜପୁରରେ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା, ବଲାଙ୍ଗୀରରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ସୁନ୍ଦରଗଡରେ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କୋରାପୁଟରେ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ନବରଙ୍ଗପୁରରେ ମନ୍ତ୍ରୀ ରଘୁନନ୍ଦନ ଦାସ, ଗଜପତିରେ ମନ୍ତ୍ରୀ ପଦ୍ମିନୀ ଦିଆନ ଏବଂ ମାଲକାନଗିରିରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ପତାକା ଉତୋଳନ କରିବେ । ଏହାବାଦ୍ ବ୍ରହ୍ମପୁର, ରାଉରକେଲା ଏବଂ ଖୋର୍ଦ୍ଧାରେ ତିନି ଆରଡିସି ପତାକା ଉତୋଳନ କରିବାକୁ ଥିବାବେଳେ ଭଦ୍ରକ, ବୌଦ୍ଧ, ଦେବଗଡ, ଢେଙ୍କାନାଳ, ଝାରସୁଗୁଡା, କେନ୍ଦ୍ରାପଡା, ନୂଆପଡା, ସୁବର୍ଣ୍ଣପୁର ଏବଂ ଜଗତସିଂହପୁରରେ ଜିଲ୍ଲାପାଳମାନେ ପତାକା ଉତୋଳନ କରିବେ ।