କଟକ ଓ ଖୋର୍ଦ୍ଧାରେ ରହିପାରେ କଟକଣା!

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ନିୟନ୍ତ୍ରଣ ଲାଗି ବଳବତର ଥିବା ୪ର୍ଥ ପର୍ଯ୍ୟାୟ ଅନ୍‌ଲକ୍ କଟକଣାର ଅବଧି ଶେଷ ହେବାକୁ ଆଉ ମାତ୍ର ୨ ଦିନ ବାକି ଥିବା ବେଳେ ଖୋର୍ଦ୍ଧା ଓ କଟକ ଜିଲ୍ଲାରେ କଟକଣା ସମ୍ପର୍ଣ୍ଣ ପ୍ରତ୍ୟାହାର ସମ୍ଭାବନା ନାହିଁ । ଏହି ୨ଜିଲ୍ଲାରେ ଦୈନିକ ସଂକ୍ରମଣ ୩ଅଙ୍କ ଉପରେ ରହିଥିବାର ଆଉକିଛି ଦିନ କଟକଣା ବଳବତର ରହିବା ସମ୍ଭାବନା ରହିଛି । ପ୍ରକାଶ ଥାଉକି ସଂକ୍ରମଣ ଅଧିକଥିବା ଜିଲ୍ଲା ଗୁଡିକରେ କଠୋର କଟକଣା ଜାରୀ କରିବାକୁ ଗତକାଲି କେନ୍ଦ୍ର ସରକାର ସମସ୍ତ ରାଜ୍ୟସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୦୦ ରୁ ୧୭୦୦ ଭିତରେ ହିଁ ରହୁଛି । ବିଶେଷ ବଢିନାହିଁ । ସଂକ୍ରମଣ ଏକ ପ୍ରକାର ସ୍ଥିର ରହିଛି । ସଂକ୍ରମଣ ସ୍ଥିତି ଓ ସମୟକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଅନ୍‌ଲକ୍ ଘୋଷଣା କରିବା ସମ୍ଭାବନା ଥିବା ବେଳେ କଟକ ଓ ଭୁବନେଶ୍ୱରରେ କଟକଣା ସମ୍ପୂର୍ଣ୍ଣ ପ୍ରତ୍ୟାହାର ହୋଇନପାରେ ବୋଲି ଡିଏମ୍‌ଏଲ୍‌ଟି ସିବିକେ ମହାନ୍ତି କହିଛନ୍ତି । ସେ କହିଛନ୍ତି ଯେ, ଯଦିଓ କେନ୍ଦ୍ର ସରକାର କହିଛନ୍ତି ଯେ ଓଡ଼ିଶା ସମେତ ୫ଟି ରାଜ୍ୟରେ କେଶ ଲୋଡ୍ ଅଧିକ ରହୁଛି । ସେଥିରେ ଆମେ ଥିଲେ ବି ଆମ ରାଜ୍ୟରୁ ହାରାହାରି ୧୮ ଶହ ଦୈନିକ ସଂକ୍ରମଣ ରହୁଛି । ଜାତୀୟ ହାରରେ ଆମ ସଂଖ୍ୟା ନଗଣ୍ୟ ।
ଏଣେ ଡେଙ୍ଗୁ ପ୍ରସଙ୍ଗରେ ସେ କହିଛନ୍ତି, ଡେଙ୍ଗୁ ପ୍ରତିବର୍ଷ ଜୁଲାଇରୁ ଅକ୍ଟୋବର ମଧ୍ୟରେ ହୁଏ, ରାଜ୍ୟର ସମସ୍ତ ଡାକ୍ତରଖାନାରେ ଡେଙ୍ଗୁ ଚିକିତ୍ସା ପାଇଁ ତାଲିମପ୍ରାପ୍ତ ଡାକ୍ତର ଅଛନ୍ତି, କେବଳ ଜନସଚେତନତା ଦରକାର ।

Leave A Reply

Your email address will not be published.

1 × one =