କଟକ: କଟକ ବଡ ମେଡିକାଲର ନସିଂ କଲେଜ୍କୁ ବନ୍ଦ ଘୋଷଣା କରାଯାଇଛି । କରୋନା ସଂକ୍ରମର ବଢିବା ପରେ ଏସିଏସ୍ (ସ୍ୱାସ୍ଥ୍ୟ ବିଭାଗ)ଙ୍କ ନିଦେ୍ର୍ଧଶ କ୍ରମେ ନର୍ସିଂ କଲେଜ୍କୁ ବନ୍ଦ କରାଯାଇଥିବା ଅନୁଷ୍ଠାନର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହିତ ଆଜି ସନ୍ଧ୍ୟା ସୁଦ୍ଧା ହଷ୍ଟେଲ୍ ଛାଡିବା ପାଇଁ ଅନ୍ତେବାସୀଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ଅନ୍ୟଦେଶ ପର୍ଯ୍ୟନ୍ତ ଏସସିବି ନର୍ସିିଂ କଲେଜ୍ ବନ୍ଦ ରହିବ ବୋଲି କୁହାଯାଇଛି ।
ଅନ୍ୟପକ୍ଷରେ ଏହି ନର୍ସିିଂ କଲେଜ୍କୁ ବନ୍ଦ କରିବା ପଛର କାରଣ ଭିନ୍ନ ବୋଲି କୁହାଯାଉଛି । ନର୍ସିଂ ଛାତ୍ରଛାତ୍ରୀ କଲେଜ୍ ଅଧ୍ୟଙ୍କ ବଦଳି ନେଇ ନୀର୍ଘ ଦିନ ହେଲା ଦାବି ଉଠାଇ ଆସୁଛନ୍ତି ।
ଏବେ ଏହାକୁ ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ କରାଯିବା ପରେ ପରେ ନସିଂ ଛାତ୍ରଛାତ୍ରୀ କହିଛନ୍ତି , ଯଦି ଅନ୍ୟ କେଉଁଠି ହଷ୍ଟେଲ୍ ଓ କଲେଜ୍ ବନ୍ଦ ହେଉ ନାହିଁ, ତେବେ ଏଠାରେ କାହିଁକି ବନ୍ଦ କରାଯାଉଛି । ରାଜ୍ୟ ସରକାରଙ୍କ ଦ୍ୱାହି ଦେଇ ବନ୍ଦ କରାଯାଇଥିବାରୁ ଏନେଇ ପିଲାଙ୍କ ମଧ୍ୟରେ ସନେ୍ଦହ ପ୍ରକାଶ ପାଇଛି ।