ଭୁବନେଶ୍ୱର: କଟକ ଜିଲ୍ଲାରୁ ୨୭ଟି ନୂଆ କରୋନା ପଜେଟିଭ କେସ୍ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ କଟକ ସହର(ମହାନଗର ନିଗମ ଅଂଚଳ) ର କେବଳ ୧୬ଜଣ ଅଛନ୍ତି । କଟକ ମହାନଗର ନିଗମ (ସିଏମ୍ସି) କ୍ଷରୁ ଏହି ସୂଚନା ଦେଇଛନ୍ତି । ଏହି ୧୬ଜଣଙ୍କ ମଧ୍ୟରୁ ୧୪ଜଣ ହୋମ୍ କ୍ୱାରେନଂଟାଇନ୍ରେ ଥିଲେ । ଆଉ ଦୁଇ ଜଣ ଲୋକାଲ କେସ୍ । ଦୁଇଟି ଲୋକାଲ୍ କେସ୍ ମଧ୍ୟରୁ ଗୋଟିଏ କ୍ୟାଂଟେନମେଂଟ ରୋଡ୍ର ଏଆରଆର କଲୋନୀର ଓ ଅନ୍ୟଟି ମଙ୍ଗଳାବାଗ ଅଂଚଳର । ସେହିପରି ବାକି ୧୪ଜଣ (ହୋମକ୍ୱାରେଂଟାଇନ୍ରେ ଥିଲେ) ରାଉସାପାଟଣା, ଗଣେଶ ଘାଟ, ଗୋପାଳ ସାହି, ବାଲୁବଜାର, ବାଦାମବାଡି ଶଙ୍କରପୁରର ପରିଡା ସାହି, ପୁରୀଘାଟ ଓ ରାଣୀହାଟ ଅଂଚଳ ବାସିନ୍ଦା ।