କଣିହାଁ : କଣିହାଁ ବ୍ଲକରେ ଗଢ଼ିଉଠିଥିବା ଖଣି , କଳକାରଖାନା ବିରୋଧରେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ଆହ୍ୱାନରେ ୪ଘଣ୍ଟିଆ ଅର୍ଥନୈତିକ ଅବରୋଧ ମଙ୍ଗଳବାର କରାଯାଇଛି। ବିଭିନ୍ନ ଦାବି ଗୁଡ଼ିକ ମଧ୍ୟରେ କ୍ଷତିଗ୍ରସ୍ତ ପ୍ରଜା ଓ ଜନପ୍ରତିନିଧି ମାନଙ୍କ ସୁପାରିସକୁ ବିଚାର୍ କରି ଉଚିତ୍ ପଦକ୍ଷେପ ଗ୍ରହଣ କରାଯାଉ, କମ୍ପାନୀ ଦ୍ୱାରା ପାରିପାର୍ଶ୍ଵକ ଉନ୍ନତି ସୂଚନା ସର୍ବସାଧାରଣରେ ପରି ପ୍ରକାଶ କରାଯାଉ। କମ୍ପାନୀ ଗୁଡ଼ିକର୍ ସାମାଜିକ କଲ୍ୟାଣ ପାଣ୍ଠିର ୨୦ ପ୍ରତିଶତ ଅର୍ଥ ପାରିପାର୍ଶ୍ବିକ ଅଞ୍ଚଳରେ ଶିକ୍ଷା, ସାସ୍ଥ୍ୟ ଗମନାଗମନ ଓ ପାନୀୟ ଜଳ ଯୋଗାଣରେ ଖର୍ଚ୍ଚ କରାଯାଉ। ଏନଟିପିସି କ୍ଷତିଗ୍ରସ୍ତ ପ୍ରଜା ଏସଏପି/ଏଲଏପି ପରିବାରରୁ ଜଣେ ବ୍ୟକ୍ତିଙ୍କୁ ଠିକା ଶ୍ରମିକ ଭାବେ ନିଯୁକ୍ତି କରାଯାଉ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସାଂସଦ ଏବଂ ବିଧାୟକ ଓ ଏନଟିପିସି ଉଚ୍ଚ କର୍ତ୍ତୃପକ୍ଷଙ୍କ ଉପସ୍ଥିତରେ ହୋଇଥିବା ନିଷ୍ପତ୍ତି ମୁତାବକ ଠିକା ଶ୍ରମିକ ମାନଙ୍କୁ ସ୍ପେସିଆଲ୍ କମ୍ପାନୀ ସେସନ୍,୨୨ଟଙ୍କାରୁ ୫୦ଟଙ୍କା ବର୍ଦ୍ଧିତ କରିବା ସହିତ କଣ୍ଟିଜେନସି ଶ୍ରମିକଙ୍କୁ ନିୟମିତ କରି ସମସ୍ତ ସମାନ ସୁବିଧା ଓ ପ୍ରାପ୍ୟ ପ୍ରଦାନ କରାଯାଉ। କୋଇଲା ଖଣିରୁ ରେଳ ଓ ଟ୍ରକରେ ପାଲ ଭିଡା ହୋଇ ପରିବହନ କରାଯାଉ। ଏନଟିପିସି ଦ୍ୱାରା ଏମଜିଆର୍-୨ର ଜମିହରା ଏସଏପି ପରିବାରଙ୍କୁ କ୍ୟାସ୍ କମ୍ପାନୀ ସେସନ୍ ବଦଳରେ ସ୍ଥାୟୀ ନିଯୁକ୍ତି କରାଯାଉ। କଣିହାଁ ଅଞ୍ଚଳରେ କାର୍ଯ୍ୟ କାର୍ଯ୍ୟ କରୁଥିବା ଜେଆଇଟିପିଏଲ୍, ଏମସିଏଲ, ଏନଟିପିସି କମ୍ପାନୀ ଗୁଡିକରେ ୮୦ପ୍ରତିଶତ କ୍ଷତିଗ୍ରସ୍ତ ଓ ପାରିପାର୍ଶ୍ବିକ ଅଞ୍ଚଳର ବେକ।ର ଯୁବକ/ଯୁବତୀଙ୍କୁ ଠିକା ଶ୍ରମିକ ଭାବେ ନିଯୁକ୍ତି ଦିଆଯାଉ। ତାଳଚେର ଠାରେ କୋଇଲା କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ ଖୋଲାଯାଉ। ତାଳଚେର ସାର କାରଖାନାକୁ ତୁରନ୍ତ କାର୍ଯ୍ୟକାରୀ କରିବା। ଓଡ଼ିଶା ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ସମୟ ମଧ୍ୟରେ ତାଳଚେର ମେଡିକାଲ କଲେଜ ଏବର୍ଷ ଶିକ୍ଷା ଦାନ କରାଯାଉ। ଏମସିଏଲ କର୍ତୁପକ୍ଷଙ୍କ ଦ୍ଵାରା ସାଟେଲାଇଟ୍ ସର୍ଭେ ବନ୍ଦକରି କ୍ଷତିଗ୍ରସ୍ତ ପରିବାରର ବାସଗୃହ, ଗଛ, ପୋଖରୀ ଓ କୂଅର ସଠିକ୍ ମୂଲ୍ୟାଙ୍କନ କରି ଉପଯୁକ୍ତ ପ୍ରାପ୍ୟ ପ୍ରଦାନ କରାଯାଉ ବୋଲି ଦାବି ନେଇ ଏହି ବନ୍ଦ କରାଯାଇଥିଲା। ସେହିପରି ସାଂସଦ ପାଣ୍ଠିକୁ କେନ୍ଦ୍ରସରକାର ତୁରନ୍ତ ଦିଅନ୍ତୁ ବୋଲି ମଧ୍ୟ ଦାବି କରି ଆନ୍ଦୋଳନକାରୀ ନାରାବାଜି କରିଥିଲେ। ଏମସିଏଲ କୋଇଲା ଖଣି ଜରଡା ମୁଖ୍ୟ ଫାଟକ ନିକଟରେ ବିଜେଡି ନେତା ସାଧୁରାମ୍ ସାହୁଙ୍କ ନେତୃତ୍ୱରେ ଏହି ବନ୍ଦ କରାଯାଇଥିଲା। ସେହିପରି ତେଲସିଂହା ଲୋଡିଙ୍ଗ୍ ପଏଣ୍ଟ ଠାରେ ରେଳ ଦ୍ଵାରା ହେଉଥିବା କୋଇଲା ପରିବହନ ବନ୍ଦ କରାଯାଇଥିଲା। ଏହି ବନ୍ଦ ଯୋଗୁଁ ସମ୍ପୂର୍ଣ୍ଣ ଭାବେ କୋଇଲା ପରିବହନ ଓ ଉତ୍ତୋଳନରେ ବାଧାପ୍ରାପ୍ତ ହୋଇଛି। ଏହି ଅର୍ଥନୈତିକ ଅବରୋଧକୁ ନେଇ ସାଂସଦ ସିଧାସଳଖ କହିଛନ୍ତି ଯେ ଏହା କେବଳ ଟ୍ରେଲର ଆଗକୁ ସମ୍ପୂର୍ଣ୍ଣ ଫିଲ୍ମୀ ରହିଛି ଯଦି ଆଗାମୀ ଦିନରେ ଆମ ଦାବୀ ପୂରଣ ନହୁଏ ତାହେଲେ ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷା ଜୟନ୍ତୀ ପ୍ରଧାନ, ସରପଞ୍ଚ ସୁବାଶୀନି ବେହେରା, ସମିତି ସଦସ୍ୟା ମିନାକ୍ଷୀ ସାହୁ, ପୂର୍ବତନ ସରପଂଚ ଦୁଃଶାସନ ସାହୁ,ସୁଧାକର ପ୍ରଧାନ, କୀର୍ତ୍ତନ ପ୍ରଧାନ, ନିର୍ମଳ ସାହୁ, ସୁନିଲ୍ କୁମାର୍ ପ୍ରଧାନ, ବାବୁଲା ଶତପଥୀ, କ୍ଷୀରସିନ୍ଧୁ ସେଠୀ, ନିଶାକର ବିଶ୍ୱାଳ ,ବିଶିକେସନ ଲେଙ୍କା , ଜିତେନ୍ଦ୍ରିୟ ପ୍ରଧାନ, ଶ୍ରବଣ ବେହେରାଙ୍କ ସମେତ ବହୁ ବିଜେଡି କର୍ମୀ ସାମିଲ ହୋଇଥିଲେ।