କରୋନାକୁ ହରାଇଲା ୪ ବର୍ଷର ଶିଶୁ

କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଏନ୍ଏସିର ଜଣେ ବ୍ୟବସାୟୀଙ୍କ କରୋନାରେ ଗତମାସ ୨୦ ତାରିଖରେ ମୃତ୍ୟୁ ହୋଇଥିଲା । ତାଙ୍କଠାରୁ ସଂକ୍ରମିତ ହୋଇ ୪ ବର୍ଷର ଶିଶୁ ପୁତ୍ର ସହ ପରିବାରର ଆଉ ଚାରିଜଣ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସା ହେଉଥିଲେ । ଗୋଟିଏ ଦିନରେ ଏହି ପରିବାରର ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପକ୍ଷରେ ଏନ୍ଏସସିର କିଛି କାଉନ୍ସିଲର, ନେତା ଅଧ୍ୟକ୍ଷ ଓ ଅଧ୍ୟକ୍ଷା ସଂକ୍ରମିତ ହୋଇଥିଲେ । ପରିବାରର ୪ ଜଣଙ୍କ ସମେତ ଏନ୍ଏସିର ୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave A Reply

Your email address will not be published.

eight − seven =